ଭିନ୍ନ
ଏକ ଯୁଦ୍ଧ
ଅରବିନ୍ଦ
ରଥ
ସକାଳୁ
ଉଠି
ଗାଧୁଆ
ପାଧୁଆ
ସାରି
ଜଗ
ବାହାରିଲା
ସହର
କୁ।
ଆଜି
ତାର
କୋର୍ଟରେ
ସାକ୍ଷୀ
ଦେବାର
ଅଛି।
ଆଜି
କୁ
ମିଶାଇ
ଅନେକ
ଥର
ଗଲାଣି
ସେ
ସହର।
ମାତ୍ର
ହାକିମଙ୍କ
ସମୟ ହେଉନି ବୋଲି ସାକ୍ଷୀ
ଦେଇ
ପାରୁନି।
ଗଲା
ଥର
ସରକାରୀ
ଓକିଲ
ଙ୍କୁ
ବହୁତ
ଥର
କହି
ଆସିଥିଲା ଯେ-
– ଆଜ୍ଞା
ମୋ
ଝିଅ
ତ
ଆଉ
ସଂସାରରେ
ନାହିଁ।
ତାର
ଇଜ୍ଜତ
ନେଇ
ବଡ
କଲବଲ
କରି
ମାରି
ଜଙ୍ଗଲରେ
ଫିଙ୍ଗିଦେଲେ
।
ଘଟଣା
ଘଟିବାର
୧୦
ବର୍ଷ
ହେଲାଣି।
କି
ବିଚାର
ଚାଲିଛି
ଯେ
ଆଜି
ଯାଏ
ସରୁନି?
ସବୁ
ଜାଣିଛନ୍ତି
ଏ
କାମ
ଆମ
ଗାଁ
ଠିକାଦାର
ରାକା
କରିଛି।
ମୁଁ
ଏତଲା
ଦେଲା
ପରେ
ପୋଲିସ
କିଛି
ଦିନ
ପାଇଁ
ତାକୁ
ଜେଲ
କୁ
ପଠେଇ
ଦେଇଥିଲା।
ବାସ
ସେତିକି।
ତା
ପର
ଠାରୁ
ମୁଁ
ଦଣ୍ଡ
ଭୋଗିଚାଲିଛି।
ରାକା
ମୋ
ଜୀବନ
ମାଟି
କରି
ସାରିଲାଣି।
ବାଟରେ
ଘାଟରେ
ଚାଲିବା
ମୁସ୍କିଲ
ହୋଇ
ପଡିଲାଣି।
ଏତିକି
ଦିନ
ଭିତରେ
ଅନେକ
ଥର
ମୋତେ
ବାଡିଆ
ପିଟା
ବି
କଲାଣି।
କିନ୍ତୁ
ଶୁଣିବ
କିଏ
? ଯେବେ
ସାକ୍ଷୀ
ର
ତାରିଖ
ପଡୁଛି
ତା
ପୂର୍ବରୁ
ମୋତେ
ଧମକାଇବା
ଆରମ୍ଭ
କରିି
ଦେଉଛି।
ଅନେକ
ଥର
ପଇସାର
ଲୋଭ
ବି
ଦେଲାଣି।
ମୁଁ
କିଛି
କହିଲେ
ମୋତେ
ମାରିଦେବ
ବୋଲି
ସଦାବେଳେ
କହି
ବୁଲୁଛି।
ନିଜ
ଭାଇ
ବନ୍ଧୁ
ତ
କୋର୍ଟରେ
କହିଲେ
ସେ
ମୋ
ଝିଅ
ସୁନି
କୁ
ଜାଣି
ନାହାନ୍ତି।
ଘଟଣା
ଦେଖି
ନାହାନ୍ତି
କି
ଶୁଣି
ନାହାନ୍ତି।
ମୋ
ନିଜ
ଭାଇ
ବୋହୁ
ମୋ
ମଲା
ଝିଅର
ଚରିତ୍ର
ଉପରେ
ଦାଗ
ଲଗେଇ
ଦେଲା
କୋର୍ଟରେ।
କହିଲା
କଣ
ନା
ମୋ
ଝିଅର
ପ୍ରକୃ
ତି
ଖରାପ
ଥିଲା।
ବାର
ପିଲାଙ୍କ
ସହ
ସେ
ମିଶୁ
ଥିଲା।
ଛି
ଛି
…....ଯଦି
ନିଜ
ଲୋକ
ଏମିତି
କହିବେ
କିଏ
ବା
କଣ
କହିବ।
ମାତ୍ର
ମୁଁ
କହିବି
ସାର
ସବୁ
କହିବି........
କେମିତି
ସେ
ରାକା
ମୋ
ଝିଅ
କୁ
ହଇରାଣ
କରୁଥିଲା,
ସଦା
ବେଳେ
ତା
ପଛରେ
ବୁଲା
କୁକୁର
ପରି
ଗୋଡାଉ
ଥିଲା
ମୁଁ
ସବୁ
କହିବି।
ମୋ
ଝିଅ
ଏ
କଥା
ମୋତେ
ଆଉ
ତା
ବୋଉ
କୁ
ଅନେକ
ଥର
କହିଛି।
ପାଖ
ପଡିଶାଙ୍କୁ
ବି
କହିଛି।
ସେଦିନ
ରାତିରେ
ମୋ
ଘର
ଭିତରୁ
ମୋ
ଝିଅ
କୁ
ଭିଡି
ନେଲେ
ରାକା
ଆଉ
ତା
ସାଥି
ମାନେ।
ମଦ
ନିଶାରେ
ଚୁର୍
ଓ
ହାତରେ
ସବୁ
ତଲଓ୍ବାର ଧରି ମୋତେ
ଓ
ମୋ
ମାଇପ
କୁ
ଗୋରୁ
ବନ୍ଧା
ଖୁଣ୍ଟରେ
ବାନ୍ଧିଦେଇ
ମୋର
ସର୍ବସ୍ବ,
ମୋ
ସୁନିକୁ ନେଇ
ଚାଲିଗଲେ।
ତା
ପର
ଦିନ
ନଦୀ
ଭିତରୁ
ବାହାରିଲା
ମୋ
ସୁନିର
କ୍ଷତ
ବିକ୍ଷତ
ଶବ।
ଦିହରେ
ଲୁଗା
ନାହିଁ,
ସାରା
ଦେହରେ
ସିଗାରେଟର
ଚେଙ୍କ।
ବେକ
ପାଖରେ
ନୋଳା
ବସି
ଯାଇଥାଏ।
ତଣ୍ଟିରେ
ଗୁଡେଇ
ହୋଇ
ଥାଏ
ସାଇକେଲର
ଗ୍ରିଜ୍
ଲାଗିଥିବା ଚେନ୍।
ବିଲୁଆ
କୁକୁର
ପରି
କାମୁଡି
ଦେଇଥାନ୍ତି
ମୋ
ସୁନି
କୁ
ଏଇ
ସବୁ
ସଇତାନ
ମାନେ।
ସାରା
ଦେହରେ
କମୁଡା
ଦାଗ।
ପାଣି
ଭିତରୁ
ଛାଣି
ବାହାରକୁ
ଆଣିଲା
ବେଳକୁ
ସୁନି
ହାତ
ମୁଠାରେ
ଥାଏ
ରାକାର
ବାଘ
ଦାନ୍ତ
ଲଗାଯାଇଥିବା
ମୋଟା
ସୁନା
ଚେନ
ଓ
ଆର
ହାତରେ
ଥାଏ
ପୁଳାଏ
ଚୁଟି।
ସବୁ
ଦେଖିଲା
ପୋଲିସ।
ଗାଁ
ଲୋକ
ବି
ବଲବଲ
କରି
ଠିଆ
ହୋଇଥାନ୍ତି
ସେଇ
ଯାଗାରେ।
ସୁନି
ର
ମାଆ
ରାହା
ଛାଡି
ଛାଡି
କାନ୍ଦି
ଭୂଇଁରେ
ଲୋଟିଲା
ବେଳକୁ
ମୁଁ
ଛାତିକୁ
ପଥର
କରି
ଠିଆ
ହୋଇଥାଏ।
ପୋଲିସ
ଆସିଲା ପୋଲିସ କୁକୁର ଧରି। ବହୁତ
ଜିନିଷ ଜବତ ବି କଲା। ବେଶ କିଛି
ଦିନ ଯାଏ ପେପରରେ ସବୁ ଦିନ ବାହାରିଲା
ଏ ଘଟଣା। କେତେ ରିପୋର୍ଟରଙ୍କ
ସାମନାରେ ବଖାଣିଲି ମୋ ସୁନି ର
ଦୁଃଖଦ କାହାଣି। କିନ୍ତୁ କିଛି
ତ ହେଲାନି।
ମୋ
ସୁନି
କୁ
କେତେ
ସରାଗରେ
ବଢେଇ
ଥିଲି।
ପାଠ
ପଢା,
ନାଚ,
ଗୀତ
ସବୁ
ଥିରେ
ସେ
ଥିଲା
ଆଗରେ।
ଘରର
କିଛି କାମ
ତାକୁ
କେବେ
ବଳେଇ
ଯାଏନି।
ରୋଷେଇ,
ସିଲେଇ,
ବାଡି
ବଗିଚା
କାମ
ସବୁ
ଥିରେ
ସେ
ଥିଲା
ପାରଙ୍ଗମ।
ତା
ବାହାଘର
ପାଇଁ
ଗାଁ
ଜମି
ଖଣ୍ଡକ
ବିକି
ପଇସା
ଯୋଗାଡ
କରିଥିଲି।
ସବୁ
ପଇସା
ପୋଲିସକୁ ହାତଗୁଞ୍ଜା
ଦେବାରେ ଆଉ
କୋର୍ଟ ଦଉଡି
ସରିଗଲାଣି। ମୋ
ଝିଅ
ମଲା
ବୋଲି
କେଶ୍
କଲି।
ମାତ୍ର
ସେଦିନ
ଠୁ
ଆଜି
ଯାଏ
ହନ୍ତସନ୍ତ
ହୋଇ
ମୋ
ଜୀବନ
ଗଲାଣି।
ସରକାରୀ
ଓକିଲ
କହିଲେ
-
--- ତୁ
ବ୍ଯସ୍ତ
ହେଲେ
ଚଳିବନି।
ମୋତେ
ପାଞ୍ଚ
ହଜାର
ଟଙ୍କା
ଦେ।
ଆର
ତାରିଖରେ
ତୋ
କେଶ୍
ଯାହାହେଲେ
ବି
ସାରିଦେବି।
ରାକା
ଦଣ୍ଡ
ପାଇବା
ଥୟ।
ତୁ
ଜାଣିନୁ
କେତେ
କଷ୍ଟରେ
କାମ
ସବୁ
ଚାଲିଛି।
ତୋ
କେଶ୍
ପାଇଁ
ମୋର
ବେଶୀ
ଚିନ୍ତା।
ଆରେ
ସରକାର
ସିନା
ଆମକୁ
ସରକାରୀ
ଓକିଲ
କଲା
, କିନ୍ତୁ
ପଇସା
ଦେଲା
ବେଳକୁ ତ
ଆମକୁ ସମୁଦ୍ର
କୁ
ଶଙ୍ଖେ
ପରି
ଲାଗୁଛି ନା।
ଏତିକି
ପଇସା
ରେ
ବଡ
କେସ୍
ଲଢିବା କଣ
ସହଜ
କଥା।
ତଥାପି
ତୋ
ପାଇଁ
ମୋ
ମନରେ
ଦୟା
ଅଛି।
ତୁ
ଜାଣିଛୁ
କି
ନାହିଁ,
ରାକା
ତା
ଓକିଲ
କୁ
ପଚାଶ
ଲକ୍ଷ
ଟଙ୍କା
ଦେଇ
ସାରିଲାଣି।
ତା
ଓକିଲ
ର
ପେଟ
ସେତିକି
ରେ
ବି
ପୁରୁନି
ତାର
ଆହୁରି
ଦରକାର।
ଏତେ
ଟଙ୍କା
କଥା
ଶୁଣି
ଜଗ
ର
ମୁଣ୍ଡ
ଗୋଳମାଳ
ହୋଇଗଲା।
ମନେ
ମନେ
ଭାବିଲା,
ରାକା
ଏତେ
ଖର୍ଚ୍ଚ
କରୁଛି
ମାନେ
କଣ
ଦଣ୍ଡ
ପାଇବାରୁ
ବଞ୍ଚିଯିବ?
ନା
ନା
ସେମିତି
ହବନି।
ସେ
ସିନା
ଓକିଲ,
ପୋଲିସଙ୍କୁ
କିଣି
ନେବ,
କିନ୍ତୁ
କଣ
ହାକିମ
ଙ୍କୁ
କିଣି
ପାରିବ
କି।
ହାକିମ
ସାମନା
ଠିଆ
ହେଲେ
ଗୋଡ
ଥରୁଛି,
ତଣ୍ଟି
ଶୁଖି
ଯାଇଛି।
କେତେ
ପାଠ
ପଢି
ସେମାନେ
ହାକିମ
ହୋଇଛନ୍ତି।
ମୋଟା
ମୋଟା
ଫାଇଲ
ଭିତରେ
ଲୁଚି ରହିଥିବା
ଲୋକର
ଦୁଃଖ
ବୁଝି
ସେମାନେ
ନ୍ଯାୟ
ଦେଉଛନ୍ତି।
ତାଙ୍କୁ
କଣ
ମିଛଟାରେ
ଧର୍ମରାଜ
କୁହନ୍ତି
ନା
କଣ।
ସେମାନଙ୍କୁ
କିଏ
ଲାଞ୍ଚ
ଦେବାର
ସାହାସ
କରିବ।
ଯିଏ
ବି
କରିବ
ଜେଲରେ
ପଶିବ।
ଏମିତି
ଗୁଡେ
କଥା
ମନ
ଭତରେ
ଘଣ୍ଟାଚକଟା
କରି
ପକେଇଲା।
ଗଲା
ତାରିଖରେ
ଘଟି
ଯାଇଥିବା
ଘଟଣା
ଗୁଡିକର
ଅଡୁଆ
ସୁତା
ଭିତରୁ
ନିଜକୁ
ମୁକ୍ତ
କଲା
।
ସୁନି
ର
ବୋଉ
ସକେଇ
କାନ୍ଦୁଛି।
କହୁଛି
ସେ
ରାକା
କୁ
ଭଗବାନ
ଦଣ୍ଡ
ଦେବେ।
ଆମେ
ଗରିବ
ଲୋକ।
ଆମ
ପାଇଁ
ନ୍ୟାୟ
ନିଶାପ
କିଛି
ନାହିଁ।
ମଲା
ଲୋକ
ତ
ଗଲା
ସେ
କଣ
ଆଉ
ଫେରି
ଆସିବ
।
ଆଉ
ତା
ପାଇଁ
ଏତେ
ହନ୍ତସନ୍ତ
ହେବ
କଣ
ପାଇଁ।
କିଛି
ନ
କହି
ସୁନି
ବୋଉ
ର
ମୁଣ୍ଡକୁ
ଆଉଁସି
ଦେଲା
ଜଗ।
କହିଲା
---- ନ୍ଯାୟ
ମିଳିବ,
ନିହାତି
ମିଳିବ।
ଧର୍ମ
ବୋଲି
କିଛି
ବୋଲି
ସଂସାର
ଚାଲିଛି।
ନୋହିଲେ
ଏ
ଦୁନିଆରେ
କଣ
ବଞ୍ଚି
ହୋଇଥାନ୍ତା।
ତୁ
ଯମା
ବ୍ଯସ୍ତ
ନ
ହୋଇ
ଧର୍ଯ୍ଯ
ଧର।
ଆମ
ସୁନି
କୁ
ଯେମିତି
କଲବଲ
କରି
ମାରିଛନ୍ତି,
ସେମାନେ
ବି
ସେମିତି
ଆଇନ
ଫାନ୍ଦରେ
ମରିବେ।
କୋର୍ଟର
ବାରଣ୍ଡାରେ
ଲୋକଙ୍କ
ଭିଡ
ଜମିବାରେ
ଲାଗିଲାଣି।
ଆଜି
ତା
ସୁନି
କେସ୍
ର
ବିଚାର
ହେବ
ନା।
ସବୁ
ତାରିଖରେ
ଏମିତି
ହୁଏ।
ଲୋକଙ୍କ
ହାଉଯାଉ
ମେଳରେ
ସେ
କୋର୍ଟରେ
ପଶେ।
କିଛି
ନା
କିଛି
ବାହାନା
ଦେଖାଇ
ହାକିମ
କେସ୍
ର
ତାରିଖ
ଘୁଞ୍ଚାଇ
ଦିଅନ୍ତି।
ଯମା
ବି
ଭାବନ୍ତି
ନାହିଁ
ଯେ
ନ୍ଯାୟ
ପାଇବା
ଆଶାରେ
ସେ
କେତେ
ଝଡଝଞା
ସହି
ଆଗେଇ
ଚାଲିଛି।
କାହାର
ଗୋଟେ
ଗଳା
ଧକ୍କାରେ
ସେ
ପଡୁପଡୁ
ନିଜକୁ
ସମ୍ଭାଳି
ନେଲା।
ବୁଲି
ଦେଖିଲା
ବେଳକୁ
ରାକାର
ଦଲାଲ।
ତାକୁ
ନାଲି
ଆଖି
ଦେଖାଇ
କହିଲା-
---- ଆବେ
ତୋର
ମରଣକୁ
ଭୟ
ନାହିଁ
ନା
କଣ।
ରାକା
ଭାଇ
ସହ
ଶତୃତା
କରି
କେହି
ବି
ତିଷ୍ଠିନି,
ତୁ
ଶଳା
କିଏ।
ଭଲ
ମଙ୍ଗଳ
ଥିଲେ
ଚୁପଚାପ୍
ଘରକୁ
ପଳା।
ଯଦି
କୋର୍ଟରେ
ପାଟି
ଖୋଲିବୁ,
ତୋତେ
ଓ
ତୋ
ସ୍ତ୍ରୀର
ମୁଣ୍ଡ
ଗଣ୍ଡି
ଅଲଗା
କରି
ନଦୀରେ
ପକେଇ
ଦେବୁ।
ନିଜେ
ତ
ଦେଖିଲୁ
ରାକା
ଭୟରେ
କେହି
ବି
ପାଟି
ଖୋଲିଲେନି
।
ତେଣୁ
ନିଜକୁ
ବେଶି
ବୀର
ବୋଲି
ଭାବିବା
ଛାଡିଦେ।
ଦଲାଲର
ଧମକ
ଶୁଣି
ଜଗ
ର
ମୁଣ୍ଡ
କୁ
ପିତ୍ତ
ଚଢି
ଗଲା।
ଚିତ୍କାର
କରି
କହିଲା
“ ଆରେ
ମାରି
ଦବ
ତ
ମାରି
ଦିଅ
, ପରବାୟ
ନାହିଁ।
କିନ୍ତୁ
ଯିଏ
ମୋ
ଝିଅ
କୁ
ମାରିଛି
, ତା
ବେକ
ରେ
ଫାଶୀ
ର
ଫାନ୍ଦ
ନ
ବସେଇବା
ଯାଏ
ମୋ
ଦେହରୁ
ପ୍ରାଣ
ଛାଡିବନି। କିଛି
ଲୋକ ସେ ଜାଗା କୁ ଦଉଡି ଆସିବା
ଦେଖି ରାକାର ଦଲାଲ ସେ ଯାଗା ଛାଡି
ପଳେଇଲା।
ଧିରେ
ଯାଇ
କୋର୍ଟ
ଭିତରେ
ବସିଲା ଜଗ।
ହାକିମ
ଆସିବା
ବେଳ
ହୋଇ
ଗଲାଣି।
ସରକାରୀ
ଓକିଲ
ପାଖକୁ
ଆସି
ତା କାନରେ
ଧିରେ
କହିଲେ--
--- ମୁଁ
ଯାହା
ଶୁଣିଛି
ରାକା
ଏ
ହାକିମ
ଙ୍କୁ
ବି
କିଣି
ସାରିଛି।
ତେଣୁ
ଏ
କେସ୍
ରେ
ଦଣ୍ଡ
ହେବା
କଥା
ଭୁଲି
ଯା।
ଜଗ
ଭାବି
ଥିଲା
ସରକାରୀ
ଓକିଲ
ଗଲା
ଥର
ତା
ଠାରୁ
ଟଙ୍କା
ନେଇଥଲେ।
ତେଣୁ
ଏ
ଥର
ଭଲରେ
ଲଢିବେ।
କିନ୍ତୁ
ଏ
କଣ
କହୁଛନ୍ତି
ସେ.......
କଣ
ଗୋଟେ
କହି
ଆଣୁଥିଲା,
କିନ୍ତୁ
ସେତେ
ବେଳକୁ
ହାକିମ
କୋର୍ଟ
ଭିତରେ
ପ୍ରବେଶ
କଲେ।
ସବୁ
ଲୋକ
ଠିଆ
ହୋଇଗଲେ।
ତାଙ୍କ
ଅର୍ଦ୍ଦଳି
ସମସ୍ତଙ୍କୁ
ନୀରବ
ରହିବାକୁ
ଇସାରା
କଲା।
ଜଗ
ର
ହୃତ୍
ସ୍ପନ୍ଦନ
ବଢିଗଲା।
ଗାଲ
ପାଖ
ତାତିଲା
ପରି
ଲାଗିଲା।
ସତେ
ଯେମିତି
କାନ
ଭିତରୁ
ଧୂଆଁ
ବାହାରୁଛି।
ଚାରି
ଆଡକୁ
ନଜର
ବୁଲେଇ
ଦେଖିଲା,
କେହି
ବି
ନିଜର
ନାହାନ୍ତି।
ସବୁ
ଲୋକଙ୍କ
ମୁହଁରେ
ଗୋଟେ
ଅଜଣା
ଉତ୍କଣ୍ଠା।
ନଜର
ପଡିଗଲା
ରାକା
ଉପରେ
।
ପୁରା
ବେଶଭୁଷା
ହୋଇ
ବାହାଘର
ଭୋଜି
ଖାଇବାକୁ
ଆସିଲା
ପରି
ଆସିଛି।
ମୁହଁରେ
ତିଳେ
ମାତ୍ର
ଭୟ
ନାହିଁ।
ଆଶ୍ଚର୍ଯ୍ଯ
ଲାଗିଲା
ତାକୁ।
ମନେ
ହେଲା
ରାକା
ହାକିମଙ୍କୁ
ଚାହିଁ
ହସୁଛି।
ହାକିମ
ବି
ମୁରୁକି
ହସା
ଦେଲେ
ରାକା
କୁ
ଦେଖି।
ହାକିମ
ମୁହଁକୁ
ଚାହିଁଲା
ସେ।
ସତରେ
କଣ
ଏଇ
ଲୋକ
କୁ
ରାକା
କିଣି
ଦେଇଛି।
ଏତେ
ଜ୍ଞାନୀ,
ଧିରସ୍ଥିର
ଲୋକ।
ନ୍ଯାୟମୂର୍ତ୍ତି
ପରା।
ତାଙ୍କର
କଣ
ଅଭାବ
ଥିବ
ଯେ
ସେ
ରାକା
ପରି
ଲୋକ
ଠୁ
ଲାଞ୍ଚ
ନେବେ।
ନିହାତି
ଭାବରେ
ସରକାରୀ
ଓକିଲ
ମିଛ
କହୁଛି।
ମନ
ଭିତରେ
କେତେ
କଣ
କଥା
ଭାବିଲା
ବେଳକୁ
ଅର୍ଦ୍ଦଳି
ଚିତ୍କାର
କରି
ଡାକିଲା
“ ଜଗୁ
ସେଠୀ
ହାଜିର
ହୋ
…........”
ଚମକି
ପଡିଲା
ଜଗ।
ତା
କେସ୍
କଣ
ଆଜି
ଏତେ
ଜଲଦି
ପଡିଗଲା।
ସବୁ
ଦିନ
ତ
ବହୁତ
ଡେରି
ରେ
ପଡେ।
ତେବେ
ଆଜିି
ତା
ଜବାବ
ସୁଆଲ
ହେବ।
ସରକାରୀ
ଓକିଲ
ତାକୁ
ଜବାବ
ସୁଆଲ
ପାଇଁ
କାଠଗଡା
କୁ
ଡାକିଲେ।
କାନ
ପାଖରେ
ଫିସଫିସ
କରି
କହିଲେ
“ ବେଶି
ଚାଲାକି
ଦେଖେଇବୁନି
କି
ନିଜ
ଆଡୁ
କିଛି
କହିବୁନି,
ଯିତିକି
ପଚାରିବି
ସେତିକି
କହିବୁ।
-----ଜଗ
ଅର୍ଦ୍ଦଳି
କହିବା
ଅନୁସାରେ
ବଡ
ପାଟିରେ
କହିଲା
ଇଶ୍ବର
ଙ୍କ
ନାମରେ
ଶପଥ
କରି
କହୁଛି
ଯାହା
କହିବି
ସତ
କହିବି,
ସତ
ଛଡା
ଆଉ କିଛି
କହିବିନି,
କିଛି
ବି
ଲୁଚାଇବି
ନାହିଁ।
ଇଶ୍ବର
ମୋତେ
ସହାୟ
ହେବେ।
ହାକିମ
ଚଢା
ଗଳାରେ
ପଚାରିଲେ--
ହଁ
କଣ
ହୋଇଛି
ତୁମର
କୁହ।
ଜଗ
କହିବା
ଆରମ୍ଭ
କଲା।
– ହଜୁର
ମୋ
ଝିଅ
ସୁନିକୁ
ରାତିରେ
ଘରୁ
ଉଠେଇ
ନେଇ
ତାର
ଇଜ୍ଜତ
ନେଇଛି
ରାକା।
ସେଦିନ ରାତିରେ ରାକା ତା ସାଙ୍ଗ
ମାନଙ୍କ ସହ ମୋ ଘରେ ପଶି ମୋତେ ଓ
ମୋ ସ୍ତ୍ରୀ କୁ ଖୁଣ୍ଟରେ ବାନ୍ଧି
ମୋ ସୁନି କୁ ଭିଡି ନେଇଗଲା ଗୋଟେ
ଜାନୁଆର ପରି। ସବୁ ମିଶି ଅତ୍ଯାଚାର
କରି ସାରିବା ପରେ ତଣ୍ଟିଚିିପି
ମାରି
ନଦୀରେ
ଫିଙ୍ଗି
ଦେଇଛି।
ବିଲୁଆ ଙ୍କ ପରି କାମୁଡି ତା ଦେହ
କୁ ରକ୍ତାକ୍ତ କରି,ଦିହ
ସାରା
ସିଗାରେଟ
ଚେଙ୍କ
ଦେଇ
ବଡ
କଲବଲ
କରି
ମାରିଛନ୍ତି
ହଜୁର।
ତାକୁ
ଓ ତା ସାଙ୍ଗ ମାନଙ୍କୁ ଫାଶୀ
ଦିଅ।
ଗର୍ଜି
ଉଠିଲେ
ହାକିମ।
ସରକାରୀ
ଓକିଲ
କୁ
କହିଲେ
–----କଣ
ପାଗଳ
ପରି
ଗପି
ଚାଲିଚି
ଏ
ଲୋକ।
କୋର୍ଟର
କାଇଦା
ତାକୁ
ଜଣେଇନ
ନା
କଣ?
ମନ
ଇଛା
ଗପି
ଚାଲିଛି।
ସରକାରୀ
ଓକିଲ
କାନ
କୁଣ୍ଡାଇ
କହିଲା
--- ହଜୁର
ଗାଉଁଲି
ଲୋକ।
କିଛି
ବି
ଜାଣିନି।
ତା
ଝିଅର
ଗୋଟେ
ଟୋକା
ସହ
ସମ୍ପର୍କ
ଥିଲା।
ସେ
ଟୋକା
ଧୋକା
ଦେଲା
ବୋଲି
ତା
ଝିଅ
ନଦୀ
କୁ
ଡେଇଁ
ଆତ୍ମହତ୍ଯା
କରିଛି। ଇଏ ଆଉ କରିବ
କଣ। ମଲା ଝିଅର ପାପ ଲୁଚେଇବାକୁ
ମିଛ ସାକ୍ଷୀ ଦେଉଛି।
ସରକାରୀ
ଓକିଲ
ଯାହା
କହିଲେ
ହାକିମ
କଲମରେ
ସବୁ
ଲେଖି
ଚାଲିଲେ।
କହିଲେ
ଅଭିଯୁକ୍ତର
ଓକିଲ
କଣ
ପଚାରିବା
କଥା
ପଚାର।
ଜଗ
ମୁଣ୍ଡ
ଗୋଳମାଳ
ହୋଇ
ଯାଉଥାଏ।
କଣ
ଚାଲିଛି
ସେ
କିଛି
ଜାଣି
ପାରୁନ
ଥାଏ।
ତାକୁ
କଥା
କହିବାକୁ
କେହି
ଦେଉ
ନାହାଁନ୍ତି
କଣ
ପାଇଁ।
ତା
ଝିଅ
କୁ
କେମିତି
ମାରିଲେ
ସେ
କଥା
ସେ
କହି
ବି
ପାରିଲାନି।
ସରକାରୀ
ଓକିଲ
ତା
ପାଖରୁ
ପଇସା
ନେଇ
ମଧ୍ଯ
ଓଲଟା
କଥା
କହୁଛି
କଣ
ପାଇଁ।
ରାକା
ର
ଓକିଲା
ଗଳା
ଝାଡି
ଠିଆ
ହେଲା।
ହସି ହସି ହାକିମ ଆଡକୁ ଚାହିଁ
କହିଲା ଯେତେ ବେଳେ ସରକାରୀ ଓକିଲ
ନିଜ ସାକ୍ଷୀର ଗୁମର ଫିଟେଇ ସାରିଲେଣି
ମୋର ପଚାରିବାକୁ ଆଉ କଣ ବାକି ଅଛି।
ତଥାପି,
ମାନ୍ଯବର
ହାକିମଙ୍କ ଆଦେଶ ମାନି କିଛି
ପଚାରୁଛି।
ଅତି
କର୍କଶ ସ୍ବରରେ ସେ ଜଗ
କୁ
କହିଲା
---- ବାବୁ
ଶୁଣ୍,
ତୁ
ଘଟଣା
ଘଟିଲା ବେଳେ
ଦେଖିଛୁ
କି?
ଜଗ
କହିଲା
ରାକା
ମୋ
ଝିଅ
କୁ
ମୋ
ଘରୁ
ଉଠେଇ
ନେଲା।
ମୋତେ
ଓ
ସୁନି
ମାଆ
କୁ
ଖୁଣ୍ଟରେ
ବାନ୍ଧି
ଦେଲା।
ତା
ପରେ........
କଥା
ସରିବା
ଆଗରୁ
ହାକିମ
ଚିତ୍କାର
କରି
ଉଠିଲେ
---- ଆବେ
ଏ ଶଳା ବୁଢା
। ଯାହା
ପଚରା
ଯାଉଛି
ସେଇ
କଥା
କହ।
ବେଶୀ
ଜ୍ଞାନୀ
ଦେଖେଇ
ହଉଛୁ
ନା
କଣ।
ୟାପ
କିଛି
ନ
ଜାଣି
ସର୍ବଜ୍ଞ
ପାଲଟୁଛି।
ଏଟା କୋର୍ଟ ନା ତୋ ମାଇପର ବାପ ଘର?
ହାକିମଙ୍କ
ମୁହଁରୁ ଏପରି ଅକଥ୍ଯ ବଚନ ଶୁଣି
ହତବମ୍ବ ହୋଇଗଲା ସେ। ଲଜ୍ଜା,ଅପମାନରେ
ତା ଆଖି ଯୋଡିକରେ ଲୁହ ଜକେଇ ଆସିଲା।
ଥରଥର କଣ୍ଠରେ ହାକିମ ଆଡେ ଚାହିଁ
କହିଲା
--- ହଜୁର
ମୁଁ କଣ ଭୁଲ କଲି ଯେ........
ତା
କଥା ଶେଷ ହେବାକୁ ଦେଲେନି ହାକିମ।
ତା ମୁହଁ କୁ ଫାଇଲ ଟେ ଫୋପାଡି
ଦେଇ ଚିତ୍କାର କରି କହିଲେ
----ନିଜ
ମୁହଁ ଚୁପ କରି ଏ ଜାଗାରେ ଠିଆ
ହୋଇରହ। ଆଉ ପଦେ କଥା କହିଲେ ତୋ
ଅବସ୍ଥା ଖରାପ କରିଦେବି।
ଜଗ
ମନେ ମନେ ଭାବିଲା ରାକାର ଦଲାଲ
ଆଉ ଏ ହାକିମ ଭିତରେ ବେଶି କିଛି
ତଫାତ୍ ନାହିଁ। ଜଣେ ତା ପଇସାରେ
କୁକୁର ହୋଇ ବୁଲୁଛି ଆଉ ଜଣେ ତା
ପଇସା ଖାଇ ହାକିମ ହୋଇ ବସିଛି।
ମୂର୍ତ୍ତି
ପରି ଠିଆ ହୋଇ ରହିଲା ସେ।
ହାକିମ
କଣ ଦି
ପଦ
ଲେଖିଲେ
ଓ
କାଗଜ
ପେସ୍କାର
ହାତ
କୁ
ବଢେଇ
ଦେଲେ।
ସରକାରୀ
ଓକିଲ
ଇସାରା
ଦେଲେ
ସାକ୍ଷୀ
ସରିଗଲା
ଏବେ
ବାହାରକୁ
ଆସି
ଦସ୍ତଖତ
ଦେବା
ପାଇଁ।
ଜଗ
କହିଲା
ମୁଁ
ଯାହା
କହିଲି
ହାକିମ
କିଛି
ବି
ଶୁଣିଲେନି।
ପେସ୍କାର
କହିଲା
---ଆବେ
ଶଳା
ବୁଢା
ତୁ
ଯାହା
କହିଲୁ
ହାକିମ
ଲେଖିଲେ।
ଦସ୍ତଖତ
ମାରେ
ଆଉ
ଘରକୁ
ପଳା।
ଏଠି
ରହିଲେ
ତୋ
ଜୀବନ
ଯିବ।
ଜଗ
କହିଲା
କଣ
ଲେଖିଲେ
ମୋତେ
ଟିକେ
କହି
ଦିଅ
ବାବୁ।
କଥା
ଟା
ହାକିମ
ଙ୍କ
କାନରେ
ପଡି
ଗଲା।
ସେ
ରାଗରେ
ପାଚି
ଲାଲ
ହୋଇଗଲେ।
ଜଗ
କୁ
ଧମକାଇ
କହିଲେ--
---- ଚୁପଚାପ
ଦସ୍ତଖତ
ମାରି
ଏଠୁ
ପଳା।
ନ
ହେଲେ
ଜେଲରେ
ଠୁଙ୍କି
ଦେବି।
ପାଖରେ
ଥିବା
କନେଷ୍ଟବଳ
ଏକ
ପ୍ରକାର
ଜବରଦସ୍ତି
କରି
ତା
ଦସ୍ତଖତ
ନେଇ
ସାରି
କୋର୍ଟ
ବାହାରେ
ନେଇ
ଛାଡି
ଦେଇ
ଆସିଲା।
କୋର୍ଟ
ବାହାରକୁ
ଆସିଲା
ବେଳକୁ
ତାକୁ
ଲାଗିଲା
ଗୋଟେ
ଚକ୍ରବ୍ଯୁହରେ
ଫସି
ଯାଇଛି
ସେ।
ରାକା,
ହାକିମ,
ସରକାରୀ
ଓକିଲ
ସବୁ
ମିଳିମିଶି
ତା
ସୁନି
ର
ମୃ
ତ୍ଯୁ
କୁ
ହସରେ
ଉଡେଇ
ଦେଲେ।
ମରିବା
ପରେ
ବି
ତା
ଚରିତ୍ର
ରେ
ଦାଗ
ଲଗେଇଦେଲେ।
ଘରେ
ପହଞ୍ଚି
ବା
ପରେ
ସୁନି
ବୋଉର
ସେଇ
ପ୍ରଶ୍ନ---
–--ହେଇଟି
ଶୁଣୁଛ।
ରାକା
କୁ
ଫାଶୀ
ହବ
ନାଁ।
କିଛି
କହି
ପାରିଲାନି
ଜଗ।
ସୁନି
ବୋଉ
ର
କୋଳ
ରେ
ମୁଣ୍ଡ
ଗୁଞ୍ଜି
କଇଁକଇଁ
କାନ୍ଦିବାରେ
ଲାଗିଲା।
ବୋକାଙ୍କ
ପରି
ସୁନି
ବୋଉ
ଚାହିଁ
ଥାଏ।
ଜଗର
ମୁଣ୍ଡ
କୁ
ଆଉଁସୁ
ଆଉଁସୁ
କେତେବେଳେ
ସେ
ଶୋଇ
ପଡିଲା।
ଜଗ
ଦେଖିଲା
ଗୋଟେ
ଭୟାନକ
ସ୍ବପ୍ନ।
ସୁନି
ତା
ସାମ୍ନାରେ
ଠିଆ
ହୋଇଛି।
ତା
ଦିହ
ରେ
ଲୁଗା
ନାହିଁ।
ସାରା
ଶରୀରରେ
ସିଗାରେଟ୍
ର
ଚେଙ୍କା।
ଆଖି
ଡୋଳା
ବାହାରି
ପଡିଛି।
ଜିଭ
ଟା
କଳା
ହୋଇ
ବାହାରକୁ
ଝୁଲି
ପଡିଛି।
ଦେହର
ମାଂସ
ସବୁ
ପଚି
ଝଡିଲା
ପରି
ହୋଇ
ଯାଇଛି।
ସେ
କହୁଛି
--- ବାପା...
ତୁମେ
ହାରି ଗଲ
ନା
କଣ।
ତୁମେ
ହାରି
ପାରିବନି
ବାପା।
ସେ
ରାକା
କୁ
ଯମା
ଛାଡିବନି।
ମୁଁ
ଜାଣିଛି
ତୁମେ
ଜିତିବ।
ମୁଁ
ଅଛି
ତୁମ
ସହ.......
ତୁମେ
ନିହାତି
ଜିତିବ।
ହଁ
ଲୋ
ସୁନି
ମୁଁ
ଜିତିବି।
କାହାକୁ
ଛାଡିବିନି।
ସେ
ହାକିମ,
ଓକିଲ,
ରାକା
ସମସ୍ତେ
ଦୋଷୀ।
କାହାକୁ
ବି
ମୁଁ
ଛାଡିବିନି।
ଏତିକି
କହି
ଜଗ
ଉଠି
ପଡିଲା।
ଦେଖିଲା
ସୁନି
ବୋଉ
ତାରି
ପାଖରେ
ଶୋଇ
ପଡିଛି।
ତାକୁ
ଆଉ
ନ
ଉଠେଇ
କାନ୍ଥ
କୁ
ଆଉଜି
ବସି
ରହିଲା।
ପେଟରେ
ଭୋକ
ନାହିଁ।
ମନରେ
ଶାନ୍ତି
ନାହିଁ।
ଜଳୁଛି ଖାଲି
ପ୍ରତିଶୋଧର
ବହ୍ନି।
କାନ୍ଥରେ
ଲାଗିଥିବା ସୁନି ର ଫଟୋ କୁ ଦେଖି
ଦୀର୍ଘ ନିଶ୍ବାସ ଛାଡିଲା। ତାକୁ
କିଛି କରିବାକୁ ହେବ। ତା ସୁନିର
ହତ୍ଯାକାରୀ ଓ ତାକୁ ସାହାଯ୍ଯ
କରିଥିବା ଲୋକ ମାନଙ୍କର ମୁଖା
ଖୋଲିବାକୁ ହେବ। ଫଟୋକୁ ଚାହିଁ
କହିଲା-
--ସୁନି
ଲୋ। ତୋତେ ବଞ୍ଚେଇ ପାରିଲିନି
ସିନା ,
କିନ୍ତୁ
ତୋତେ ମାରିଥିବା ଲୋକ ମୋ ଦ୍ବାରା
ହିଁ ଦଣ୍ଡ ପାଇବ। ତୋତେ କଥା ଦେଉଛି।
ଯେବେ ଯାଏ ସେ ଦଣ୍ଡ ନ ପାଇଛି ତୋ
ବାପ ଅନ୍ନଜଳ ତ୍ଯାଗ କରି ରହିବ।
କେତେବେଳେ
ସକାଳ ପାହିଗଲା ଜଣା ବି ପଡିଲାନି।
ପାଖ ଘରର ପିଲାଟି ଦଉଡି ଆସି କହିଲା
--ଜଗ
ଦାଦା ପେପର ଦେଖ। ସୁନି ଅପା କେସ୍
କଥା ବାହାରିଛି।
ନିଜ
ଦସ୍ତଖତ ଦେବା ଛଡା ଆଉ କିଛି ଲେଖିପଢି
ଆସିନି ତାକୁ। ସେ ପିଲାଟିକୁ କହିଲା
କଣ ବାହାରିଛି ପଢିବା ପାଇଁ।
ପିଲାଟି
ବଡ ପାଟିରେ ପଢିଲା-
– ଚାଞ୍ଚଲ୍ୟକର
ଧର୍ଷଣ ଓ ହତ୍ଯା ମାମଲାରେ ନୂଆ
ମୋଡ। ମୃତ ସୁନିର ବାପାଙ୍କର ବୟାନ
ଅନୁସାରେ ତାଙ୍କ ଝିଅର ଅନ୍ଯ ପିଲା
ସହ ଅନୈତିକ ସମ୍ପର୍କ ଥିଲା। ସେ
ପିଲା ଧୋକା ଦେଲାରୁ ସୁନି ଆତ୍ମହତ୍ଯା
କଲା। ବାପ ବୟାନ ଦେବା ସମୟରେ
ବିଚାରପତିଙ୍କୁ ଅସମ୍ମାନ ପ୍ରଦର୍ଶନ
କଲେ।.......
ପିଲାଟି
ଆଗକୁ ପଢି ଚାଲିଥିଲା ମାତ୍ର ଜଗ
ତାକୁ ଇସାରା ଦେଲା ଚୁପ୍ ରହିବାକୁ।
ଆଗକୁ କଣ ଲେଖାଥିବ ସେ କଥା ଶୁଣିବାକୁ
ମନ ନ ଥିଲା ଜଗ ର। ଗୋଟେ କଥା ସେ
ଜାଣି ସାରିଥିଲା ଯେ ଏକ ବିରାଟ
ଷଡଯନ୍ତ୍ରର ଶିକାର ହୋଇଯାଇଛି।
ସେ ଭାଙ୍ଗି ପଡିଲାନି ବରଂ ଆହୁରି
ଶକ୍ତିଶାଳୀ ହୋଇଗଲା। ଏବେ ତା
ମନରେ କର ବା ମର ପରିସ୍ଥତି ଚାଲିଥିଲା।
ଆକାଶକୁ ଚାହିଁ ମନେ ମନେ କହିଲା
– ଜଗ
ପ୍ରସ୍ତୁତ ହୋଇ ଯା ଭିନ୍ନ ଏକ
ଯୁଦ୍ଧ ପାଇଁ। ତୋତେ ଜିତି ବାକୁ
ପଡିବ।
ବଡ
ପାହୁଣ୍ଡ ପକେଇ ଜଗ ଘର ବାହାରକୁ
ଗଲା। କୁଆଡେ ଯିବ ନ୍ଯାୟ ପାଇଁ ,
କାହାକୁ
ଗୁହାରି କରିବ ଭାବିଲା ବେଳକୁ
କାହାର ଗୋଟେ ଡାକରେ ଚମକି ପଡିଲା।
--- ଜଗ
ଦାଦା ନମସ୍କାର। ତୁମ ପାଖକୁ ହିଁ
ଯାଉଥିଲି। ତୁମ ସହ ଜରୁରୀ କଥା
ଥିଲା।
ଜଗ
ଦେଖିଲା ଆକାଶ କୁ। ସୁନି ର ସ୍କୁଲ
ବେଳର ସାଙ୍ଗ। ଏବେ ସହରରେ ଓକିଲାତି
କରୁଛି। ଯେବେ ବି ଗାଁ କୁ ଆସେ
ତାକୁ ନିହାତି ଦେଖା କରେ।
--ପେପର
ରୁ ସବୁ ପଢିଲି ଦାଦା। କିଛି ବି
ବୁଝି ପାରିଲିନି ବୋଲି ତୁମ ପାଖକୁ
ଆସିଲି। ତୁମେ କଣ ପାଇଁ କୋର୍ଟରେ
ଏମିତି କହିଲ ସେଇ କଥା ହିଁ ସେତେବେଳୁ
ଭାବୁଛି।
ମୁଁ
ସେମିତି କିଛି କହିନିରେ ପୁଅ।
ସବୁ ମିଶି ମୋତେ ଫସେଇ ଦେଉଛନ୍ତି।
ରାକା ତା ପଇସାର ବଳରେ ସମସ୍ତଙ୍କୁ
କିଣି ନେଇଛି। ମୋ ସୁନି ଟି ନ୍ଯାୟ
ପାଇବନି। ଏମାନେ ସବୁ ମିଶି ଆଇନ
କାନୁନ ବ୍ଯବସ୍ଥାକୁ ନଷ୍ଟ କରି
ଦେଲେ। ଶେଷକୁ ସେ ହାକିମ ବି ବିକ୍ରି
ହୋଇଗଲା । ତା ଉପରେ କେତେ ଆଶା
ଥିଲା ନ୍ଯାୟ ଦେବ ମୋତେ। ମାତ୍ର
ସେ ବି ରାକା ଠୁ ଲାଞ୍ଚ ଖାଇ ନିଜ
ଆତ୍ମା ବିକ୍ରି କରିଦେଲା। ସବୁ
କଥା ଗୋଟେ ନିଶ୍ବାସରେ କହିଗଲା
ଜଗ।
ଆକାଶ
ଥକ୍କା ମାରି ବସି ପଡିଲା ମୁଣ୍ଡରେ
ହାତ ଦେଇ। ଏତେ ବଡ ଘଟଣାକୁ ଟଙ୍କା
ବଳରେ ଏମିତି ଭାବରେ ବୁଲେଇ ଦିଆ
ଯାଇପାରେ,
ତା
ବିଶ୍ବାସର ବାହାରେେ ଥିଲା।
--ତୁମେ
ଯମା ମନ ଉଣା କରନି ଜଗଦାଦା। ଯାହା
ହେଉ ମୋତେ ସବୁ କଥା କହିଦେଲ। ଏବେ
ତୁମେ କେବଳ ଦେଖ। ଲାଞ୍ଚ ଖାଇ
ନ୍ଯାୟ ବ୍ଯବସ୍ଥାର ମର୍ଯ୍ଯଦାହାନୀ
କରିଥିବା କୃତଘ୍ନ ମାନଙ୍କୁ ଏବେ
ଆମେ ଧରା ପକେଇଦେବା। ଭଦ୍ର ମୁଖା
ପିନ୍ଧି ଗାରିମା ଦେଖାଉଥିବା ଚୋର
ମାନଙ୍କୁ ବିଚ୍ ରାସ୍ତାରେ ବିବସ୍ତ୍ର
କରିବା ଆମର ସବୁଠୁ ବଡ କାମ। ସେ
କାମ ଏବେ ଠାରୁ ଆରମ୍ଭ ହେଲା ।
ତୁମେ ମୋ ସହ ସହରକୁ ଚାଲ । ମୁଁ
ଯେଉଁ ସାରଙ୍କ ପାଖରେ ଓକିଲାତି
ଶିଖୁଛି ତାଙ୍କର ବହୁତ ନାଁ ଅଛି।
ଗରୀବ ଲୋକଙ୍କ ପାଇଁ ତାଙ୍କ ମନରେ
ଭାରି ଦରଦ। ସବୁ କଥା ତାଙ୍କୁ
କହିବ। ସେ ନିହାତି ଭାବରେ ଏ ସମସ୍ଯାର
ସମାଧାନ କରିବେ।
ଆକାଶର
କଥା ଶୁଣି ଜଗ ମନ ହାଲୁକା ଲାଗିଲା
। ଅନ୍ଧାର ଘରେ ଯେମିତି ଦୀପଟିଏ
ଲାଗିଲେ ମନରେ ସାହାସ ଆସେ,
ଠିକ
ସେପରି ଜଗର ମନରେ ଦମ୍ଭ ଆସିଲା।
ଯୁଦ୍ଧରେ ସାଙ୍ଗରେ ଲଢିବା ପାଇଁ
ଦରକାର ଥିବା ସେନାପତି ଆକାଶ ରୂପରେ
ମିଳିଗଲା। କାଳ ବିଳମ୍ବ ନ କରି
ଆକାଶ ସହ ସେ ଚାଲିଲା ସହର କୁ।
ଆକାଶର
ସାର୍ ଙ୍କ ସାମନା ରେ ସବୁ କଥା
କହିଦେଲା ଜଗ। ପାଖରେ ଥିବା
କାଗଜପତ୍ର,
ଫଟୋ
ସବୁ ଦେଖାଇଲା। ସରକାରୀ ଓକିଲ,
ବିଚାରପତି
ସମସ୍ତଙ୍କ ବିଷୟରେ ଗୋଟିଗୋଟି
କଥା କହିଲା। ସବୁ କଥା ଧର୍ଯ୍ଯର
ସହକାରେ ସେ ଶୁଣିଲେ। କହିଲେ-
---ଭଲ
କଥା କଲ ଆକାଶ ଜଗବାବୁଙ୍କୁ ଏଠିକୁ
ଧରି ପଳେଇ ଆସିଲ। ସମସ୍ଯା ସତରେ
ଗମ୍ଭୀର। ମାତ୍ର ମନ ଉଣା କରିବାର
କିଛି ନାହିଁ। ଯଦି ସମସ୍ଯା ଅଛି
ତାର ସମାଧାନ ବି ଅଛି। ଆମେ ମାନ୍ଯବର
ଉଚ୍ଚ ନ୍ଯାୟାଳୟରେ ଏ ବିଷୟରେ
ଅଭିଯୋଗ କରିବା। ସୁନି ର ହତ୍ଯାକାରୀ
କୁ କୌଣସି ହାଲତରେ ବି ଛାଡି ଦେବା
ନାହିଁ। କିଛି ମାନବିକତାହୀନ
ଟଙ୍କାଲୋଭୀ ରାକ୍ଷସଙ୍କ ପାଇଁ
ଆମ ଦେଶର ବିଚାର ବ୍ଯବସ୍ଥା
ରସାତଳଗାମୀ ହେବାକୁ ବସିଲାଣି।
ମାତ୍ର ଆମେ ସବୁ ସଚେତନ ହେଲେ
ସେମାନଙ୍କୁ ଲୋକଲୋଚନକୁ ଆଣି
ସମସ୍ତଙ୍କ ସାମନାରେ ଲଙ୍ଗଳା
କରିବାକୁ ହେବ। ଏତେ ବଡ ଗୁରୁତ୍ବପୂର୍ଣ୍ଣ
ପଦବୀରେ ଥାଇ ଯଦି ଏମାନେ ଏମିତି
କାମ କରିବେ ତେବେ କଣ ନ୍ୟାୟ ମିଳିବ
ଲୋକଙ୍କୁ ?
ଆମେ
କାଲି ଏ ବିଷୟରେ ମାନ୍ଯବର ହାଇକୋର୍ଟଙ୍କ
ପାଖରେ ଅଭିଯୋଗ କରିବା।
ତାଙ୍କ
କଥା ଶୁଣି ଜଗର ମନ ହାଲୁକା ହୋଇଗଲା।
ତାକୁ ଲାଗିଲା ଏବେ ତାକୁ ନ୍ଯାୟ
ମିଳିବ ନିହାତି। ସେ କରୁଥିବା
ଯୁଦ୍ଧରେ ବିଜୟ ନିକଟତର ବୋଲି
ଅନୁଭବ କଲା।
ତା
ପର ଦିନ ଆକାଶର ସାର୍ ଜଗକୁ ନେଇ
ଉଚ୍ଚନ୍ଯାୟାଳୟକୁ ଗଲେ। ସେଠାରେ
କିଛି ଲେଖାଲେଖି କରି ସାରିବା
ପରେ ଜଗ କୁ ନେଇ ମାନ୍ଯବର ମୁଖ୍ଯ
ବିଚାରପତିଙ୍କ ପାଖକୁ ନେଇ ଗଲେ।
ମୁଖ୍ଯ ବିଚାରପତିଙ୍କ ଆଗରେ ଜଗ
ସବୁ କଥା ଗୋଟିଗୋଟି କରି କହିଲା।
ପାଖରେ ରଖିଥିବା କାଗଜପତ୍ର ଫଟୋ
ଦେଖାଇଲା। ସବୁ କଥାଜାଣିବାପରେ
ମୁଖ୍ଯବିଚାରପତିଙ୍କ ମୁହଁ ଗମ୍ଭୀର
ଦିଶିଲା। ତାଙ୍କ ମୁହଁରେ କ୍ରୋଧ
ଓ ବିରକ୍ତିର ଲାଲିମା ସ୍ପଷ୍ଟ
ଦିଶୁଥିଲା। ସେ ଜଗକୁ କେବଳ ଏତିକି
କହିଲେ ଯେ
---ବାବୁ
ଦେଶର ବିଚାର ବ୍ଯବସ୍ଥା ଉପରେ
ବିଶ୍ବାସ ରଖିଥିବାରୁ ତୁମକୁ
ଧନ୍ଯବାଦ। ତୁମକୁ ନିଶ୍ଚୟ ନ୍ଯାୟ
ମିଳିବ ସେ ପ୍ରତିଶୃତି ମୁଁ ଦେଉଛି।
ଜଗ
ଘରକୁ ଫେରି ଆସି ସୁନି ମା କୁ କହିଲା
--
-– ଦେଖିବୁ,
ଆମକୁ
ନିହାତି ନ୍ଯାୟ ମିଳିବ। ରାକା କୁ
ଏବେ ସ୍ବୟଂ ଭଗବାନ ବି ଆସିଲେ
ବଞ୍ଚେଇ ପାରିବେନି। ସେ ନିହାତି
ଦଣ୍ଡ ପାଇବ।
ଜଗ
ସହର ରୁ ଫେରିବାର କିଛି ଦିନ ପରେ
ଖବର ମିଳିଲା ଯେ ସୁନିର ଧର୍ଷଣ ଓ
ହତ୍ଯା କେସ୍ ଅନ୍ଯ ଏକ କୋର୍ଟକୁ
ବିଚାର ପାଇଁ ପଠାଇ ଦିଆ ଯାଇଛି।
ତା ପର ଦିନ ଖବର କାଗଜରେ ବାହାରିଲା
--ଲାଞ୍ଚୁଆ
ବିଚାରପତିଙ୍କ ଚାକିରି ଗଲା।
ପାଖ
ଘର ପିଲା ଟି ଜଗ ପାଖକୁ ଦଉଡି ଆସି
ଗୋଟେ ନିଶ୍ବାସରେ ଖବର ଟା ପଢିଗଲା।
ସେଥିରୁ ଜଗ ଜାଣିଲା ଯେ କେବଳ ଏ
କେସ୍ ରେ ନୁହଁ,
ଅନେକ
କେସ୍ ରେ ଏମିତି ଲାଞ୍ଚ ଖାଇ
ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି
ସେ ବିଚାରପତି। ହାଇକୋର୍ଟଙ୍କ
ନିର୍ଦ୍ଦଶ ମତେ ସେ ବିଚାର କରି
ଥିବା ସବୁ କେସ୍ ର ଫାଇଲ ମଗା ଯାଇଛି।
ସବୁ ଠାରୁ ଖୁସିର ଖବର ଥିଲା ଯେ
ରାକା ଓ ତାର ସହଯୋଗୀ ମାନଙ୍କୁ
ପୋଲିସ ବାନ୍ଧି ଜେଲରେ ପୁରେଇ
ଦେଇଛି। କେସ୍ ର ବିଚାର ସରିବା
ଯାଏ ସେମାନେ ଜେଲ ରେ ହିଁ ରହିବେ।
ଜଗ
ର ମନ ରେ ଆନନ୍ଦ ର ଲହରୀ ଖେଳି
ଗଲା।ମନେ ମନେ କେତେ ଦଣ୍ଡବତ
ପକେଇଲା ସେ ଆକାଶ,
ତାର
ସାର ଓ ସର୍ବୋପରି ହାଇକୋର୍ଟର
ମୁଖ୍ଯ ବିଚାରପତିଙ୍କୁ। ତାଙ୍କରି
କୃପାରୁ ହିଁ ଏ ସବୁ ଚମତ୍କାର
ହୋଇଛି,
ବୁଝିବାକୁ
ବାକି ରହିଲାନି।
ନୂଆ
କୋର୍ଟରେ ପୁଣି ଥରେ ନୂଆ କରି କେସ୍
ର ବିଚାର ହେଲା। ସବୁ ସାକ୍ଷୀ ମାନେ
ଆଉଥରେ ସାକ୍ଷୀ ଦେଲେ। ରାକାର
ଡରରେ ଚୁପ ରହିଥିବା ଗ୍ରାମବାସୀ
ମାନେ ପୁରା ଘଟଣାକୁ ବିସ୍ତୃ ତ
ଭାବରେ ବଖାଣିଲେ କୋର୍ଟ ସମ୍ମୁଖରେ।
ରାକାର ଓକିଲର ପଇସା ଖେଳର ଶକ୍ତି
ଆଉ କାମ ଦେଲାନି। କେବଳ ମୁଣ୍ଡକୁଣ୍ଡେଇ
ବସିବା ଛଡା ସେ କିଛି କରିପାରିଲାନି।
ଯେଉଁ ଦିନ ଜଗ ସାକ୍ଷୀ ଦେବାକୁ
ଗଲା କୋର୍ଟରେ ଜନସମୁଦ୍ର। କୋର୍ଟ
ବାହାରେ ରିପୋର୍ଟରଙ୍କର ଭିଡ।
ସମସ୍ତଙ୍କ ନଜର ଆଜି କଣ ହେବ।
--- ଜଗ
ବିଚାରପତିଙ୍କ ଆଗରେ ଗୋଟିଗୋଟି
କରି ସବୁ କଥା କହିଲା। କେମିତି
ତା ସୁନି କୁ ବିଭତ୍ସ ଭାବରେ
ମାରିଦେଲେ ସବୁ କଥା ବଖଣି ବସିଲା।
ରାକାର ଓକିଲ ଜେରା ସମୟରେ ଏପଟ
ସେପଟ କଥା କହି ଜଗ କୁ ଡରେଇବାକୁ
ଚେଷ୍ଟା କଲା। ମାତ୍ର ବିଚାରପତିଙ୍କ
ଗୋଟିଏ ଧଡକାରେ ମୁହଁରେ ତାଲା
ପଡିଗଲା। ସେଦିନ ଘରକୁ ଫେରିଲା
ବେଳେ ଜଗ ମନରେ ଥିଲା ଅପୂର୍ବ
ଶାନ୍ତି। ଭିତରେ ଥିବା ସବୁ ଅଗ୍ନି
କୁ ଉଦଗୀରଣ କରି ଆସିଥିଲା କୋର୍ଟରେ।
ସେଦିନ
ଜଗ ବସିଥିଲା କୋର୍ଟହଲରେ। ଆଜି
ମାମଲାର ରାୟ ବାହାରିବ। ସମସ୍ତଙ୍କ
ଉତ୍କଣ୍ଠା ଚରମସୀମାରେ। କଣ ହେବ
ଆଜି ସବୁରି ମୁହଁରେ ସେଇ ଗୋଟିଏ
କଥା। କିଏ କହୁଥାଏ ରାକା ଖଲାସ
ହେବ, କିଏ
କହୁଥିଲା ଦଣ୍ଡ ହେବ। ଛାତିର
ସ୍ପନ୍ଦନ ବଢି ଚାଲିଛି। ସୁନିର
ହସହସ ମୁହଁଟା ଆଖି ଆଗରେ ନାଚି
ଯାଉଛି।
ସେତିକି
ବେଳେ ଗମ୍ଭୀର ମୁଦ୍ରାରେ କୋର୍ଟରେ
ପ୍ରବେଶ କଲେ ବିଚାରପତି। କୋର୍ଟରେ
ଶ୍ମଶାନର ନୀରବତା। ଜଗ ଛେପ ଢୋକି
ବସିଥାଏ।
ବିଚାରପତି
କହିବା ଆରମ୍ଭ କଲେ।
---- ସମସ୍ତ
ଦଲିଲ ଓ ସାକ୍ଷ୍ଯ ପ୍ରମାଣ ତର୍ଜମା
କଲା ପରେ ଏହିି କୋର୍ଟ ସୁନି ସେଠି
ହତ୍ଯା ଓ ଧର୍ଷଣ ମାମଲାରେ ଅଭିଯୁକ୍ତ
ରାକା ଓ ତାର ସହଯୋଗୀ ମାନଙ୍କୁ
ଦୋଷୀ ପାଇଛି। ସେମାନଙ୍କୁ ଦଣ୍ଡିତ
କରାଯିବ।ଯଦି ଦଣ୍ଡ ବିଷୟରେ କିଛି
କହିବାର ଅଛି ସେମାନଙ୍କୁ କହିବାର
ସୁଯୋଗ ଦିଆଗଲା।
ମାତ୍ର
ରାକା ଓ ତାର ସହଯୋଗୀ ମାନେ ଦଣ୍ଡ
ବିଷୟରେ କିଛି କହିଲେନି,
କାରଣ
କଣ ସେମାନଙ୍କୁ ଜଣା ଥିବ। ବୋଧ
ହୁଏ ସେମାନେ ଜାଣି ସାରିଥିଲେ ଯେ
ସେମାନଙ୍କର ବଞ୍ଚିବାର ସବୁ ବାଟ
ବନ୍ଦ ହୋଇ ସାରିଛି।
ଏଥର
ବିଚାରପତି ଦଣ୍ଡ ପ୍ରଦାନ ବିଷୟରେ
କହିବା ଆରମ୍ଭ କଲେ।
--- ଦୋଷୀ
ମାନେ ଅତ୍ଯନ୍ତ ଅମାନବିକତା ଓ
ନୃଶଂସତା ର ସହିତ ମୃ ତକ ସୁନି କୁ
ଧର୍ଷଣ ଓ ତା ପରେ ହତ୍ଯା କଲେ।
ଏପରି ବିରଳତମ ମାମଲାରେ ମୃତ୍ଯୁଦଣ୍ଡ
ହିଁ ପ୍ରକୃଷ୍ଠ ଦଣ୍ଡ। ଏହି କୋର୍ଟ
ରାକା ଓ ତାର ସହଯୋଗୀ ମାନଙ୍କୁ
ମୃତ୍ଯୁଦଣ୍ଡରେ ଦଣ୍ଡିତ କଲା।
ଏତିକି କହି ବିଚାରପତି ନିଜ ଆସନରୁ
ଉଠି ଚାଲିଗଲେ। କୋର୍ଟରୁମର ନୀରବତା
ଭଙ୍ଗ ହୋଇ କୋଳାହଳ ଆରମ୍ଭ ହୋଇଗଲା।
କିଛି ଲୋକ ଖୁସିରେ ତାଳି ମାଡ
ଆରମ୍ଭ କରିଦେଲେ। ପୋଲିସ୍ ରାକା
ଓ ତାର ସାଥୀ ମାନଙ୍କୁ ସୁରକ୍ଷା
ବଳୟ ଭିତରେ କୋର୍ଟରୁମ୍ ରୁ ବାହାରକୁ
ନେଇଗଲେ। ରାକାର ମୁହଁ କୁ କଟମଟ
କରି ଚାହିଁ ଥାଏ ଜଗ। ମାତ୍ର ସେ
ନଜର ଉଠେଇ ଦେଖିବା ଅବସ୍ଥାରେ ନ
ଥିଲା। ମୃ ତ୍ଯୁଦଣ୍ଡ ହେବା କଥା
ଶୁଣି ସେ ପାଗଳ ପ୍ରାୟ ପ୍ରଳାପ
ଆରମ୍ଭ କରି ଦେଇଥିଲା। ଜଗ ଆଖିରୁ
ଖୁସିର ଲୁହ ବୋହି ଯାଉଥାଏ। ଥରିଲା
ଓଠରେ ସେ ଆସ୍ତେ ଆସ୍ତେ କହୁଥାଏ
----ସୁନି
ଲୋ ତୋ ବାପାର ଭିନ୍ନ ଏକ ଯୁଦ୍ଧ
ସରି ଯାଇଛି। ସମସ୍ତ ଶତୃ ଆଜି
ପରାହତ। ଏ ବୁଢା ବାପ ତୋ ଜୀବନ
ଥିଲା ବେଳେ ସିନା ତୋତେ ରକ୍ଷା
କରିପାରିଲାନି ,
ମାତ୍ର
ତୋ ମୃ ତ୍ଯୁ ପରେ ସେହି ପିଶାଚ
ମାନଙ୍କୁ ଦଣ୍ଡ ଦିଏଇ ପାରିଛି।
ଆଶା ତୋ ଆତ୍ମା ଶାନ୍ତି ପାଇଥିବ।
ତା
ପରଦିନ ଖବର କାଗଜରେ ବଡ ଅକ୍ଷରରେ
ବାହାରିଲା
– ସୁନି
ଧର୍ଷଣ ଓ ହତ୍ଯା ଘଟଣାରେ ରାକା ଓ
ତାର ସହଯୋଗୀ ମାନଙ୍କୁ କୋର୍ଟର
ଫାଶୀ ଦଣ୍ଡାଦେଶ।
ଜଗ
ପାଖ ଘର ସେ ପିଲା ଟିକୁ ଡାକି କହିଲା
ପୁଅରେ ମୋ ପାଇଁ ଗୋଟିଏ ଚିଠି
ଲେଖିଦେ।
ହାଇକୋର୍ଟର
ମୁଖ୍ଯ ବିଚାରପତିଙ୍କ ପାଖକୁ
ଲେଖିଦେ କେବଳ ଏତିକି ଯେ-
--- ନ୍ଯାୟ
ମିଳିଗଲା ସାର୍ । ମୋର ଏ ଦେଶର
ବିଚାର ବ୍ଯବସ୍ଥା ଉପରେ ଥିବା
ବିଶ୍ବାସ ଆହୁରି ବଢିଗଲା। ଭଗବାନଙ୍କ
ଆଶିଷ ପାଇ ଏ ଦେଶର ବିଚାର ବ୍ଯବସ୍ଥା
ଆହୁରି ଶକ୍ତିଶାଳି ହେଉ।
*****************