ଲେଖକ- ଅରବିନ୍ଦ ରଥ
– – ତୁମେ ଦୟାକରି ଶୀଘ୍ର ଘରକୁ ଚାଲିଆସ, ମୋ ମୁଣ୍ଡ କିଛି କାମ କରୁନି,ଟିକେ ଜଲଦି ଆସ।
ଫୋନ୍ ରେ ରମାଙ୍କ ଶଙ୍କିତ, କମ୍ପିତ ଓ ଆତୁର ସ୍ବର ଶୁଣି କିଛ କ୍ଷଣ ସ୍ଥାଣୁ ପାଲଟିଗଲେ ଯଦୁ। ଜିଜ୍ଞାସା , ରୋକି ନ ପାରି ପଚାରିଲେ-- କଣ ହୋଇଛି କୁହ ? ମୁଁ ଅଫିସ୍ ରେ ଅଛି,ବୁଲୁ ଠିକ୍ ଅଛି ତ? ସେପଟରୁ କେବଳ ସୁଁ ସୁଁ ହୋଇ କାନ୍ଦିବାର ଶବ୍ଦ ଛଡା ଅନ୍ଯ କିଛି ଶୁଭୁ ନ ଥିଲା। କାଳବିଳମ୍ବ ନ କରି ସେ ଘରେ ପହଞ୍ଚିଲେ, କିନ୍ତୁ କବାଟ ଖୋଲି ଘର ଭିତରେ ପଶିବାର ସାହାସ କୁଳାଉ ନ ଥିଲା। କିଏ ଜାଣେ, କେଉଁ ଭୟଙ୍କର ବାସ୍ତବିକତା ତାଙ୍କୁ ଅପେକ୍ଷା କରି ରହିଛି।
ଯଦୁବାବୁ ; ଜଣେ ନହାତି ଭଦ୍ର ଓ ଶାନ୍ତ ସ୍ବଭାବ ବିଶିଷ୍ଟ ଲୋକ ଭାବରେ ବେଶ୍ ଜଣାଶୁଣା । ଜଗତପୁର ଗାଁଆ ଡାକଘରେ ପୋଷ୍ଟମାଷ୍ଟର ରୂପେ କାର୍ଯ୍ଯରତ। ପରିବାର କହିଲେ ସେ, ତାଙ୍କ ପତ୍ନୀ ରମା ଓ ପାଞ୍ଚ ବର୍ଷର ପୁଅ ବୁଲୁ। ନିଜର କାର୍ଯ୍ଯଦକ୍ଷତା, ଲୋକସମ୍ପର୍କ ଓ ସାହାଯ୍ଯକାରୀ ଗୁଣ ପାଇଁ, ଗାଁଆର ସବୁ ଲୋକ ଯଦୁବାବୁଙ୍କୁ ବହୁତ ଭଲ ପାଆନ୍ତି। ବାହାଘର ପୂର୍ବରୁ ଯଦୁ ଙ୍କ ପିତା ମାତାଙ୍କର ସ୍ବର୍ଗବାସ ହୋଇ ସାରିଥିଲା। ପିତାମାତାଙ୍କର ଏକମାତ୍ର ସନ୍ତାନ ଯଦୁ, ବିବାହ କରିଥିଲେ ସୁଦୂର ସହରରେ ବାସ କରୁଥିବା ରମାଙ୍କୁ। ନିୟତି ର ଲୀଳା ବଡ ବିଚିତ୍ର ; ଯଦୁଙ୍କ ପରି ରମା ମଧ୍ଯ ଅନାଥ ଥିଲେ। ଜଣେ ସମ୍ପର୍କୀୟ କାକାଙ୍କର ଘରେ ସେ ପାଳିତ ହୋଇଥିଲେ। ସ୍ବଭାବରେ ନିହାତି ନିରୀହ ଓ ସରଳ ବିଶ୍ବାସୀ ଥିବା କାରଣରୁ, କାକାଙ୍କ ପରିବାର ଲୋକ ତାଙ୍କୁ ବେଶ୍ ନିର୍ଯ୍ଯାତନା ଦେଉଥିଲେ। ଘରର ସବୁ କାମ କରିବା ଠାରୁ କାକାଙ୍କର ଦୁଇ ପିଲାଙ୍କ ଯତ୍ନର ଭାର ରମାଙ୍କ ଉପରେ ନ୍ଯସ୍ତଥିଲା। କେବେ କିଛି ଭୁଲ ଭଟକା ହେଲେ, ଅକଥ୍ଯ ଗାଳି ଓ ମାଡ ଖାଇବା ତାଙ୍କର ଭାଗ୍ଯ ପାଲଟି ଯାଇଥିଲା। ଯେନତେନ ପ୍ରକାରେଣ ମେଟ୍ରିକ୍ ପାଶ କରିବା ପରେ, ତାଙ୍କ ପାଠରେ ଡୋରି ବନ୍ଧା ସରିଥିଲା। ଯୋଗକୁ କୌଣସି ସୂତ୍ରରୁ ରମାଙ୍କର ସନ୍ଧାନ ପାଇ, ବିନା ଯୌତୁକରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଯଦୁ। ବିନା କୌଣସି ପ୍ରତିବନ୍ଧକରେ ବିବାହ କାର୍ଯ୍ଯ ସମ୍ପର୍ଣ୍ଣ ହେଲା। ବାହାଘର ପରେ ରମାଙ୍କ ସହ ସମ୍ପର୍କ ରଖିଲେ କାଳେ ଟଙ୍କା ଖର୍ଚ୍ଚ କରିବାକୁ ହେବ ଭାବି, କାକା ସମସ୍ତ ସମ୍ପର୍କ ଛିନ୍ନ କରି ଦେଇଥିଲେ। ଏପରିି କି ବିବାହ ପରେ, ଝିଅ ଲେଉଟାଣୀ ପର୍ବ ପାଳନ କରିବାକୁ ରମାଙ୍କ ପାଖରେ ଲେଉଟାଣୀ ଘର ନ ଥିଲା। ରମାଙ୍କ ଜୀବନରେ ସମ୍ପର୍କ ଓ ଭଲପାଇବାର ଘୋର ଅଭାବ ପରିଲକ୍ଷିତ ହେଉଥିଲା। କେବେ କେବେ ଅତୀତରେ ତାଙ୍କ ପ୍ରତି ଘଟିଯାଇଥିବା ଅନ୍ଯାୟ ବିଷୟରେ ଭାବି ସେ ଅବ୍ଯବସ୍ଥିତ ହୋଇପଡୁଥିଲେ। କିନ୍ତୁ ତା'ଙ୍କ ଜୀବନରେ ଥିବା ସମସ୍ତ ଅପୂର୍ଣ୍ଣତାରେ ପୂର୍ଣ୍ଣଛେଦ ପକାଇଥିଲେ ଯଦୁ। ବିବାହ ପରଠାରୁ ସବୁ କିଛି ବଦଳି ଯାଇଥିଲା। କର୍କଶ ଓ ବେଦନାପ୍ରଦାୟୀ ଗାଳିର ସ୍ଥାନ ନେଇ ସାରିଥିଲା ମଧୁବୋଳା କୋମଳ ବଚନ। ପ୍ରହାର, ଧକ୍କା ଓ ଗୋଇଠା ସ୍ଥାନ, ଦଖଲ କରିଥିଲା ରୋମାଞ୍ଚଭରା ମଧୁର ସ୍ପର୍ଶ। ସେମାନଙ୍କ ଜୀବନରେ ପ୍ରେମ ଓ ପୂର୍ଣ୍ଣତାର ସମୁଦ୍ରରେ ଆନନ୍ଦର ଢେଉ ଲହଡି ମାରୁଥିଲା। ଯାବତୀୟ ଘରକରଣା ସମ୍ବନ୍ଧୀୟ କାର୍ଯ୍ଯରେ ନିପୂଣା ରମା, ଘରଟିକୁ ସ୍ବର୍ଗ ରେ ରୂପାନ୍ତରିତ କରି ପାରିଥିଲେ । ପୂଜା ପାର୍ବଣ, ଓଷା ବାର, ରୋଷେଇ, ସିଲେଇ ଏମିତି ଅନେକ କ୍ଷେତ୍ରରେ ରମାଙ୍କର ଦକ୍ଷତା ବେଶ୍ ଅଧିକା ଥିଲା। ମଦନପୁର ଗାଁଆ ଲୋକେ ତାଙ୍କୁ ନିଜର ବୋହୂ ଭାବରେ ସମ୍ନାନ ଓ ଭଲ ପାଇବା ଦେଖାଇବାରେ କେବେ ହେଳା କରୁ ନ ଥିଲେ।
ରମା ଓ ଯଦୁ, ପରସ୍ପର ମଧ୍ଯରେ ସମସ୍ତ ସମ୍ପର୍କର ମଧୁରତା କୁ ଆବିଷ୍କାର କରିବାରେ ନିମଗ୍ନ ଥିବା ସମୟରେ, ସେମାନଙ୍କର କୋଳମଣ୍ଡନ କରିଥିଲା ବୁଲୁ। ପିଲାଟିଏର ଆଗମନ ପରେ ଉଭୟଙ୍କର ଜୀବନ ଚଳଚଞ୍ଚଳ ହୋଇଉଠିଥିଲା। ଜୀବନର ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ କର୍ତ୍ତବ୍ଯ ପାଲଟି ଯାଇଥିଲା ବୁଲୁର ଲାଳନ ପାଳନ। ତା’ର ରଙ୍ଗ ତୋଫା ଗୋରା ଓ ଚେହେରା ଡଉଲ ଡାଉଲ। କୁଞ୍ଚୁକୁଞ୍ଚିଆ ଚୁଟି ସହିତ କଳା ଆଖି ଯୋଡିକ ଦେଖିଲେ ମନ ପୂରିଗଲାପରି ଲାଗୁଥିଲା। କେଉଁ ରାଜ୍ଯର ରାଜକୁମାର ପରି ଦିଶୁଥିବା ବୁଲୁ, ଖୁବ୍ କମ୍ ଦିନ ମଧ୍ଯ ରେ ସାରା ଗାଁଆ କୁ ନିଜ ପ୍ରେମର ରଜ୍ଜୁରେ ବାନ୍ଧି ଦେଇଥିଲା। ପିଲାଟି ଦିନରୁ ତା ଭିତରେ ବିକଶିତ ହୋଇ ସାରିଥିଲା ଅନେକ ସୁଗୁଣ। ଗୁରୁଜନଙ୍କୁ ସମ୍ମାନ , ସାନ ମାନଙ୍କୁ ସ୍ନେହ ଓ ସମସ୍ତଙ୍କ ସହ ମିଳିମିଶି ଚଳିବା ଆଦି ବିଶେଷ ଗୁଣର ଅଧିକାରି ଥିଲା ବୁଲୁ। ତା ମୁହଁରେ ସବୁ ସମୟରେ ଚେନାଏ ହସ ଲାଖି ରହିଥାଏ।
କେବେ କେବେ ବୁଢୀ ମାନେ ବୁଲୁ ର ଗାଲ ଆଉଁସି ଦେଇ ଥଟ୍ଟା କରି କୁହନ୍ତି – -- ଆମ ବୁଲୁ ବଡ ହେଲେ ପରମ ରସିକ ନାଗର ହେବ। ତାକୁ ବାହା ହେବା ପାଇଁ ଅଭିଆଡି ଝିଅ ମାନଙ୍କ ଭିତରେ ହାଣକାଟ ହୋଇଯିବ। ଯାହା ହେଲେ ବି ଆମେ ବୁଲୁ କୁ ବାହା ହେବା। କ’ଣ କିରେ ବୁଲୁ, ଆମକୁ ବାହା ହେବୁ ତ? ଧୋକଡୀ ବୁଢୀ ମାନଙ୍କ ଥଟ୍ଟା ତାମସାର ଅର୍ଥ ବୁଝି ନପାରି ବୁଲୁ ମୁଣ୍ଡ ହଲେଇ ହଁ ଭରେ ଓ ସମସ୍ତଙ୍କ ଓଠରେ ହସ ର ଝରଣା ବୋହି ଯାଏ । ଗାଁଆରେ ଥିବା ପ୍ରତ୍ଯକ ଟି ଘର ବୁଲୁ ପାଇଁ ସଦାବେଳେ ଉନ୍ମୁକ୍ତ ଥିଲା। ଆଖି ଖୋଲିବା ପରେ, ବାପା ମାଆଙ୍କ ବ୍ଯତୀତ ସେହି ଗାଁଆର ଲୋକମାନେ ଥିଲେ ତା’ର ବନ୍ଧୁ ପରିଜନ। ତେଣୁ ସ୍ବାଭାବିକ ଭାବରେ ତା ପାଇଁ ସେହି ଗାଁଆଟି ଥିଲା ବାଲ୍ଯଲୀଳାର ଉପଯୁକ୍ତ ସ୍ଥାନ।
ରମା କିଛି କାମରେ ବ୍ଯସ୍ତ ଥିଲା ବେଳେ ବୁଲୁ ପଡିଶା ଘରେ ଖେଳାଖେଳି କରେ। ସମସ୍ତଙ୍କୁ ନିଜର କରି ପାରିବାର କଳା ସେ ପିଲାଟି ଦିନରୁ ଶିଖିଥିଲା ; ତେଣୁ ଗାଁଆ ଲୋକ ମାନଙ୍କୁ ସେ ଜେଜେ, ଜେଜେ ମା, ଅଜା, ଆଈ, କାକା, ଖୁଡୀ, ମାମୁଁ, ମାଇଁ, ମାଉସୀ, ନାନୀ, ଭାଇ ଆଦି ନାମରେ ସମ୍ବୋଧନ କରୁଥିଲା। ସମସ୍ତଙ୍କ ପାଇଁ ବୁଲୁ ପାଲଟି ଯାଇଥିଲା ଏକ ଜୀବନ୍ତ କଣ୍ଢେଇ। କିଏ କାଖ କରି ବୁଲାଇ ନେଲାଣି, ତ କିଏ ପାଖରେ ବସାଇ ଗପ ଶୁଣାଇଲାଣି, ଆଉ କିଏ ଅତି ଯତ୍ନରେ ଖୁଆଇ ଦେଲାଣି। କେବେ କେମିତି ଯଦୁ ବାବୁଙ୍କର ଅନୁମତି ନେଇ ବୁଲୁ କୁ ଗାଁଆର ପୁରୁଖା ଲୋକେ ଯାତ୍ରା ଦେଖେଇବାକୁ ନିଅନ୍ତି। ଘରକୁ ଫେରିଲା ବେଳେ ବୁଲୁ ହାତରେ ଥାଏ ବେଲୁନ୍, ପେଁ କାଳୀ , ବେଙ୍ଗବାଜା ଓ କେତେ ପ୍ରକାର ର ମିଠାଇ। ଯଦୁବାବୁ କୃତ୍ରିମ ରାଗ ଦେଖାଇକୁହନ୍ତି-- ମଉସା, ଏସବୁ ଆଣିବା କଣ ଦରକାର ଥିଲା? ବୁଲୁ କୁ ଏତେ ଭଲ ପାଇବା ଦେଉଛ, କାଲି କୁଆଡେ ବଦଳି ହେଲେ ସେ ନୂଆ ଯାଗାରେ ଚଳି ପାରିବ ତ?
– – ସେମିତି ଅମଙ୍ଗଳିଆ କଥା କୁହନି ପୁଅ, ତୁମର କାଇଁ କୁଆଡେ ବଦଳି ହେବ ମ ! ତୁମେ ସବୁ ଦିନ ଆମ ପାଖରେ ରହିବ। ଆଉ ରହିଲା ବୁଲୁ କଥା, ସେ ଖାଲି ତୁମର ପୁଅ ନୁହଁ , ଆମ ମାନଙ୍କର ନାତି ମଧ୍ଯ। ଅଜା ହିସାବରେ କ’ଣ ଏତିକି ଆଣିବାର ଅଧିକାର ଆମର ନାହିଁ ?
ସେ ଆଲୋଚନାରେ ମୁଣ୍ଡ ନ ଖେଳାଇ ବୁଲୁ ମିଠାଇ ଖାଇ ବେଙ୍ଗ ବାଜା ବଜେଇବାରେ ବ୍ଯସ୍ତ ଥାଏ। ବୁଲୁ ର ଦେହ ପା ବିଷୟରେ ଯଦୁଙ୍କ ଅପେକ୍ଷା ଗାଁଆ ଲୋକେ ବେଶି ସଚେତନ ଥିଲେ। ସେଦିନ, ଖେଳୁଖେଳୁ ବୁଲୁ ତଳେ ପଡିଯିବାରୁ ଆଣ୍ଠୁ ଓ କହୁଣୀ ଖଣ୍ଡିଆ ହୋଇଗଲା। କାନ୍ଦି କାନ୍ଦି ପିଲା ଟା ଲାଲ୍ ପଡିଗଲା। ପାଖ ପଡିଶାଙ୍କ ଅବସ୍ଥା ସେଦିନ ଦେଖିଲା ପରି ହୋଇଥିଲା। ସବୁ ଲୋକ ଯଦୁଙ୍କ ଘର ଆଗରେ ବସି ରହିଲେ। ତାଙ୍କୁ ଲାଗୁଥିଲା ସତେ କି ଖଣ୍ଡିଆ ଟା ସେମାନଙ୍କ ଦେହରେ ହୋଇଛି।
– ଆଃ, ବିଚରା ରାଜା ଛୁଆ ଟା, କେତେ ହୀନସ୍ତା ହେଲା। ମୁଁ ମନା କରୁଛି, ସନା ବୋଉ କୁ ରାସ୍ତା ଉପରେ ବାଲି ପକାନି ବୋଲି, ସେ କାହା କଥା ଶୁଣିଲେ ତ ହେବ। ତା ଭୁଲ୍ ପାଇଁ ବିଚରା ପିଲା ଟା କେତେ ହନ୍ତସନ୍ତ ହେଲା। ଗାରୁଗାରୁ ହୋଇ କହୁଥାନ୍ତି ଗାଁଆର ସବୁଠାରୁ ବୟୋଜ୍ଯେଷ୍ଠ ବ୍ଯକ୍ତି। ସେପଟେ, ବିଚାରି ସନା ବୋଉ ଭୁଲ୍ କରିଛି ଜାଣିବା ପରେ, ବୁଲୁ ପାଖରେ ବସି ରହି ତାକୁ ବୋଧ କରିବାରେ ବ୍ଯସ୍ତ। ଘଟଣା ପରଦିନ ସୁସ୍ଥ ହୋଇ ବୁଲୁ ପୁଣି ଖେଳିବାକୁ ବାହାରିଲା। କିନ୍ତୁ ଯଦୁଙ୍କ ମନକୁ ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କରୁଥାଏ , କୁଆଡେ ବଦଳି ହେଲେ ରମା ଓ ବୁଲୁ ଚଳି ପାରିବେ ତ?
କଥାରେ ଅଛି ଆକାଶରେ ଇନ୍ଦ୍ରଧନୁ ପରି ଜୀବନରେ ସୁଖର ଅବଧି ବହୁତ କମ ଥାଏ। ଓଠର ହସ ବୋଧେ ଆଖି ପାଇଁ ଅସହ୍ଯ ହୁଏ। ସେଥିପାଇଁ ତ, ଓଠରେ ହସ ଖେଳିବାକୁ ଆରମ୍ଭ କରିବା ମାତ୍ରେ, ଆଖିର ନିଭୃତ କୋଣରେ ଲୁହ ମାନେ ଜମାଟ ବାନ୍ଧିବାରେ ଲାଗି ଯାଆନ୍ତି। ସତେକି ,ସେମାନେ ଜାଣି ଥାଆନ୍ତି ଯେ, ଏହା ପରେ ସେମାନଙ୍କର କାମ ଆରମ୍ଭ ହୋଇଯିବ। ମୁହଁରୁ ହସର ସାଗର ଶୁଖି ଲୁହର ଝରଣା ବୋହିବାକୁ ବେଶୀ ସମୟ ଲାଗେନି। ସେମିତି କିଛି ହେଲା ଯଦୁଙ୍କ ଜୀବନରେ। ଦିନେ ବିମର୍ଷ ବଦନରେ ଘରକୁ ଫେରି, ସହରକୁ ବଦଳି ହୋଇଯିବା କଥା ଟା ରମାଙ୍କୁ କହିଲେ। ହୃଦୟ ଭିତରେ କିଛି ଗୋଟେ ଭାଙ୍ଗି ଯିବାର ଅନୂଭବ କଲେ , କିନ୍ତୁ ମୌନ ରହିଲେ। ଲୁହ ଛଳଛଳ ଆଖିରେ ପଚାରିଲେ --- କେବେ ଯିବାକୁ ହେବ?
– ଗୋଟେ ସପ୍ତାହ ଭିତରେ। ସହର ପୋଷ୍ଟ ଅଫିସ୍ ରେ କାମ ପ୍ରବଳ। ସହକର୍ମୀ ମାନେ ଟିକେ ଅସହିଷ୍ଣୁ ପ୍ରକୃତି ର । ମୋର ପ୍ରମୋଶନ୍ ହୋଇଛି ଜାଣିବା ପରେ ସେମାନଙ୍କର ଅସୂୟା ଭାବ ଆଉ ଟିକେ ବଢି ଯାଇଥିବ। ଚାକିରି କରିଛି ଯେତେବେଳେ ସବୁ ସହିବାକୁ ହେବ। ମୋର ତୁମ ମାନଙ୍କ ପାଇଁ ବେଶୀ ଚିନ୍ତା। ଗାଁଆରୁ ଆମ ମାନଙ୍କୁ ଯେତିକି ଭଲପାଇବା ମିଳୁ ଥିଲା ତାହା ସହରରେ କଣ ମିଳିବ? ମୋ ପରିବାର ପାଲଟି ଯାଇଥିଲା ଏଇ ଗାଁଆଟି। ତାକୁ ଛାଡି ଯିବା କଥା ଭାବିଲେ ମନ ଭିତରଟା କେମିତି ମନ୍ଥି ହୋଇଗଲା ପରି ଲାଗୁଛି। ବୁଲୁ, ବଦଳି ଓ ସହର ଯିବା କଥା ଶୁଣି ବାହାରକୁ ଦୌଡି ଗଲା ଓ ସମସ୍ତଙ୍କୁ ଏ କଥା ଜଣେଇ ଦେଲା। କିଛି ସମୟ ଭିତରେ ଯଦୁବାବୁଙ୍କ ଘର ଆଗରେ ଜନସମୁଦ୍ର ଲାଗିଗଲା। କେବେ ନା କେବେ ବଦଳି ହେବ ବୋଲି ସବୁ ଜାଣିଥିଲେ, ମାତ୍ର ଏତେ ଜଲଦି ହେବ ବୋଲି ଭାବି ନ ଥିଲେ। ବୁଲୁ କୁ ଯାତ୍ରା ଦେଖେଇବାକୁ ନେଇଥିବା ସେ ବୃଦ୍ଧ ଜଣକ ଅଭିମାନ ଭରା ସ୍ବରରେ ଯଦୁଙ୍କୁ କହିଲେ-- ଏବେ ଖୁସି ହେଲ ତ ପୁଅ ? ଆମକୁ ଛାଡି ସହର ଯିବାକୁ ତୁମର ମନ ବଡ ବ୍ଯାକୁଳ ଥିଲା ; ଭଗବାନ ବି ତୁମ ଡାକ ଶୁଣିଲେ। ଏବେ ଯାଅ ମନ ଖୁସିରେ ତୁମ ସହର କୁ। କିନ୍ତୁ ମନେ ରଖ, ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଆମ ମାନଙ୍କର କଥା ଭାଳି ହେଉଥିବ। ତୁମେ ଯାଅ ଆମ ମନ ଦୁଃଖ ନାହିଁ, କିନ୍ତୁ ଆମ ବୋହୁ ଓ ନାତିଆ ଟୋକା ବି ଚାଲିଯିବେ? ଏତିକି କହିଲା ବେଳକୁ ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଗଲା।
ସବୁ ଲୁହ, ଅଭିମାନ ଓ ରାଗ ରୂଷା କୁ ପଛରେ ଛାଡି ତିନି ପ୍ରାଣୀ ସହରରେ ପହଞ୍ଚିଲେ। ଯାହା ହେଉ, ସରକାରଙ୍କ ତରଫରୁ ସରକାରୀ ଘର ଖଣ୍ଡେ ମିଳିଗଲା, ଆଖପାଖରେ କେତୋଟି ସରକାରୀ କର୍ମଚାରୀଙ୍କ ଘର ଅଛି। ମୋଟାମୋଟି କହିଲେ ଗାଁଆ କୁ ଜାକିମାଡି ଅତି ଛୋଟ କରିଦେଲେ ଯେମିତି ଦିଶିବ, ପାଖାପାଖି ସେମିତି ଦିଶୁଥିଲା ଯଦୁଙ୍କର ନୂଆ ଠିକଣା। ଆମ୍ବତୋଟା, ପୋଖରୀ, କିଆବୁଦା ମୂଳ, ମୋରମ ବିଛା ରାସ୍ତା, ଭାବବତ ଟୁଙ୍ଗୀ, ପାଳଗଦା, ଶଗଡ, ସୁଲୁସୁଲିଆ ପବନ କିଛି ନ ଥିଲା ସେ କୋଲୋନୀ ବା ସହରରେ । ସହରୀ ଲୋକ ମାନଙ୍କ ପାଖରେ ସମୟର ଘୋର ଅଭାବ। କେହି କାହାର ମୁହଁ ଚାହିଁବାକୁ ଫୁରସତ ନାହିଁ। ସମସ୍ତଙ୍କ ମୁହଁରେ କେମିତି ଗୋଟେ ଅଚିହ୍ନା ଭାବ ଉକୁଟି ଉଠୁଛି। ସବୁଠାରୁ ଘୋର ଅଭାବ ଅଛି ଗୋଟିଏ ଜିନିଷର ; ତାହା ହେଲା ମନ ଖୋଲା ହସ। ଟିକେ ହସିଦେଲେ ଯେମିତି ବହୁତ ପଇସା ଖର୍ଚ୍ଚ ହୋଇଯିବ ବା ଚରିତ୍ରର ଗାମ୍ଭୀର୍ଯ୍ଯତା ଟା ଫିକା ପଡିଯିବ। କଂକ୍ରିଟ୍ ଜଙ୍ଗଲର ଗହଳି, ଡାକବାଜି ଯନ୍ତ୍ରର କୋଳାହଳ,ଗାଡି ମୋଟର ର ଘୁଁ ଘାଁ ଶବ୍ଦ ଓ ଫେରିବାଲାଙ୍କ ଡାକରେ ପରିବେଶଟା ବଡ ଅଶ୍ବସ୍ତିକର ଲାଗୁଛି। ପାଟିଖୋଲି ହାବୁକାଏ ନିର୍ମଳ ପବନର ସ୍ବାଦ ଆସ୍ବାଦନ କରିବାର ଚେଷ୍ଟା କଲେ ମିଳୁଛି, ଦରପୋଡା କଞ୍ଚା କୋଇଲା ଓ ଗାଡି ଧୂଆଁର ଦୁର୍ଗନ୍ଧଯୁକ୍ତ ବାସ୍ନା। କେମିତି ଦିନ କାଟିବେ ସେ କଥା ଚିନ୍ତା କରି ଅତିଷ୍ଠ ହୋଇଯାଉଥିଲେ ଯଦୁ।
ସେ ଅଫିସ ଚାଲିଗଲା ପରେ ରମା ଓ ବୁଲୁ କୌଣସି ମତେ ଘରେ ସମୟ ବିତାଉଥିଲେ। ପାଖପଡିଶାଙ୍କ ସହିତ ସେତେବେଳ ଯାଏ କୌଣସି ଚିହ୍ନା ପରିଚୟ ହୋଇ ନ ଥିଲା। ସେମାନେ ଆସିବା ପରେ କିଛି ଲୋକ, ନନ୍ଦନକାନନ କୁ ନୂଆ ଜନ୍ତୁ ଆସିବା ପରି ଦେଖିଲେ, ମାତ୍ର କବାଟ ବନ୍ଦ କରି ଘର ଭିତରକୁ ପଶିଗଲେ। ରମାଙ୍କୁ ଲାଗିଲା ସତେକି ସେମାନେ ଜବରଦସ୍ତି, ପୂର୍ବରୁ ରହିଥିବା ଲୋକ ମାନଙ୍କର ସ୍ବାଧୀନତାର ଲକ୍ଷ୍ମଣରେଖା ଲଙ୍ଘନ କରି ଧସେଇ ପଶିଯାଇଛନ୍ତି। ସବୁବେଳେ ଲୋକ ମାନଙ୍କର ଗହଣରେ ରହୁଥିବା ବୁଲୁ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିଲା। ବୁଲୁ ଦୁନିଆର ପରିଧି, ଗାଁଆର ବିଶାଳ ବୃତ୍ତରୁ ସଙ୍କୁଚିତ ହୋଇ ବନ୍ଦୀ ହୋଇଯାଇଥିଲା ଏକ ବିନ୍ଦୁରେ। ତା’ର ସମ୍ପର୍କର ଅଭିଧାନରୁ ଅଜା, ଆଈ, ଜେଜେ, ଜେଜେ ମା, କାକା,ଖୁଡୀ, ମାମୁଁ, ମାଇଁ, ମାଉସୀ, ନାନୀ, ଭାଇ ଆଦି ଶବ୍ଦ ହକି ଯାଇଥିଲା, ବାସ୍ ଥିଲା ଦୁଇଟି ଶବ୍ଦ, ବାପା ଓ ମାଆ। କାଚକେନ୍ଦୁ ପରି ନିର୍ମଳ ଜଳରାଶିରେ ଆନନ୍ଦରେ ପହଁରୁଥିବା ତିନି ଟି ମାଛ, ପଡି ଯାଇଥିଲେ ପୁତିଗନ୍ଧମୟ, ଆବର୍ଜନାଭରା ନର୍ଦ୍ଦମା ଭିତରେ। ସବୁଦିନ ସଂନ୍ଧ୍ଯାରେ ଯଦୁ ପରିବାର ଧରି ବଜାର ବୁଲିବାକୁ ଯାଆନ୍ତି ଓ କେବେ କେବେ ବୁଲୁ କୁ ଶିଶୁ ଉଦ୍ଯାନ କୁ ନିଅନ୍ତି। କିନ୍ତୁ, ସବୁଜାଗାରେ ବୁଲୁର ଆଖି କିଛି ଖୋଜୁଥିବାରେ ବ୍ଯସ୍ତ ଥାଏ। ରମା ଓ ଯଦୁ ଜାଣି ପାରନ୍ତି ବୁଲୁର ମାନସିକ ଅବସ୍ଥା।
– – ପିଲା ଟା ଆସିବା ଦିନରୁ କାହା ସହ ଖେଳିବାର ସୁଯୋଗ ପାଇନି। ସହରର ନୂଆ ପରିବେଶରେ ଅଭ୍ଯସ୍ତ ହେବାକୁ ତାକୁ ବେଶ୍ କିଛି ସମୟ ଲାଗିଯିବ। ଦୀର୍ଘଶ୍ବାସ ପକାଇ ଯଦୁ ବୁଝାଇଲା ପରି ରମାଙ୍କୁ କୁହନ୍ତି।
ସେ ଅଫିସ ଚାଲିଗଲା ପରେ ରମା ଓ ବୁଲୁ କୌଣସି ମତେ ଘରେ ସମୟ ବିତାଉଥିଲେ। ପାଖପଡିଶାଙ୍କ ସହିତ ସେତେବେଳ ଯାଏ କୌଣସି ଚିହ୍ନା ପରିଚୟ ହୋଇ ନ ଥିଲା। ସେମାନେ ଆସିବା ପରେ କିଛି ଲୋକ, ନନ୍ଦନକାନନ କୁ ନୂଆ ଜନ୍ତୁ ଆସିବା ପରି ଦେଖିଲେ, ମାତ୍ର କବାଟ ବନ୍ଦ କରି ଘର ଭିତରକୁ ପଶିଗଲେ। ରମାଙ୍କୁ ଲାଗିଲା ସତେକି ସେମାନେ ଜବରଦସ୍ତି, ପୂର୍ବରୁ ରହିଥିବା ଲୋକ ମାନଙ୍କର ସ୍ବାଧୀନତାର ଲକ୍ଷ୍ମଣରେଖା ଲଙ୍ଘନ କରି ଧସେଇ ପଶିଯାଇଛନ୍ତି। ସବୁବେଳେ ଲୋକ ମାନଙ୍କର ଗହଣରେ ରହୁଥିବା ବୁଲୁ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିଲା। ବୁଲୁ ଦୁନିଆର ପରିଧି, ଗାଁଆର ବିଶାଳ ବୃତ୍ତରୁ ସଙ୍କୁଚିତ ହୋଇ ବନ୍ଦୀ ହୋଇଯାଇଥିଲା ଏକ ବିନ୍ଦୁରେ। ତା’ର ସମ୍ପର୍କର ଅଭିଧାନରୁ ଅଜା, ଆଈ, ଜେଜେ, ଜେଜେ ମା, କାକା,ଖୁଡୀ, ମାମୁଁ, ମାଇଁ, ମାଉସୀ, ନାନୀ, ଭାଇ ଆଦି ଶବ୍ଦ ହକି ଯାଇଥିଲା, ବାସ୍ ଥିଲା ଦୁଇଟି ଶବ୍ଦ, ବାପା ଓ ମାଆ। କାଚକେନ୍ଦୁ ପରି ନିର୍ମଳ ଜଳରାଶିରେ ଆନନ୍ଦରେ ପହଁରୁଥିବା ତିନି ଟି ମାଛ, ପଡି ଯାଇଥିଲେ ପୁତିଗନ୍ଧମୟ, ଆବର୍ଜନାଭରା ନର୍ଦ୍ଦମା ଭିତରେ। ସବୁଦିନ ସଂନ୍ଧ୍ଯାରେ ଯଦୁ ପରିବାର ଧରି ବଜାର ବୁଲିବାକୁ ଯାଆନ୍ତି ଓ କେବେ କେବେ ବୁଲୁ କୁ ଶିଶୁ ଉଦ୍ଯାନ କୁ ନିଅନ୍ତି। କିନ୍ତୁ, ସବୁଜାଗାରେ ବୁଲୁର ଆଖି କିଛି ଖୋଜୁଥିବାରେ ବ୍ଯସ୍ତ ଥାଏ। ରମା ଓ ଯଦୁ ଜାଣି ପାରନ୍ତି ବୁଲୁର ମାନସିକ ଅବସ୍ଥା।
– – ପିଲା ଟା ଆସିବା ଦିନରୁ କାହା ସହ ଖେଳିବାର ସୁଯୋଗ ପାଇନି। ସହରର ନୂଆ ପରିବେଶରେ ଅଭ୍ଯସ୍ତ ହେବାକୁ ତାକୁ ବେଶ୍ କିଛି ସମୟ ଲାଗିଯିବ। ଦୀର୍ଘଶ୍ବାସ ପକାଇ ଯଦୁ ବୁଝାଇଲା ପରି ରମାଙ୍କୁ କୁହନ୍ତି।
ଏବେ ସହରରେ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍କୁଲରେ ବୁଲୁର ନାମ ଲେଖା ହୋଇଛି। ସେଠାରେ ପାଠ ପଢାଯାଏନି, ପିଲାମାନେ କେବଳ ଖେଳିବେ ଓ ମଜା କରିବେ। ଯାହାହେଉ ସ୍କୁଲ ଯିବା ପରେ ବୁଲୁର ମନ ଟିକେ ହାଲୁକା ହେଲା ପରି ଲାଗୁଛି। ତା ମୁହଁରୁ ଲିଭି ଯାଇଥିବା ହସର ଝଲକ ଟିକେଟିକେ ଦେଖିବାକୁ ମିଳୁଛି। ସବୁଠାରୁ ବଡ କଥା ହେଲା ତାଙ୍କ ପାଖ ଘରର ଦୁଇ ପିଲା ସେଇ ସ୍କୁଲ କୁ ଯାଉଛନ୍ତି ଓ ବୁଲୁ ସହିତ ସେମାନେ ଭଲରେ ମିଳାମିଶା କରୁଛନ୍ତି। ଦିନେ ବୁଲୁ ବହୁତ୍ ଯିଦ୍ ଧରିଲା ପାଖ ଘରକୁ ବୁଲି ଯିବା ପାଇଁ। ଅନ୍ଯ ଉପାୟ ନ ପାଇ ରମା ପଡୋଶୀଙ୍କ ଘରକୁ ଗଲେ। ରମାଙ୍କୁ ଦେଖି ଗୃହକର୍ତ୍ତ୍ରୀ ଜଣଙ୍କ ଟିକେ ଅପ୍ରସ୍ତୁତ ହେବା ଭଙ୍ଗୀରେ ଆସିବାର କାରଣ ପଚାରିଲେ। ବଡ ସଙ୍କୋଚରେ ରମା କାରଣ ଟା ଜଣାଇଲେ। ସେ ରମାଙ୍କୁ ବସବା ପାଇଁ ମଧ୍ଯ କହିଲେ ନାହିଁ। ସେମିତି ଠିଆ ହୋଇ ପରସ୍ପର ଭିତରେ ପରିଚୟ ଆଦାନ ପ୍ରଦାନ କାର୍ଯ୍ଯଟା ସରିଲା। ବୁଲୁ ସେ ଆଡକୁ ନଜର ନ ଦେଇ ଦୁଇ ପିଲାଙ୍କ ସହ ଖେଳିବାରେ ମାତି ଯାଇଥିଲା। ଟିକେ ବିରକ୍ତିଭରା ସ୍ବରରେ ନିଜ ପିଲା ମାନଙ୍କୁ ଆକଟ କରିବା ସହିତ, ନାରୀ ଜଣକ ବେପରୁଆ ଠାଣୀରେ ରମାଙ୍କୁ ଏକ ପ୍ଲାଷ୍ଟିକ ଚେୟାରରେ ବସିବାକୁ କହିଲେ। ସୋଫା ଉପରେ ନିଜେ ଗୋଡ ଲମ୍ବାଇ ବସି କହିଲେ-- ଆପଣ ମାନେ ବୋଧେ ସହର କୁ ନୂଆ ଆସିଛନ୍ତି ; ଆଗରୁ ଗାଁଆରେ ରହୁଥିଲେ? ରମାଙ୍କର ଉତ୍ତର କୁ ଅପେକ୍ଷା ନ କରି ପୁଣି କହିଲେ-- ଆମ ମିଷ୍ଟର ତହସିଲ ଅଫିସରେ କାମ କରନ୍ତି। ଆଉ ଆପଣଙ୍କର ?
– ସେ ପୋଷ୍ଟ ଅଫିସ୍ ରେ କାମ କରନ୍ତି।
- - କଣ ପିଅନ ନା କଣ?
– – ନାଁ, ସେ ପୋଷ୍ଟମାଷ୍ଟର ଅଛନ୍ତି।
– – ଓଃ, ଏମିତି କଥା ତାହା ହେଲେ। କାଇଁ ଆପଣଙ୍କୁ ଦେଖିଲେ ଜଣା ପଡୁନି ତ? ତାଚ୍ଛଲ୍ଯଭରା ସ୍ବରରେ କହିଲେ ସେ।
ରମା କିନ୍ତୁ ପଢିପାରୁଥିଲେ ନାରୀଟିର ଆଖିରେ ତାଙ୍କ ପ୍ରତି ଥିବା ହେୟଭାବକୁ। ଭାବନା ର ସୂଅରେ ଢେଲାଟେ ପକେଇ ପୁଣି ପଶ୍ନ ଆସିଲା --- ଆପଣଙ୍କର ଶିକ୍ଷାଗତ ଯୋଗ୍ଯତା କେତେ? କିଛି ପାଠ ପଢିଛନ୍ତି ନା ନାହିଁ?
– ମୁଁ ଗାଁଆ ସ୍କୁଲରୁ ମେଟ୍ରିକ୍ ପାଶ୍ କରିଛି।
– – ହାଃ ହାଃ ହାଃ କଣ କହିଲେ ମେଟ୍ରିକ୍ ମାନେ ଦଶମ ? ଏତେ କମ୍ ପାଠ ପଢଛନ୍ତି? ଆପଣଙ୍କ ମିଷ୍ଟର ବାହାହେବାକୁ ରାଜି ହେଲେ କେମିତି ? କ’ଣ ତାଙ୍କୁ ଯୌତୁକରେ ପୋତି ପକେଇଲେ ନା କଣ?
ରମାଙ୍କର ଆଖି ଜକେଇ ଆସିଲା, କିଛି ନ କହି ଚୁପଚାପ୍ ବୁଲୁ କୁ ଧରି ଘରକୁ ଫେରିଲେ। କାନ୍ଦକାନ୍ଦ ହୋଇ ସବୁ କଥା ଯଦୁଙ୍କୁ କହିଲେ। କିଛି ସମୟ ଗୁମସୁମ୍ ବସିବା ପରେ ଯଦୁ କହିଲେ-- ଏ ଦୁନିଆ ଟା ଏମିତି, ରମା। ଲୋକଙ୍କୁ ସବୁଠାରୁ ଅଧିକ ଆନନ୍ଦ ମିଳେ ଅନ୍ଯ କୁ ଦୁଃଖ ଦେଇ। ସେସବୁ ଜିନିଷ ମନରୁ ପୋଛି ଦିଅ। ପିଲା ଟା ଏତେ ଦିନ ପରେ ନୂଆ ସାଙ୍ଗ ପାଇ ଖୁସି ହୋଇଛି। ଆମକୁ ତାକୁ ଖୁସି କରିବାକୁ ହେବ। ତୁମେ ସେ ସ୍ତ୍ରୀ ଲୋକ ସହ ବେଶି ସମୟ କଥାବାର୍ତ୍ତା କରିବାର ଆବଶ୍ଯକତା ନାହିଁ, ବୁଲୁ ଟିକେ ଖେଳାଖେଳି କରିବା ପରେ ତୁମେ ଚାଲି ଆସିବ।
ସେ ଲୋକଟି ବିଷୟରେ ଖବର ନେବାରୁ ଯଦୁ ଜାଣିବାକୁ ପାଇଲେ ,ଯେ ଲୋକଟା ଧିରସ୍ଥିର ପ୍ରକୃତିର ; କିନ୍ତୁ ସ୍ତ୍ରୀ ବଡ ଉଦ୍ଧତ। ଏହି କାରଣରୁ ତାଙ୍କ ଘରେ ସଦାବେଳେ ଅଶାନ୍ତି ଲାଗି ରହିଥାଏ। ଦିନେ ସଂନ୍ଧ୍ଯାବେଳେ ଯଦୁ ନିଜେ ସେ ଲୋକଟି ପାଖକୁ ଗଲେ ଓ କିଛି ସମୟ କଥାବାର୍ତ୍ତା ହୋଇଫେରିଲେ। ଲୋକଟି ତହସିଲ୍ ଅଫିସ ରେ କିରାଣି ଚାକିରୀ କରୁଥିଲା ଓ ତା ପଦବୀ ଠାରୁ ଯଦୁଙ୍କ ପଦବୀ ଉଚ୍ଚରେ ଥିବା କାରଣରୁ ଯଥେଷ୍ଟ ସମ୍ମାନ ଦେଖେଇଲା। ଏବେ ସେ ଲୋକ ଘରକୁ ବୁଲୁ ଖେଳିବାକୁ ଗଲେ, କୌଣସି ଅସୁବିଧା ନାହିଁ ବୋଲି ଦୁହେଁ ନିଶ୍ଚିନ୍ତ ଥିଲେ।
କିନ୍ତୁ ସେ ନାରୀଟିର ମନରେ କାହିଁକି କେଜାଣି ବୁଲୁ ପ୍ରତି ଭୀଷଣ ଇର୍ଷାଭାବ ଜନ୍ମ ନେଇଥିଲା। ହୋଇପାରେ ଯେ ବୁଲୁର ରୂପ ଓ ସ୍ବାସ୍ଥ୍ଯ ତା ପିଲା ମାନଙ୍କ ଠାରୁ ଢେର୍ ଅଧିକା ଥିଲା। ବୁଲୁର ବ୍ଯବହାର ଓ ଚାଲିଚଳଣ ପାଇଁ ପାଖ ପଡିଶା ମାନେ କେବେକେବେ ସେ ସ୍ତ୍ରୀ ଲୋକର ଆଗରେ କହି ଦେଉଥିଲେ-- ଆମ ପୋଷ୍ଟମାଷ୍ଟର ସାର୍ ଙ୍କ ପୁଅ ପୁରା ରାଜକୁମାର ପରି ହୋଇଛି, ଦେଖିବା ଲୋକ ଦଣ୍ଡେ ଛିଡା ହୋଇଯିବ। ବେଶ୍ କିଛି ଦିନ ଧରି ବୁଲୁ ସେ ଲୋକର ପିଲା ମାନଙ୍କ ସହ ଖେଳିଲା। କଲୋନୀର ଅନ୍ଯ ପିଲା ମାନେ ମଧ୍ଯ ଖେଳରେ ମିଶିଲେ ଓ ବୁଲୁ କଲୋନୀର ବାକି ଲୋକ ମାନଙ୍କର ଆଖିର ତାରା ପାଲଟି ଗଲା।
ଦିନେ ବୁଲୁ ସେ ପିଲା ମାନଙ୍କ ସହ ଖେଳିଲା ବେଳକୁ ଅଚାନକ୍ ସ୍ତ୍ରୀ ଲୋକଟି ଆସି ତା ପିଠିରେ ବିଧାଏ ମାରିଦେଲା। ଲୁହ ଛଳଛଳ ଆଖିରେ ବୁଲୁ ତା ମୁହଁ କୁ ଚାହିଁବାରୁ ସେ କହିଲା-- ଗୋଡ ନ ଧୋଇ କାହିଁକି ମୋ ଘରେ ପଶିଗଲୁ। ତୋତେ ମାରିଛି ବୋଲି ଯଦି କାହାକୁ କହିବୁ, ମୁଁ ତୋ ବାପାଙ୍କୁ କହିଦେବି ଯେ ତୁ ମୋ ପୁଅକୁ ବାଡେଇଲୁ ବୋଲି। ଏମିତି ବ୍ଯବହାରର କାରଣ କିଛି ବୁଝି ପାରି ନଥିଲା ନିରୀହ ବୁଲୁ। ବାପାଙ୍କ ଡରରେ ଚୁପ୍ ରହିବାକୁ ବାଧ୍ଯ ହେଲା ଓ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରି ଘରକୁ ଫେରିଲା। କାହାଠାରୁ ଗାଳି ପଦେ ଖାଇ ନ ଥିବା ବୁଲୁ ର ମନରେ ଭୀଷଣ ଆଘାତ ଲାଗିଥିଲା। କିନ୍ତୁ, ସେ ତ ଗୋଡ ନ ଧୋଇ ଭୁଲ୍ କରିଛି, କହିବ କାହାକୁ? ଏଥର ସବୁ ଦିନ କିଛି ନା କିଛି କାରଣ ନେଇ ସ୍ତ୍ରୀ ଲୋକଟି ବୁଲୁ କୁ ଗାଳି ଦେଲା ଓ ବାଡିଆପିଟା କରି ନାଲି ଆଖି ଦେଖାଇ ଚୁପ୍ ରହିବାକୁ ବାଧ୍ଯ କଲା। ତା ପିଲା ମାନେ ମଧ୍ୟ ବୁଲୁ କୁ ଗଧ, କୁକୁର, ଘୁଷୁରୀ, ମଫସଲିଆ କହି ଚିଡାଇବାରେ ଲାଗି ଯାଇଥିଲେ। ତାଙ୍କ ଘରକୁ ବୁଲୁର ଯିବାକୁ ଇଛା ନ ଥିଲା, କିନ୍ତୁ ସେ ଧୂର୍ତ୍ତ ସ୍ତ୍ରୀ ଲୋକଟି ନାନା କଥା କହି ବୁଲୁକୁ ଡରାଇ ଆସିବାକୁ ବାଧ୍ଯ କରି ରଖିଥିଲା।
- - ଦେଖ୍ ବୁଲୁ ଯଦି ତୁ ଆମ ଘରକୁ ନ ଆସିବୁ, ତୁ ଚୋରି କରୁଛୁ ବୋଲି ତୋ ବାପାଙ୍କୁ କହିଦେବି, ତୋ ବାପାଙ୍କୁ ପୋଲିସ୍ ଦ୍ବାରା ବନ୍ଧେଇ ଦେବି, ନ ହେଲେ ତୁମ ଘରେ ସାପ ଛାଡି ଦେବି। ବହୁତ୍ ଖେଳ ହୋଇଗଲା, ଏବେ ସେ କନା ଧରି ଟିଭି, ଫ୍ରିଜ୍ ପୋଛିବାରେ ଲାଗି ଯା। ମନେରଖ୍ ଏଠି କଣ କରୁଛୁ ବୋଲି କାହାକୁ କହିଲେ, ତୋ ଅବସ୍ଥା ଖରାପ କରିଦେବି। ଏପରି କଥା, ବଡ କର୍କଶ ସ୍ବରରେ ସ୍ତ୍ରୀ ଲୋକଟି ବୁଲୁ କୁ ଧମକାଇବା ଭଙ୍ଗୀରେ କୁହେ ।
ବିଚରା ବୁଲୁ ପ୍ରତି ସେମାନଙ୍କର ଅତ୍ଯାଚାରର ମାତ୍ରା ବଢି ଚାଲିଥିଲା। ଯେଉଁ ପିଲା ମାନଙ୍କ ସହ ଖେଳିବାକୁ ଏତେ ମନ ନେଇ ଆସିଥିଲା ସେହି ପିଲା ମାନେ ତାକୁ ବିଧା, ଗୋଇଠା ମାରିବାର ସୁଯୋଗ ହାତଛଡା କରନ୍ତି ନାହିଁ। ସ୍କୁଲ୍ ରେ ସବୁ ପିଲା ମାନଙ୍କ ସାମନା ରେ ବୁଲୁ କୁ କୁହନ୍ତି-- ଦେଖ ପିଲା ମାନେ, ଏ ପିଲା ଆମ ଘରେ କାମ କରୁଛି। ସ୍ବଭାବରେ ଶାନ୍ତଶିିଷ୍ଟ ବୁଲୁ ଅପମାନର ଗରଳ କୁ ପିଇଚାଲିଥିଲା ନୀରବରେ। କେହି ଜାଣିବାର ବାଟ ବି ନ ଥିଲା, କାରଣ ସ୍ତ୍ରୀ ଲୋକଟିର କଦର୍ଯ୍ଯ ବ୍ଯବହାର ପାଇଁ ତା ଘରକୁ ପ୍ରାୟ କେହି ଯାଉ ନ ଥିଲେ। କେବେ କେବେ ବୁଲୁ କୁ ଅଇଁଠା ଖାଇବାକୁ ଦେବା, ତଳେ ବସେଇବା ଓ ବିନା କାରଣରେ କାନ ଧରି ଉଠବସ୍ କରାଇବାରେ ସ୍ତ୍ରୀ ଲୋକଟି ବହୁତ ଆନନ୍ଦ ପାଉଥିଲା। ଧିରେ ଧିରେ ବୁଲୁ ତାଙ୍କ ଘରକୁ ଯବା ପାଇଁ ଅମଙ୍ଗ ହେଲା। ମାତ୍ର ସେ ସ୍ତ୍ରୀ ଲୋକଟି ନିଜେ ରମାଙ୍କ ପାଖକୁ ଆସି ମିଠା କଥା କହି ବୁଲୁର ହାତ ଧରି ତାଙ୍କ ଘରକୁ ନେଇ ଯାଉଥିଲା। ସରଳ ବିଶ୍ବାସୀ ରମା ଭାବୁଥିଲେ, ବୋଧେ ସ୍ତ୍ରୀ ଲୋକଟି ନିଜ ଭୁଲ୍ ବୁଝି ପାରିଛି ଓ ତା ବ୍ଯବହାର ପାଇଁ ଅନୁତପ୍ତ। ସେଥିପାଇଁ ନିଜ ଆଡୁ ଆସି ବୁଲୁ କୁ ତାଙ୍କ ଘରକୁ ଡାକି ନେଉଛି। ବୁଲୁ ସହିତ ସାଙ୍ଗ ହେବା ପାଇଁ ପିଲାମାନେ ମିଳି ଯବାରୁ ରମା ଓ ଯଦୁ ଆଶ୍ବସ୍ତ ଥିଲେ ଓ ତାଙ୍କର ଆଶ୍ବସ୍ତି ର ଚାଦର ତଳେ ଲୁଚି ଯାଉଥିଲା ବୁଲୁ ପ୍ରତି ହେଉଥିବା, ପ୍ରତ୍ଯକ ଟି ଅତ୍ଯାଚାର।
- - ଦେଖ୍ ବୁଲୁ ଯଦି ତୁ ଆମ ଘରକୁ ନ ଆସିବୁ, ତୁ ଚୋରି କରୁଛୁ ବୋଲି ତୋ ବାପାଙ୍କୁ କହିଦେବି, ତୋ ବାପାଙ୍କୁ ପୋଲିସ୍ ଦ୍ବାରା ବନ୍ଧେଇ ଦେବି, ନ ହେଲେ ତୁମ ଘରେ ସାପ ଛାଡି ଦେବି। ବହୁତ୍ ଖେଳ ହୋଇଗଲା, ଏବେ ସେ କନା ଧରି ଟିଭି, ଫ୍ରିଜ୍ ପୋଛିବାରେ ଲାଗି ଯା। ମନେରଖ୍ ଏଠି କଣ କରୁଛୁ ବୋଲି କାହାକୁ କହିଲେ, ତୋ ଅବସ୍ଥା ଖରାପ କରିଦେବି। ଏପରି କଥା, ବଡ କର୍କଶ ସ୍ବରରେ ସ୍ତ୍ରୀ ଲୋକଟି ବୁଲୁ କୁ ଧମକାଇବା ଭଙ୍ଗୀରେ କୁହେ ।
ବିଚରା ବୁଲୁ ପ୍ରତି ସେମାନଙ୍କର ଅତ୍ଯାଚାରର ମାତ୍ରା ବଢି ଚାଲିଥିଲା। ଯେଉଁ ପିଲା ମାନଙ୍କ ସହ ଖେଳିବାକୁ ଏତେ ମନ ନେଇ ଆସିଥିଲା ସେହି ପିଲା ମାନେ ତାକୁ ବିଧା, ଗୋଇଠା ମାରିବାର ସୁଯୋଗ ହାତଛଡା କରନ୍ତି ନାହିଁ। ସ୍କୁଲ୍ ରେ ସବୁ ପିଲା ମାନଙ୍କ ସାମନା ରେ ବୁଲୁ କୁ କୁହନ୍ତି-- ଦେଖ ପିଲା ମାନେ, ଏ ପିଲା ଆମ ଘରେ କାମ କରୁଛି। ସ୍ବଭାବରେ ଶାନ୍ତଶିିଷ୍ଟ ବୁଲୁ ଅପମାନର ଗରଳ କୁ ପିଇଚାଲିଥିଲା ନୀରବରେ। କେହି ଜାଣିବାର ବାଟ ବି ନ ଥିଲା, କାରଣ ସ୍ତ୍ରୀ ଲୋକଟିର କଦର୍ଯ୍ଯ ବ୍ଯବହାର ପାଇଁ ତା ଘରକୁ ପ୍ରାୟ କେହି ଯାଉ ନ ଥିଲେ। କେବେ କେବେ ବୁଲୁ କୁ ଅଇଁଠା ଖାଇବାକୁ ଦେବା, ତଳେ ବସେଇବା ଓ ବିନା କାରଣରେ କାନ ଧରି ଉଠବସ୍ କରାଇବାରେ ସ୍ତ୍ରୀ ଲୋକଟି ବହୁତ ଆନନ୍ଦ ପାଉଥିଲା। ଧିରେ ଧିରେ ବୁଲୁ ତାଙ୍କ ଘରକୁ ଯବା ପାଇଁ ଅମଙ୍ଗ ହେଲା। ମାତ୍ର ସେ ସ୍ତ୍ରୀ ଲୋକଟି ନିଜେ ରମାଙ୍କ ପାଖକୁ ଆସି ମିଠା କଥା କହି ବୁଲୁର ହାତ ଧରି ତାଙ୍କ ଘରକୁ ନେଇ ଯାଉଥିଲା। ସରଳ ବିଶ୍ବାସୀ ରମା ଭାବୁଥିଲେ, ବୋଧେ ସ୍ତ୍ରୀ ଲୋକଟି ନିଜ ଭୁଲ୍ ବୁଝି ପାରିଛି ଓ ତା ବ୍ଯବହାର ପାଇଁ ଅନୁତପ୍ତ। ସେଥିପାଇଁ ନିଜ ଆଡୁ ଆସି ବୁଲୁ କୁ ତାଙ୍କ ଘରକୁ ଡାକି ନେଉଛି। ବୁଲୁ ସହିତ ସାଙ୍ଗ ହେବା ପାଇଁ ପିଲାମାନେ ମିଳି ଯବାରୁ ରମା ଓ ଯଦୁ ଆଶ୍ବସ୍ତ ଥିଲେ ଓ ତାଙ୍କର ଆଶ୍ବସ୍ତି ର ଚାଦର ତଳେ ଲୁଚି ଯାଉଥିଲା ବୁଲୁ ପ୍ରତି ହେଉଥିବା, ପ୍ରତ୍ଯକ ଟି ଅତ୍ଯାଚାର।
ବୁଲୁ ଭିତରେ ଭିତରେ ଜଳିବାକୁ ଆରମ୍ଭ କରିଦେଇଥିଲା। ତା ମୁହଁରୁ ହସର ଝରଣା ଶୁଖି ଆସୁଥିଲା। ସଦାବେଳେ କେମିତି ଅନ୍ଯମନସ୍କ ରହୁଥିଲା। ସ୍ବାସ୍ଥ୍ଯ ମଧ୍ୟ ବିଗିଡିବା ପରି ଲାଗୁଥିଲା। ରମା ଭାବୁଥିଲେ ପିଲା ଟା ନୂଆ କରି ସ୍କୁଲ ଯାଉଛି ବୋଲି ଏମିତି ହେଉଥିବ। ଶୋଇଲା ବେଳେ “ମୋତେ ମାରନି” କହି ବିଳବିଳେଇ ଉଠୁଥିଲା। କାଳେ ଦୁସ୍ବପ୍ନ ଦେଖୁଥିବ ଭାବି ସେ କଥାକୁ ରମା ଓ ଯଦୁ ଗୁରୁତ୍ବ ଦେଉ ନ ଥିଲେ। ଦିନେ ଦିନେ ବୁଲୁ ନିରୀହ ଭାବରେ ପଚାରେ-- ବାପା, ମଣିଷ ମାନେ କଣ ଗଧ, ଘୁଷୁରୀ, କୁକୁର ହୋଇପାରନ୍ତି ? ପୋଲିସ୍ କଣ ଲୋକ ମାନଙ୍କୁ ବାନ୍ଧି ବହୁତ ବାଡିଆପିଟା କରି ମାରିଦିଏ? ରାତି ରେ ଶୋଇଥିଲା ବେଳେ ଯଦି ଘରେ ସାପ ପଶି ଆମ ସମସ୍ତଙ୍କୁ କାମୁଡି ଦେବ, ଆମେ କଣ ମରିଯିବା? ମୋଚିଘର ପିଲାର ଅର୍ଥ କ'ଣ ବାପା?
ଏମିତି ଉଦ୍ଭଟ ପ୍ରଶ୍ନ ଶୁଣି ଉଭୟେ ବଡ ଆଶ୍ଚର୍ଯ୍ଯରେ ପଚାରନ୍ତି-- କୁଆଡୁ ଏସବୁ କଥା ଶିଖିଲୁ ବୁଲୁ? ପିଲାମାନେ ଏମିତି କହିବା ଜମା ବି ଠିକ୍ ନୁହଁ, ଲୋକେ ଶୁଣିଲେ ତୋତେ ଖରାପ୍ ଭାବିବେ। ଚୁପ୍ ହୋଇଯାଏ ବୁଲୁ। ସେ ସ୍ତ୍ରୀ ଲୋକର ନାଲିଆଖି ମନେ ପଡିଯାଏ ଓ ରମା, ଯଦୁଙ୍କ ଆକଟ ତା ପାଟିରେ ତାଲା ପକେଇ ଦିଏ।
ଏମିତି ଉଦ୍ଭଟ ପ୍ରଶ୍ନ ଶୁଣି ଉଭୟେ ବଡ ଆଶ୍ଚର୍ଯ୍ଯରେ ପଚାରନ୍ତି-- କୁଆଡୁ ଏସବୁ କଥା ଶିଖିଲୁ ବୁଲୁ? ପିଲାମାନେ ଏମିତି କହିବା ଜମା ବି ଠିକ୍ ନୁହଁ, ଲୋକେ ଶୁଣିଲେ ତୋତେ ଖରାପ୍ ଭାବିବେ। ଚୁପ୍ ହୋଇଯାଏ ବୁଲୁ। ସେ ସ୍ତ୍ରୀ ଲୋକର ନାଲିଆଖି ମନେ ପଡିଯାଏ ଓ ରମା, ଯଦୁଙ୍କ ଆକଟ ତା ପାଟିରେ ତାଲା ପକେଇ ଦିଏ।
ବିଚରା ବୁଲୁ, ସହରର ଚକ୍ରବ୍ଯୁହ ଭିତରେ ପଶି ତା’ର କୁନି ହାତରେ କାହା ସହିତ ବା ଲଢେଇ କରିପାରିବ? ମନେ ମନେ ଭାବେ କେତେ ଭଲ ଥିଲେ ଗାଁଆର ଲୋକେ। କେତେ ଭଲ ପାଉଥିଲେ ତାକୁ। କିନ୍ତୁ ସହରରେ ବିନା କାରଣରେ କେବଳ ମାଡ ଗାଳି ଖାଇବାକୁ ପଡୁଛି। ଶୋଇଲା ବେଳେ ରମାଙ୍କୁ କୁହେ-- ମାଆ ଆମେ କେବେ ଗାଁଆକୁ ଯିବା ଯେ? ସମସ୍ତଙ୍କ କଥା କହୁତ ମନେ ପଡୁଛି। ମୋତେ ଏ ସହରରେ କିଛି ଭଲ ଲାଗୁନି, ଏଠି ରହିବାକୁ ମୋ ମନ ହଉନି। ମୋତେ ଗାଁଆ କୁ ନେଇଚାଲ। ରମା କିଛି କହିବା ଆଗରୁ ବିଚରା ଶୋଇ ପଡିଥାଏ।
ସେଦିନ ଯଦୁ ଅଫିସ୍ ରେ ଥିଲେ। ବୁଲୁ ଖେଳିବାକୁ ଯାଇଥିଲା। କିଛି ସମୟ ପରେ କାନ୍ଦିକାନ୍ଦି ଚିତ୍କାର କରି ବୁଲୁ ଘର ଭିତରେ ପଶିଗଲା। ଦେଖିଲା ବେଳକୁ ମୁଣ୍ଡ ଫାଟି ରକ୍ତଧାର ବୋହିଚାଲିଛି। ଦେହ ସାରା ମାଡ ଦାଗ। ଗାଲରେ ଚଟକଣି ମାରିବାର ଦାଗ ସ୍ପଷ୍ଟ ଦିଶୁଛି। ହାତଗୋଡରେ ମାଡ ବାଜି ନୋଳା ଫାଟିଯାଇଛି।
– ମୋ ଧନରେ କ’ଣ ହେଲା ତୋର, କିଏ ତୋତେ ମାରିଲା କହ ? ବୁଲୁ କୁ ଛାତିରେ ଜାବୁଡି ବିକଳ ହୋଇ କାନ୍ଦି ଚାଲିଥିଲେ ରମା।
– ମାଆ, ତୁମେ ବାପାଙ୍କୁ କିଛି କହିବନି। ମୁଁ ଗୋଟେ ଭୁଲ କରିଦେଇଛି। ସେ ପିଲା ମାନଙ୍କ ସହ ଖେଳିଲା ବେଳେ ମୋ ହାତ ବାଜି ତାଙ୍କ ଘରର ଫୁଲଦାନୀ ଗୋଟେ ଭାଙ୍ଗିଗଲା। ଦୁଇ ଭାଇ ଓ ତାଙ୍କ ମାଆ ମିଶି ମୋତେ ବହୁତ ମାରିଲେ। କହିଲେ, ଯଦି କାହାକୁ ମାଡ ବିଷୟରେ କହିବି, ଆମ ସମସ୍ତଙ୍କୁ ପୋଲିସ୍ ଦ୍ବାରା ବନ୍ଧେଇଦେବେ। ପୋଲିସ୍ ଆମ ସମସ୍ତଙ୍କୁ ବାଡେଇକି ମାରିଦେବ। ତୁମେ କାହାକୁ କିଛି କହିବନି ମାଆ। ମୁଁ ଆଉ ତାଙ୍କ ଘରକୁ କବେ ଯିବିନି। ମୋତେ ଲୁଚେଇ ଦିଅ ମାଆ, ନହେଲେ ସେମାନେ ପୁଣି ମାରିବେ। ମୋତେ ବହୁତ କାଟୁଛି, ଓଃ ମୋ ମୁଣ୍ଡ କ'ଣ ହୋଇଯାଉଛି। ମାଆ ମୁଁ ମରିଯିବିନି ତ?
– – କହିବିନି ରେ ଧନ, କାହାକୁ କିଛି କହିବିନି। ତୁ ମୋତେ କହ କଣ ସବୁ ହୋଇଛି। ରମା ଙ୍କ ପାଦ ତଳୁ ପୃଥିବୀ ଖସି ଗଲା ପରି ଲାଗୁଥିଲା। ଏତେ ଧିରସ୍ଥିର ପିଲା ଏମିତି କଥା କହୁଛି ବୋଲି ବିଶ୍ବାସ ହେଉ ନ ଥିଲା ତାଙ୍କର।
ପ୍ରଥମ ଦିନଠାରୁ ଘଟି ଚାଲିଥିବା ସବୁ ଘଟଣା ଗୋଟି ଗୋଟି କରି ବଖାଣି ଚାଲିଥିଲା ବୁଲୁ। ରମାଙ୍କୁ ଲାଗୁଥିଲା ଯେପରି ତାଙ୍କ ସୁନାସଂସାରରେ ନିଆଁ ଲାଗିଯାଇଛି। ଜଣେ ନାରୀ ଓ ମାଆ ହୋଇ, ସେ ସ୍ତ୍ରୀଲୋକଟି କେମିତି ପିଶାଚି ପାଲଟି ଯାଇଥିଲା ସେଇ ବିଷୟରେ ଭାବି କ୍ରୋଧରେ ଜଳି ଯାଉଥାଏ ତାଙ୍କ ମନ। ଇଚ୍ଛା ହେଉଥାଏ, ସେହିକ୍ଷଣି ସେ ପିଶାଚି ର ଚୁଟିି ଧରି ବିଚ୍ ରାସ୍ତାରେ ଘୋଷାଡି ବାଡେଇବା ପାଇଁ। ତାଙ୍କର ଫୁଲ ପରି କୋମଳ ବୁଲୁର ଅବସ୍ଥା କେତେ ଦୟନୀୟ କରିଦେଇଛନ୍ତି ସେମାନେ!
ଯଦୁ ପହଞ୍ଚିବା ପରେ ବୁଲୁ କୁ ଡାକ୍ତରଖାନା କୁ ନେଲେ। ବୁଲୁର ନିଷ୍ପାପ ପ୍ରାଣ ଓ କୋମଳ ଶରୀର ସେ ନାରୀଟିର ପୈଶାଚିକ ଯାତନା ସହି ନପାରି ନିସ୍ତେଜ ହୋଇ ଆସୁଥିଲା। ବହୁ ଚେଷ୍ଟା ପରେ ସେ ସୁସ୍ଥ ହେଲା। ଘଟଣା ବିଷୟରେ ଯଦୁ ପୋଲିସ୍ ରେ ଖବର ଦେଲେ ଓ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ନିଆଗଲା ସେ ଭୟଙ୍କର ପିଶାଚି ପ୍ରବୃତ୍ତି ବିଶିଷ୍ଟ ନାରୀ ଉପରେ।
ଯଦୁ ପହଞ୍ଚିବା ପରେ ବୁଲୁ କୁ ଡାକ୍ତରଖାନା କୁ ନେଲେ। ବୁଲୁର ନିଷ୍ପାପ ପ୍ରାଣ ଓ କୋମଳ ଶରୀର ସେ ନାରୀଟିର ପୈଶାଚିକ ଯାତନା ସହି ନପାରି ନିସ୍ତେଜ ହୋଇ ଆସୁଥିଲା। ବହୁ ଚେଷ୍ଟା ପରେ ସେ ସୁସ୍ଥ ହେଲା। ଘଟଣା ବିଷୟରେ ଯଦୁ ପୋଲିସ୍ ରେ ଖବର ଦେଲେ ଓ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ନିଆଗଲା ସେ ଭୟଙ୍କର ପିଶାଚି ପ୍ରବୃତ୍ତି ବିଶିଷ୍ଟ ନାରୀ ଉପରେ।
ଡାକ୍ତରଖାନାର ଶେଯରେ ଶୋଇ ଖନେଇ ଖନେଇ ବୁଲୁ ରମାଙ୍କୁ ପଚାରିଲା-- ମାଆ, ବାପାଙ୍କୁ କିଛି କହିନ ତ?
– ନା ରେ ପୁଅ କିଛି କହିନି। ତୁ ଜଲଦି ଭଲ ହୋଇଗଲେ ଆମେ ଗାଁଆକୁ ଯିବା। ସେଇ ଗାଁଆରେ ରହିବା। ଏ ସହର ମୋତେ ଜମା ଭଲ ଲାଗୁନି, କହିଲେ ରମା।
ପ୍ରଶ୍ନିଳ ଆଖିରେ ବୁଲୁ ଚାହିଁଲା ଯଦୁଙ୍କ ମୁହଁକୁ।
– ମାଆ ଠିକ୍ କହୁଛି ବୁଲୁ। ଆମେ ଏଥର ଗାଁଆରେ ରହିବା। ତୁ ଶିଘ୍ର ଭଲ ହୋଇଯା। କେତେ ମଜା କରିବାକୁ ବାକି ଅଛି ଗାଁଆରେ।
ସମ୍ପର୍କର ଏତେ ଗୁଡିଏ ସ୍ବରୂପ ଦେଖିଲା ପରେ ରମା ମନେମନେ ଭାବୁଥିଲେ ଏ ଦୁନିଆରେ କେବଳ ମଣିଷ ଅଛନ୍ତି,ନା ମଣିଷ ଶରୀର ଭିତରେ ପିଶାଚ ମାନେ ମଧ୍ଯ ଅଛନ୍ତି।
– ସମାପ୍ତ--
No comments:
Post a Comment