ଲେଖକ-ଅରବିନ୍ଦ ରଥ
ଶୋଇବା ଘରର ବିରାଟ ପଲଙ୍କ ଉପରେ ଇତଃସ୍ତତଃ ହୋଇ ପଡିଛି ଆଲମାରୀ ଭିତରେ ରଖା ଯାଇଥିବା ଜିନିଷପତ୍ର ଗୁଡିକ। ଟଙ୍କା, ସୁନା ଗହଣା, ଦରକାରୀ କାଗଜପତ୍ର, ଲୁଗାପଟା ଏମିତି କେତେ କଣ। ବାରମ୍ବାର ଆଲମାରୀ ପାଖରୁ ସେଇ ଜିନିଷପତ୍ରର କ୍ଷୁଦ୍ର ପାହାଡ ପାଖକୁ ଦଉଡୁଛନ୍ତି, ପାଖାପାଖି ପଞ୍ଚାବନ ବର୍ଷୀୟ ପ୍ରୌଢ। ହଜିଯାଇଥିବା ଜିନିଷ ନିହାତି ମୂଲ୍ଯବାନ ହୋଇଥିବ ବୋଧେ ; ନ ହେଲେ ଶୀତତାପଯନ୍ତ୍ରର ହେମାଳତାକୁ ନିଷ୍ପ୍ରଭ କରି ତାଙ୍କର ସମଗ୍ର ଶରୀର ଘର୍ମାକ୍ତ ହୋଇ ଉଠିଛି କାହିଁକି? ମୁହଁରେ ଉକୁଟି ଉଠିଥିବା ସ୍ବେଦବିନ୍ଦୁର ପ୍ରାବଲ୍ଯତା ଦେଖାଇ ଦେଉଛି , ମନ ଭିତରେ ଘନୀଭୂତ ହେଉଥିବା ବ୍ଯଗ୍ରତା, ବ୍ଯାକୁଳତା ଓ କିଛି ଦୁର୍ଲ୍ଲଭ ଚିଜ ହଜାଇ ଦେବାର ବ୍ଯର୍ଥତା କୁ।
ବେଶ୍ କିଛି ଦିନ ହେଲାଣି ରାମବାବୁଙ୍କର ଉଦ୍ଭଟ କଥା ଗୁଡିକର ମାତ୍ରା ଟିକେ ବଢି ଯାଇଛି ; ଅନ୍ତତଃ, ରାଧା ଓ ପିଲାମାନେ ଏହା ଅନୁଭବ କରୁଥିଲେ ମଧ୍ଯ ନୀରବ ରହିବାକୁ ଶ୍ରେୟ ମଣୁଥିଲେ। ଅଫିସ୍ ରୁ ଫେରିବା ପରେ ଚାହାକପ୍ ହାତରେ ଧରି ସେ ନିମଗ୍ନ ହୋଇ ଚାହିଁ ରହୁଥିଲେ, ଘର ଅଗଣାରେ ଥିବା ବିଶାଳକାୟ କୃଷ୍ଣଚୂଡା ଗଛକୁ। କେବେକେବେ ଚାକର ମାଧବ କୁ ଡାକି କହୁଥିଲେ-- ଆରେ , ଦେଖ୍ ସେ କୃଷ୍ଣଚୂଡା ଗଛକୁ, ଦେଖିଲୁ କେମିତି ଛନଛନିଆ ହୋଇ ବଢିଛି। ନିୟତି କେତେ ଯତ୍ନରେ ତା ଫୁଲ ସୃଷ୍ଟି କରିଛି କେବେ ଭାବିଛୁ? ଫୁଲରେ ସଜେଇ ହୋଇଥିବା ଆମର ଏ ଗଛକୁ ଦେଖିଲେ ରାସ୍ତାରେ ଯାଉଥିବା ଲୋକେ ଦଣ୍ଡେ ଛିଡା ହୋଇଯିବାର ତୁ କେବେ ଦେଖିନୁ? ଏତେ ସୁନ୍ଦର ଗଛ କୁ ଦେଖିଲେ ତୋତେ ଖୁସି ଲାଗୁନି?
ମାଲିକଙ୍କ କଥା ଶୁଣି କିଛି ପ୍ରତ୍ଯୁତ୍ତର ଦେବାର ସାହାସ ନ ଥାଏ ବୃଦ୍ଧ ମାଧବର। କାହିଁ କେତେ ଦିନରୁ ସେ ରାମବାବୁଙ୍କ ପରିବାର ସହ ସଂଶ୍ଳିଷ୍ଟ ; କିନ୍ତୁ ମାଲିକଙ୍କର ଏ ରୂପଟି ସହ ସେ ଅନଭ୍ଯସ୍ତ ଥିଲା। ଭୀଷଣ କ୍ରୋଧୀ ଓ ବଦରାଗୀ ମାଲିକ ଯେ ଏମିତି ପିଲାଙ୍କ ପରି ନିରିହ ଶୈଳୀରେ କଥା ହେବେ, ଏହା ତା ପାଇଁ କମ୍ ଗୌରବ ର କଥା ନୁହଁ। ସେ ମୁଣ୍ଡ ଟୁଙ୍ଗାରି କୁହେ-- ସତ କହିଲ ବାବୁ, ଏ ଗଛକୁ ଦେଖିଲେ ମନର ସବୁ ପୀଡା ଚାଲିଯାଏ ଓ ଆନନ୍ଦର ଫୁଆରା ଖେଳିଯାଏ। ରାମବାବୁ ଜାଣନ୍ତି ଯେ, ତାଙ୍କ ପ୍ରଭୂତ୍ବର ତେଜ ସମ୍ମୁଖରେ ନିସ୍ତେଜ ଭୃତ୍ଯ ପାଖରେ , ତାଙ୍କ କଥାକୁ କାଟିବାର କୌଣସି ଅବକାଶ ନାହିଁ। ତଥାପି ମାଧବର ସମ୍ମତିସୁଚକ କଥା ଶୁଣି ସେ ଆମୋଦିତ ହୁଅନ୍ତି।
ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ, ରାମବାବୁଙ୍କର ଅତୀତ ସ୍ମୃତି ରୋମନ୍ଥନ କାର୍ଯ୍ଯ ଜାରି ରହିଥିଲା ଅବିରତ। ପ୍ରାୟ ସମସ୍ତଙ୍କୁ ସେ କୃଷ୍ଣଚୁଡା ଗଛର ସୌନ୍ଦର୍ଯ୍ଯ ଓ ମନମୋହିନୀ ରୂପ ବିଷୟରେ ଉଣା ଅଧିକା ସୂଚନା ଦେବାରେ ଅବହେଳା କରୁ ନ ଥିଲେ।
– ପିଲାଦିନେ ମୁଁ ଗାଁଆରେ ଏମିତି କରୁଥିଲି, ସେମିତି କରୁଥିଲି, ଏମିତି ପହଁରୁ ଥିଲି, ସେମିତି ଖେଳୁଥିଲି ଇତ୍ଯାଦି କାର୍ଯ୍ଯାବଳୀର ବୃତ୍ତାନ୍ତ ଘର ଲୋକଙ୍କୁ ଶୁଣାଇବାରେ ତାଙ୍କୁ ମିଳୁଥିଲା ଅଶେଷ ଆନନ୍ଦ। ସେ ସବୁ ଶୁଣିବାରେ, କାହାର ଲେଶମାତ୍ର ଆଗ୍ରହ ନ ଥିଲେ ମଧ୍ଯ; ବିସ୍ଫାରିତ ଚକ୍ଷୁ କରି ଶୁଣି ଚାଲୁଥିଲେ ତାଙ୍କର ବାଳସୁଲଭ ଉତ୍ସାହ କୁ ସମ୍ମାନ ଜଣାଇ। ପିଲାଦିନର କଥା ସବୁକୁ ବର୍ଣ୍ଣନା କରିବା ବେଳେ ଯିଏ ରାମବାବୁଙ୍କୁ ଦେଖିବ, ଭାବିବ ବୋଧେ ଚଳଚିତ୍ରର ଦୃଶ୍ଯପରି ସବୁ ସ୍ମୃତି ଗୁଡିକ ତାଙ୍କ ସାମନା ରେ ସଶରୀରେ ଧାବମାନ ହେଉଛି। କାହିଁ କେତେବର୍ଷ ତଳର ପୁରୁଣା ସ୍ମୃତିର ଚେହେରା, ବୋଧେ ତାଙ୍କୁ ଦିଶୁଥିଲା ସଦ୍ଯ ପ୍ରସ୍ଫୁଟିତ ଗୋଲାପଫୁଲ ପରି।
କିନ୍ତୁ ପତ୍ନୀ ରାଧା, ରାମବାବୁଙ୍କ ଚରିତ୍ରର ଏହି ଦିଗଟିକୁ ଅତି ନ୍ଯୁନ ଓ ଗୁରୁତ୍ବହୀନ ଭାବରେ ଦେଖନ୍ତି। ତାଙ୍କୁ ଲାଗେ ରାମବାବୁଙ୍କ ପରି ଜଣେ ଉଚ୍ଚପଦସ୍ଥ ଅଫିସର ମୁହଁରେ, ଗାଁଆ ଶବ୍ଦର ଉଚ୍ଚାରଣ ଟା ନିହାତି ଅପ୍ରାସଙ୍ଗିକ । କଦବା କ୍ବଚିତ୍ ରାମବାବୁ ତାଙ୍କ ଗାଁଆ କିମ୍ବା ପିଲାଦିନର କଥା ସହକର୍ମୀଙ୍କ ଆଗରେ ପ୍ରକାଶ କରିବାକୁ ଉଦ୍ଯତ ହେବାର ଦେଖିଲେ, ରାଧା କଥାର ମୋଡ ବୁଲାଇଦେବାକୁ ଭୁଲନ୍ତି ନାହିଁ। ଏତେ ବଡ ଅଫିସରଙ୍କର ଅତୀତ ଯେ ଗାଁଆ ମାଟିଧୂଳିରେ କଟିଛି, ସେ କଥା ଜାଣିଲେ କାଳେ ସମସ୍ତଙ୍କର ରାମବାବୁଙ୍କ ପ୍ରତି ସମ୍ମାନ କମିଯିବ, ସେଇ ଭୟ ରାଧାଙ୍କୁ ସର୍ବଦା ଗ୍ରାସ କରି ରଖିଥିଲା। ପ୍ରକାଣ୍ଡକାୟ ବଙ୍ଗଳା, ଗାଡି, ଚାକର ବାକର ଓ ଜିନିଷପତ୍ରର ଅପରୂପ ସମ୍ଭାର ଗହଣରେ ଜୀବନ ର ଅର୍ଦ୍ଧାଧିକ ସମୟ ବ୍ଯତୀତ କରିସାରିବା ପରେ, କାହିଁକି ରାମବାବୁ ନିଜର ଅତୀତ କୁ ନେଇ ଏତେ ମାତ୍ରାରେ ଗମ୍ଭୀର ହୋଇ ଉଠିଛନ୍ତି, ସେ କଥାଟି ବର୍ତ୍ତମାନ ସୁଦ୍ଧା ତାଙ୍କ ପାଇଁ ଏକ ଅସମାହିତ କୁହେଳିକା ସଦୃଶ ଦଣ୍ଡାୟମାନ। ପୁଅଝିଅ ବଡ ହୋଇସାରିଲେଣି, ଗୋଟିଏ ବେସରକାରୀ ସଂସ୍ଥାରେ ପୁଅଟି ମ୍ଯାନେଜର ରୂପରେ କାର୍ଯ୍ଯ କରୁଛି ଓ ଝିଅ ପାଇଁ ବରପାତ୍ର ଖୋଜା ଚାଲିଛି। ତାକୁ ଏଇ ବର୍ଷ ବାହାଘର କରାଇଦେବାକୁ ଉଭୟ ମନସ୍ଥ କରିସାରିଛନ୍ତି। ଗମ୍ଭୀର ସ୍ବଭାବ ବିଶିଷ୍ଟ ରାମବାବୁ, ବୟସ ଓ ଚାକିରି ର ସୋପାନ ପରେ ସୋପାନ ଅତିକ୍ରମ କରି ଉଚ୍ଚ ପଦବୀରେ ଅଧିଷ୍ଠିତ। ସାମାଜିକ ପ୍ରତିଷ୍ଠା, ସମ୍ମାନ ଓ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚିବା ପରେ, ତାଙ୍କର ମନରେ ଆଗକୁ ବଢିବାର ସ୍ବପ୍ନ ଧିରେଧିରେ ଅସ୍ତମିତ ହେବାରେ ଲାଗିଛି। ଆଉ କିଛି ବର୍ଷ ପରେ ଚାକିରିରୁ ଅବସର ନେବେ। ସବୁ କ୍ଷେତ୍ରରେ, ତାଙ୍କରି ବୟସର କର୍ମଚାରୀଙ୍କ ଠାରୁ ଢେର୍ ଆଗରେ ଅଛନ୍ତି ରାମବାବୁ। ତିରିଶି ବର୍ଷର ବୈବାହିକ ବନ୍ଧନ ମଧ୍ଯରେ ରାଧା, ରାମବାବୁଙ୍କର ଜୀବନର ପ୍ରତ୍ଯେକ ଅଙ୍କ ସମାହିତ କରି ସାରିଛନ୍ତି , କେବଳ ଗାଁଆପ୍ରୀତି କୁ ଛାଡି। ଏମିତି କିଛି କିଛି ଅଛିଣ୍ଡା ଅଙ୍କ ସଭିଙ୍କ ଜୀବନରେ ଥାଏ ଓ ସେ ସବୁକୁ ଅସମାହିତ ରହିବାକୁ ଛାଡିଦେଲେ, ବିଶେଷ କ୍ଷତି ନାହିଁ ହୃଦବୋଧ ହୋଇ ସାରିଥିଲା ରାଧାଙ୍କର।
ସେଦିନ ରାତିରେ ଖାଇବା ଟେବୁଲ ପାଖରେ ରାମବାବୁ ଅନ୍ଯମନସ୍କ ଭାବରେ ବସିବା ଦେଖି ରାଧା ପଚାରିଲେ-- କଣ ହୋଇଛି ତୁମର? ଏମିତି ଗୁମସୁମ୍ ହୋଇ କାହିଁକି ବସିଛ ଯେ?
– - କିଛି ନାହିଁ ମ, କଥା କଣ କି ; ମୁଁ ଭାବୁଥିଲି କାଲି ରବିବାର ଅଛି। ଗାଁଆ ଆଡେ ଟିକେ ବୁଲି ଆସିଲେ କେମିତି ହୁଅନ୍ତା? ପିଲା ମାନେ ଆଜି ଯାଏ ମୋ ଗାଁଆ ଦେଖି ନାହାଁନ୍ତି। ମୋ ପିଲାଦିନ ସ୍ମୃତି ଗୁଡିକ ବିଷୟରେ ଏତେ କହିଛି, ସେମାନେ ସ୍ବଚକ୍ଷୁରେ ସେ ସବୁ ଜାଗା ଦେଖିଲେ କେତେ ଖୁସି ହେବେ ଭାବିଲ !
ରାମବାବୁଙ୍କ ଏହି କଥାରେ କୌଣସି ଭାବରେ ପ୍ରଭାବିତ ନ ହେବା ପାଇଁ ମନରେ ପ୍ରଣ କରିଥିବା ରାଧା, ବେଶ୍ ଗମ୍ଭୀର ସ୍ବରରେ ଆଦେଶ ଦେବା ପରି କହିଲେ --- ଆରେ ଝିଅ ଅଳ୍ପ ଦିନ ପରେ ବାହା ହୋଇଯିବ। ପୁଅ ବିଦେଶ ଯିବାକୁ ଜିଦ୍ କରୁଛି। କେବଳ ବାହାଘର ସରିଯାଉ ବୋଲି କହି ମୁଁ ତା ଜିଦ୍ କୁ ଟାଳି ଚାଲିଛି। ଆଗକୁ ସେମାନଙ୍କ ପାଖରେ ଆମ ପାଇଁ ସମୟ ଥିବ କି ନାହିଁ ସନ୍ଦେହ, ଗାଁଆ କଥା ପଚାରେ କିଏ ? ଆମ ବାହାଘର ଠାରୁ ଆଜି ଯାଏ ତୁମ ଗାଁଆକୁ ଆମେ କେବେ ଯାଇନେ। ଏବେ ଅଚାନକ୍ ଏମିତି ପ୍ରେମ କାହିଁକି ଝରି ପଡୁଛି ଟିକେ କହିଲ ? କଣ କିଛି ଗୁପ୍ତଧନ ଲୁଚାଇ ରଖିଛ ନା କଣ ? ସେ ବେକାର ଯାଗାକୁ ଯିବାର କିଛି ଆବଶ୍ଯକତା ନାହିଁ। କାମ ନ ଥିଲେ ଏମିତି ସବୁ ଚିନ୍ତା ମୁଣ୍ଡରେ ପଶେ। ତାଙ୍କ ମୁଖମଣ୍ଡଳରେ ଉକୁଟି ଉଠୁଥିଲା ବିଦ୍ରୁପ ଓ ତାଚ୍ଛଲ୍ଯଭାବ।
ରାମବାବୁ ରାଧାଙ୍କର ମୁହଁକୁ ସିଧା ଚାହିଁ, ଧିର କିନ୍ତୁ ଗୁରୁଗମ୍ଭୀର ସ୍ବରରେ କହିଲେ-- ତୁମେ ଭୁଲି ଯାଅନି ରାଧା ମୁଁ କିଏ ? ମୁଁ ରାମଚନ୍ଦ୍ର ସାମନ୍ତରାୟ, ଯାହା ସାମନା ରେ ଛିଡା ହେବା ପାଇଁ ମଧ୍ଯ ଲୋକ ମାନେ ଭୟ କରନ୍ତି। ନିଜ ପ୍ରଚେଷ୍ଟାରେ ମୁଁ ଅତିକ୍ରମ କରିଛି ରାମୁ ରୁ ରାମଚନ୍ଦ୍ର ହେବାର ଦୂରତା। କାହାର ସାହାଯ୍ଯ ବା ହାତଟେକା କୁ କେବେ ଆଶା କରିନି। ମୋ କଥା କୁ ଏତେ ଗୁରୁତ୍ବହୀନ ଭାବିବାର ସାହାସ ତୁମର ହେଲା କିପରି? ମୁଁ ତୁମର ଅନୁମତି ମାଗୁନି, ମୋର ନିଷ୍ପତ୍ତି ଜଣାଉଛି।
ରାଧା ଲକ୍ଷ୍ଯ କରି ପାରୁଥିଲେ ରାମବାବୁଙ୍କ ମୁହଁରେ ଗମ୍ଭୀରତା ଓ ହାକିମସୁଲଭ ଠାଣୀ। ନିଜ ଅଫିସ୍ ରେ ସେ ଏମିତି କଥା ହୁଅନ୍ତି ବୋଲି ଅନ୍ଯ କର୍ମଚାରୀ ମାନେ ବହୁତ ଥର ତାଙ୍କ ଆଗରେ ପ୍ରକାଶ କରିଛନ୍ତି।
ରାଧା ଜାଣି ସାରିଥିଲେ ତାଙ୍କ ବାକ୍ଯବାଣରେ କ୍ଷତାକ୍ତ ହୋଇଛନ୍ତି ରାମବାବୁ। କ୍ଷମା ପ୍ରାର୍ଥନା କରି, ପରଦିନ ସକାଳୁ ଗାଁଆକୁ ବାହାରିବାର ସମ୍ମତି ଦେବାଛଡା ଅନ୍ଯ କିଛି ଚାରା ନ ଥିଲା ତାଙ୍କ ପାଖରେ।
ରାମବାବୁ ନିଜେ ଗାଡି ଚଲାଉଛନ୍ତି। ପାଖରେ ବସିଛି ଝିଅ, ପଛରେ ରାଧା ଓ ପୁଅ। ମନରେ ତାଙ୍କର ଉତଫୁଲ୍ଲତା ଜଳଜଳ ହୋଇ ଦିଶିଯାଉଛି। ସହର ଠାରୁ ମାତ୍ର ଅଶି କିଲୋମିଟର ଦୂରରେ ତାଙ୍କ ଗାଁଆ ମଦନପୁର, ଆଧୁନିକତା ଓ ବିକାଶର କୁହୁକ ସ୍ପର୍ଶଠାରୁ ଢେର୍ ଦୂରରେ। ରାମବାବୁ ଭଲରେ ପାଠପଢି ମଣିଷ ହେବେ ବୋଲି, ତାଙ୍କ ବାପା ସହରରେ ରହିବା ଆରମ୍ଭ କରିଦେଇଥିଲେ କାହିଁ କେତେବର୍ଷ ତଳୁ। କିନ୍ତୁ ଗାଁଆଲୋକଙ୍କ ସହିତ ସମ୍ପର୍କ ବଜାୟ ଥିଲା। କାଳକ୍ରମେ ବାପାମାଆ ଚାଲିଯିବା ପରେ, ରାମବାବୁଙ୍କ ପାଇଁ ଗାଁଆଟି ପାଲଟିଗଲା ଏକ ଦୁର୍ଗମ, ଦୂରାନ୍ତ ସ୍ଥାନ। କାର୍ଯ୍ଯବ୍ଯସ୍ତତା ଓ ପରିବାର ଜଞ୍ଜାଳର ଅଡୁଆସୂତା ଖୋଲିବାରେ ଜୀବନର ଅର୍ଦ୍ଧାଧିକ ସମୟ ବ୍ଯତୀତ କରିସାରିବା ପରେ ,ଅଚାନକ ଗାଁଆର ମୋହ ତାଙ୍କୁ କାହିଁକି ଆକ୍ତାମାକ୍ତା କରିଦେଇଥିଲା ସେ ନିଜେ ମଧ୍ଯ ଜାଣି ନ ଥିଲେ ।
ଗାଡି ଚଲାଇବା ବେଳେ ସେ ଭାବୁଥିଲେ ଗାଁଆରେ କାହା ପାଖକୁ ଯିବେ। କାରଣ ତାଙ୍କ ସମ୍ପର୍କୀୟ ମାନେ କାହିଁ କେତେଦିନରୁ ଜମିବାଡି ବିକ୍ରିକରି ଅନ୍ଯତ୍ର ଚାଲିଯାଇଛନ୍ତି। ସେତିକିବେଳକୁ ତାଙ୍କର ମନେ ପଡିଲା ସରଖୁଡୀଙ୍କ କଥା। ସେ ପିଲା ଥିଲା ବେଳେ ତାଙ୍କ ବାପାଙ୍କ କୁଟୁମ୍ବର ଦନେଇ କାକା ନୂଆ ବାହା ହୋଇଥିଲେ। ନୂଆ ବୋହୁ ପାଖରେ ରାମ ଓ ଗାଁଆ ସାରା ପିଲା ଭିଡ ଜମାଇ ରଖୁଥିଲେ ଦିନତମାମ। କାହିଁକି କେଜାଣି ସରଖୁଡୀଙ୍କୁ ପ୍ରଥମରୁ ବହୁତ ମାନୁଥିଲେ ରାମ ; ସେ ବି ସ୍ନେହ ଦେବାରେ କେବେ ଉଣା କରିନାହାଁନ୍ତି। ସବୁଦିନ ସଞ୍ଜ ନଇଁବା ପରେ ସରଖୁଡୀଙ୍କ ଚାରିପଟେ ପିଲାମାନେ ଘେରି ବସିରୁହନ୍ତି। କିଛି ସମୟ ସେ ପିଲାମାନଙ୍କୁ ପାଠ ପଢାନ୍ତି। କେତେବେଳେ ପଣକିଆ ତ କେତେବେଳେ ମିଶାଣ ଫେଡାଣ। ପାଠଚୋର ପିଲା ସବୁ ଧିରେଧିରେ ତାଙ୍କ ପାଖରୁ ଖସି ପଳାନ୍ତି। କିନ୍ତୁ ରାମ ତାଙ୍କ ପାଖରେ ବସି ମନଦେଇ ପଢନ୍ତି। ପାଠପଢା ସରିଲା ପରେ ନିତିଦିନ ସେ ନୂଆ କାହାଣୀର ପେଡି ଖୋଲି ବସନ୍ତି। ରାଜାରାଣୀ ଗପରୁ ଆରମ୍ଭ କରି ବୁଢୀ ଅସରୁଣୀ ଗପ ସରଖୁଡୀଙ୍କ ମୁହଁରୁ ଝରି ଆସେ। କେବେକେବେ ଡରରେ ରାମ ଖୁଡିଙ୍କ କୋଳରେ ମୁହଁ ମାଡି ଲୁଚି ଯାଆନ୍ତି ଓ କେତେବେଳେ ମନଖୁସି ରେ ତାଳି ମାରି ତାଙ୍କ ଚାରି ପଟରେ ଘୁରି ବୁଲନ୍ତି।

ଖୁଡି କୁହନ୍ତି-- ରାମ, ତୁମେ ଜାଣିଛ କି ନାହିଁ, ଏଇ କୃଷ୍ଣଚୂଡା ଗଛରେ ଠାକୁର ରୁହନ୍ତି। ଏଇ ନାଲି ଫୁଲ ସବୁ ସେ ନିଜେ ରଙ୍ଗ ଦେଇ ଏତେ ସୁନ୍ଦର କରିଛନ୍ତି। ତୁମେ ମନଦେଇ ପାଠ ପଢିଲେ ଏ ଗଛରେ ଆହୁରି ଫୁଲ ଫୁଟିବ। ସେମିତି ହେଲେ ତୁମେ ଜାଣିବ ଯେ ଠାକୁର ତୁମ ଉପରେ ବହୁତ ଖୁସି ଅଛନ୍ତି।
ଠାକୁରଙ୍କୁ ଖୁସି କରି ଗଛରେ ବେଶି ଫୁଲ ଫୁଟାଇବା ପାଇଁ ରାମ, ସରଖୁଡୀ ପଢାଉଥିବା ପାଠ ସବୁ କୁ ଗଳାଧଃକରଣ କରିବାରେ ଅବହେଳା କରିନ୍ତି ନାହିଁ। ଦିନେ କୃଷ୍ଣଚୁଡା ଫୁଲର ଏକ ବଡମାଳ ସରଖୁଡୀଙ୍କୁ ଦେବା ପାଇଁ ମନସ୍ଥକରି ସେ ଗଛ ଉପରେ ଚଢିଥିଲେ। ଦୁର୍ଯୋଗକୁ ଗଛର ଡାଳ ଭାଙ୍ଗିଗଲା ଓ ବିଚରା ରାମ ତଳେ କଚାଡି ହୋଇପଡିଲେ। ସମସ୍ତେ ତାଙ୍କୁ ଗାଳିଗୁଲଜ କଲେ ଓ ଦୁଷ୍ଟ ହେଉଛୁ କହି ତାଗିଦ୍ କଲେ। ଘରକୁ ଆସି ସରଖୁଡୀ ଏମିତି ଦୁଷ୍ଟାମୀ ନ କରିବାକୁ କହିବା ବେଳକୁ , ରାମ ଅସଲ କଥାଟି କହିଲେ। ତାଙ୍କ କଥା ଶୁଣି ଖୁଡୀ କାନ୍ଦିକାନ୍ଦି କହିଲେ – ତୁମେ ସେମିତି କାହିଁକି କରୁଥିଲ ରାମ! ଯଦି ବେଶୀ ଖଣ୍ଡିଆ ଖାବରା ହୋଇଥାଆନ୍ତା, ଅବସ୍ଥା କଣ ହୋଇଥାଆନ୍ତା କହିଲ! ଯଦି ତୁମେ ମୋତେ ଫୁଲମାଳ ଦେବାକୁ ଚାହୁଁଛ, ତେବେ ବହୁତ୍ ପାଠ ପଢ ଓ ବଡ ହାକିମ ହୁଅ। ତା ପରେ ଯାଇ ମୋ ପାଇଁ ଗୋଟେ ସତସତିକା ସୁନାମାଳ ଆଣିଦେବ। କଣ ରାଜି ତ!
ମୁଣ୍ଡ ଟୁଙ୍ଗାରି ରାମ ହଁ ଭରିଲେ ଓ ଖୁଡୀ ତାଙ୍କୁ କୋଳେଇ ନେଲେ। ସେଦିନ ପରଠାରୁ ରାମଙ୍କ ପ୍ରତି ଅଧିକ ଯତ୍ନବାନ ହୋଇଯାଇଥିଲେ ଖୁଡୀ। କେମିତି ସେ ଭଲ ଭାବରେ ସବୁ ପାଠ ପଢି ମନେ ରଖିବେ ସେ ଚେଷ୍ଟାରେ ଅବିରତ ଲାଗି ରହିଥାନ୍ତି।
ଗାଁଆ ସ୍କୁଲରେ ପ୍ରାଥମିକ ଶିକ୍ଷା ସରିବାପରେ, ରାମ ସହରରେ ପଢିବେ ବୋଲି ବାପା ନିଷ୍ପତ୍ତି ନେଲେ। ବାପାଙ୍କ ବନ୍ଧୁବାନ୍ଧବଙ୍କ ଅନିଚ୍ଛା ସତ୍ତ୍ବେ ରାମଙ୍କୁ ସହର ଯିବାକୁ ପଡିଲା। ତାଙ୍କର ସାଙ୍ଗସାଥୀ ଓ ବନ୍ଧୁପରିଜନ ଙ୍କୁ ଛଳଛଳ ଆଖିରେ ବିଦାୟ ଜଣାଇବା ବେଳେ, ରାମଙ୍କର ଆଖି ଖୋଜୁଥିଲା ତାଙ୍କର ସବୁଠାରୁ ପ୍ରିୟ ସରଖୁଡୀଙ୍କୁ। କିନ୍ତୁ ସେଦିନ ଖୁଡୀ ତାଙ୍କୁ ବିଦାୟ ଜଣାଇବାକୁ ଆସି ନ ଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ ଘର ଭିତରେ ଖୁୁୁଡୀ କାନ୍ଦୁଥିଲେ, ନିଜର ଅତିପ୍ରିୟ ମଣିଷଟି ଦୂରକୁ ଚାଲିଯିବାର ଦୁଃଖରେ।

କିଛିଦିନ ପରେ ବାପାଙ୍କ ସହ ରାମ ଆସିଥିଲେ ଗାଁଆକୁ ଓ ସାରା ଦିନ ପିଲା ମାନଙ୍କ ସହ ହସିଖେଳି ବତେଇ ଦେଲେ। ଶେଷରେ ସେ ଗଲେ ଖୁଡୀଙ୍କ ପାଖକୁ। ଅଭିମାନ ଭରା କଣ୍ଠରେ ଖୁଡୀ କହିଲେ-- ରାମୁ, ତୁମେ ତ ସହର ରେ ରହି ବାବୁ ହୋଇ ଗଲଣି ; ମୋ ପରି ଛୋଟ ଲୋକ କଥା କାହିଁକି ମନେ ରଖିବ ? ନିଜ ଭୁଲ୍ ବୁଝିପାରି ସେ କ୍ଷମା ମାଗିଥିଲେ ଓ ଖୁଡୀ ହସିହସି ତାଙ୍କୁ କୋଳେଇ ନେଇ କହିଲେ
– – ରାମୁ, ମନ ଦେଇ ପାଠ ପଢିବ, ବଡ ହାକିମ ହେବ; କିନ୍ତୁ ହାକିମ ହେଲେ ମୋତେ ଓ ଆମ ଗାଁଆ କୁ ଭୁଲି ଯିବନି ତ !
ଧିରେ ଧିରେ ତାଙ୍କ ପାଠର ଚାପ ସହିତ ଓ ବାପାଙ୍କ କାମର ଜଞ୍ଜାଳ ବଢିଲା। ତେଣୁ ରାମଙ୍କୁ ନ ନେଇ ବାପା ଗାଁଆ କୁ ଯାଇ ସମସ୍ତଙ୍କୁ ଦେଖାଶୁଣା କରି ଫେରି ଆସନ୍ତି। ନୂତନ ସାଙ୍ଗସାଥୀ ଓ ପରିବେଶରେ ନିଜକୁ ଅଭ୍ଯସ୍ତ କରିବାରେ ବ୍ଯସ୍ତ ଥିବା ରାମଙ୍କ ମାନସପଟ୍ଟରେ ଗାଁଆର ସ୍ମୃ ତି ଧିରେଧିରେ ମଳିନ ହେବାକୁ ବସିଲା।
ହଠାତ୍ ଗାଡି ଛିଡା କରିଦେଲେ ରାମବାବୁ। ଉତ୍ସାହିତ ହୋଇ କହିଲେ-- ହେଇ ଦେଖ, ପାଖେଇ ଆସିଲା ମୋ ଗାଁଆ। ସ୍କୁଲ୍ ବସ୍ ରୁ ପିଲା ଓହ୍ଲାଇଲା ବେଳେ, ମୁହଁରେ ଯେମିତି ଅପୂର୍ବ ଆନନ୍ଦର ରଙ୍ଗ ଲେସି ହୋଇଥାଏ , ଠିକ୍ ସେମିତି ଭାବ ଫୁଟି ଉଠୁଥିଲା ତାଙ୍କ ମୁଖମଣ୍ଡଳରେ। ପିଲାମାନେ ଓ ରାଧା କେଉଁ ପ୍ରତିକ୍ରିୟା ଦେଖେଇବେ ତାହା ସ୍ଥିର କରି ପାରୁ ନ ଥିଲେ। ମନ ଭିତରେ ଗୁମୁରି ଉଠୁଥିବା ଅସନ୍ତୋଷ କୁ ବଡକଷ୍ଟରେ ଚାପି ରଖିଥିଲେ ପିଲା ମାନେ। କାରଣ ରବିବାର ଦିନ ସାଙ୍ଗମାନଙ୍କ ସହ ପାର୍ଟି କରିବା, ନହେଲେ ସିନେମା ଦେଖିବାର କାର୍ଯ୍ଯକ୍ରମ ଫସର ଫାଟିଯାଇଥିଲା। ରାମବାବୁଙ୍କ ମନ ରଖିବାକୁ ରାଧା ପିଲାମାନଙ୍କ ଉଦ୍ଦେଶ୍ଯରେ କହିଲେ-- ପିଲାମାନେ, ଆଜି ଆମର ପିକନିକ୍ ବୋଲି ଭାବ। ଏମିତି ପରିବେଶ ତୁମେ କେବଳ ସିନେମା ରେ ଦେଖିଥିବ, ନହେଲେ ବହିରେ ପଢିଥିବ। ଆଜି ନିଜ ଆଖିରେ ଦେଖିବାର ସୁଯୋଗ ପାଇଛ, ତେଣୁ ଏ ପ୍ରାକୃତିକ ସୌନ୍ଦର୍ଯ୍ଯକୁ ମନଭରି ଉପଭୋଗ କର। ଯାହାହେଉ, ରାଧାଙ୍କର କଥାଟା ରାମବାବୁଙ୍କ ମନ କୁ ପାଇଲା, ଷ୍ଟିୟରିଙ୍ଗ ଉପରେ ହାତ ମୁଠା ଶକ୍ତ ହେବା ଦେଖି ରାଧା ସେ କଥା ଜାଣି ପାରିଥିଲେ ।
ଧୂଳି ଧୂସରିତ ସର୍ପିଳ ରାସ୍ତା ଉପରେ ରାମବାବୁ ଗାଡି ଚଲେଇ ବହୁତ ବ୍ଯସ୍ତ ହୋଇ କିଛି ଖୋଜିବାରେ ଲାଗିଥିଲେ। ଝିଅ ପଚାରିବାରୁ ଉତ୍ତର ଦେଲେ-- ଆରେ ମା, ରାସ୍ତା ର ଦୁଇପଟରେ କେତେ ଗଛଥିଲା। ଆମେ ସେ ଗଛରେ କେତେ ଡାଳମାଙ୍କୁଡି ଖେଳୁଥିଲୁ। ହେଇ ଦେଖ୍, ଏ ଜାଗାରେ ଗୋଟେ ବହୁତ ବଡ ତାଳ ଗଛ ଥିଲା। ମୁଁ ବହୁତ୍ ଥର ସେ ଗଛରେ ଚଢି ତାଳ ତୋଳିଛି। ଆଉ ସେ ପଟକୁ ଦେଖ୍, ଗୋଟେ ବଡ ପୋଖରୀ ଥିଲା। କାଚକେନ୍ଦୁ ପରି ନିର୍ମଳ ପାଣିରେ ତାହା ବର୍ଷସାରା ଭରି ରହୁଥିଲା। କୁଆଡେ ସବୁ ଗଲା? ମୁଁ କିଛି ଜାଣି ପାରୁନି। ସେଇ ପାଖରୀରେ ପହଁରିଲା ବେଳେ ,କେତେ ଯେ ମାଛ ମାରିଛି ତା’ର ହିସାବ ନାହିଁ। ସାଙ୍ଗମାନଙ୍କ ସହ ପୋଖରୀ ପାଖ ବରଗଛ ମୂଳେ ଭୋଜି ବି କରିଛି। କିନ୍ତୁ ସେ ଗଛ ବି କାଇଁ ଦିଶୁନି? ଗାଁଆ ଟା ଏମିତି ଖାଁ ଖାଁ ଲାଗୁଛି କଣ ପାଇଁ? ମୁଁ ପିଲା ଥିଲାବେଳେ କେତେ ଚାଷଜମି ଥିଲା, ରାସ୍ତାର ଦୁଇ ପାଖରେ। ଦେଖିଲେ ଲାଗୁଥିଲା ସତେ କି ପୃଥିବୀମାତା ସବୁଜ ରଙ୍ଗର ଶାଢୀ ପିନ୍ଧିଛି। କିନ୍ତୁ କୁଆଡେ ଗଲା ସବୁ! କିଏ ଚୋରାଇ ନେଲା ? ସେତିକି ବେଳକୁ ରାମବାବୁଙ୍କ ମୁହଁରେ ଅସହାୟତା ବେଶ୍ ବାରି ହୋଇ ପଡୁଥିଲା। ତାଙ୍କ କଳ୍ପନା ଓ ବାସ୍ତବତା ଭିତରେ ଯେ ଏତେ ଫରକ ଆସିଯାଇଥିବ ତାହା ବିଶ୍ବାସ କରିବା ସମ୍ଭବ ନ ଥିଲା।
ସେ ପାଟି କରି ଉଠିଲେ-- ଆରେ, ମୋ ସ୍କୁଲ୍ କୁଆଡେ ଗଲା? ଏଇ ଜାଗାରେ ତ ଥିଲା। ଅବଧାନେ ଚଟାଣରେ ବସି ମୋତେ ଖଡି ଛୁଆଁଇ ଥିଲେ, ଚାଳଘରେ ଚାଲିଥିଲା ସ୍କୁଲ ଆମର। ସେଇ ଯାଗାରେ ଗୋଟେ ବହୁତ୍ ବଡ ଆମ୍ବ ଗଛ ଥିଲା। ମୋ ନାଁଆ ଲେଖିଥିଲି ସେଇ ଗଛରେ। କାଇଁ ସେ ଗଛ ବି ଦିଶୁନି। ଗାଁଆ ସାରା କଣ୍ଟେଇ କୋଳିର ଗଛ ଭରି ରହିଥିଲା। ତୁମେ ମାନେ ସେ କୋଳି କେବେ ଖାଇନ। ବହୁତ୍ ମିଠା ଲାଗେ। କିନ୍ତୁ ସେ ଗଛର ନାମଗନ୍ଧ ନାହିଁ। କଣ ହୋଇଗଲା ସବୁ।
ରାଧା ଲକ୍ଷ୍ଯ କରି ପାରୁଥିଲେ ରାମବାବୁଙ୍କର ମନର ଅବସ୍ଥା। ଭିତରୁ ଭାଙ୍ଗି ପଡିବାର ସମସ୍ତ ଲକ୍ଷଣ ବେଶ୍ ବାରିହୋଇ ପଡୁଥିଲା। କାହାର କିଛି କହିବାର ଅବକାଶ ନ ଥିଲା। ଗାଡି ଭିତରେ କେବଳ ଜଣେ ହିଁ ବକ୍ତା ଥିଲେ ଓ ଅନବରତ ଗପି ଚାଲିଥିଲେ। ଶ୍ରୋତା ମାନେ ଜାଣିଥିଲେ, ସେ ସମୟରେ ତାଙ୍କର ପାଟି ବନ୍ଦ କରିବାର ପ୍ରୟାସ ଯଦି କେହି କରିବ, କେବଳ ପ୍ରଳୟ ହେବ। ପାଖରେ ବସିଥିବା ଝିଅ ଦେଖି ପାରୁଥିଲା ବାପାଙ୍କ ଆଖିକୋଣରେ ଲୁଚିବାକୁ ବୃଥା ପ୍ରୟାସ କରୁଥିବା କେଇବୁନ୍ଦା ଲୁହ। ସେତେ ବେଳକୁ ରାମବାବୁଙ୍କର ମାନସ ପରଦାରେ ଚାଲିଥିଲା ଦୁଇଟି ଦୃଶ୍ଯ ସମାନ୍ତରାଳ ଗତିରେ। ଗୋଟିଏ ସ୍ବର୍ଣ୍ଣାଭ ଅତୀତର ଓ ଅନ୍ଯଟି ନିଷ୍ଠୁର ବର୍ତ୍ତମାନର। ସେ ଦୁଇଟି ଦୃଶ୍ଯରେ କୌଣସି ସମାନତା ନଥିଲା। ତାଙ୍କୁ ଲାଗୁଥିଲା କ୍ରୁର ସମୟ, ଅତୀତ ଓ ବର୍ତ୍ତମାନ ମଧ୍ଯରେ ଟାଣି ଦେଇଛି ଏକ ଅଲଙ୍ଘନୀୟ, ଦୁର୍ଭେଦ୍ଯ ପାଚେରୀ।
ଗାଡିର ବେଗ ଯଥେଷ୍ଟ କମି ସାରିଥିଲା ଓ ମଝିରେ ମଝିରେ ଷ୍ଟାର୍ଟ ବନ୍ଦ ହୋଇଯାଉଥିଲା । ବାପାଙ୍କର ଏ ଅବସ୍ଥା ଦେଖି ପୁଅ ଗାଡି ଚଲାଇଲା ଓ ରାମବାବୁ ସାଙ୍କୁଡିମାଙ୍କୁଡି ହୋଇ ବାଧ୍ଯ ପିଲାଟି ପରି ବସି, ବାହାରକୁ ଜୁଳୁଜୁଳୁ କରି ଚାହିଁବାରେ ଲାଗିଲେ। ମନରେ ଚାଲୁଥିବା ଅତୀତ ଦୃଶ୍ଯାବଳୀର ବେଗ ଏତେ ବଢିଯାଇଥିଲା ଯେ, ତାକୁ ମୁହଁରେ ପ୍ରକାଶ କରିବାକୁ ସେ ଅସମର୍ଥ ଥିଲେ। ତେଣୁ କେବଳ ଠାର ଓ ଇଙ୍ଗିତ ମାଧ୍ଯମରେ ସେ ମନର ଭାବ କହିବାକୁ ଲାଗିଲେ। ତାଙ୍କୁ ଲାଗିଲା ସବୁଆଡେ ନାହିଁ ନାହିଁ ର ଚିତ୍କାର। ଯାହା ଥିଲା କିଛି ନାହିଁ ଓ ଯାହା ଅଛି ତାହା ନ ଥିଲା ଓ ରହିବା କଥା ମଧ୍ଯ ନୁହେଁ। ସେ ଜାଣି ପାରୁ ନ ଥାନ୍ତି ରାସ୍ତାରେ ଏତେ ଟ୍ରକ୍ ଓ ରାସ୍ତାତିଆରି କରିବାରେ ବ୍ଯବହୃତ ଗାଡି କ’ଣ ପାଇଁ ରଖାଯାଇଛି। କିଛି ସମୟ ପରେ ସେ ସନ୍ଦେହ ବି ଦୂରୀଭୁତ ହୋଇଗଲା। ରାସ୍ତା ଖୋଳିବା, ମୋରମ ପିଚୁ ବିଛାଇବା ଆଦି କାମ ଯୋରସୋରରେ ଚାଲିଛି। ଚତୁର୍ଦ୍ଦିଗ କୁ ଅକ୍ତିଆର କରି ରଖିଛନ୍ତି ରାସ୍ତା କାମ କରୁଥିବା ଲୋକ, ଟ୍ରକ୍, ରୋଲର୍, ମାଟିଖୋଳା ସେମିନ୍ , ପିଚୁ ଡ୍ରମ୍ , ବାଲି, ଗୋଡି,ଓ ମାଟିର କ୍ଷୁଦ୍ର ପାହାଡ ମାନେ। ଆଖି ସାମନା ରେ ସ୍ବପ୍ନ ଓ କଳ୍ପନାର ସୌଧ ଭାଙ୍ଗିରୁଜି ଛାରଖାର ହେବାରେ ଲାଗିଥିଲା। ତରଳ ପିଚୁରୁ ବାହାରୁଥିବା କୃଷ୍ଣବର୍ଣ୍ଣର ଧୂଆଁରେ ଧୂମ୍ରାଭ ହୋଇଯାଉଥିଲା ଚତୁର୍ଦ୍ଦିଗ ଓ ତା ସହ ତାଳ ଦେଇ ରାମବାବୁଙ୍କର ଆଖି ଆଗରେ ଛାଇ ଯାଉଥିଲା ଅନ୍ଧକାର। କାହିଁକି, ଆଜି ତାଙ୍କ ଗାଁଆ କୁ ସେ ନିଜେ ମଧ୍ଯ ଚିହ୍ନି ପାରୁନାହାନ୍ତି, ସେ ପ୍ରଶ୍ନରେ ମନ ବାରମ୍ବାର ଆନ୍ଦୋଳିତ ହୋଇଉଠୁଥିଲା।
ରାଧା ଓ ପିଲାମାନେ ଆନନ୍ଦିତ ହେଉଥିଲେ ରାମବାବୁଙ୍କର ଏ ଅବସ୍ଥା ଦେଖି। ସେମାନେ ଭାବୁଥିଲେ-- ଯାହା ହେଉ, ଏତେ ଦିନ ପରେ, ରାମବାବୁଙ୍କର ପିଲାଦିନ ସ୍ମୃତିର ବେଲୁନ୍ ସବୁ ବିକଟାଳ ଶବ୍ଦ କରି ଫାଟିବାରେ ଲାଗିଛନ୍ତି।ଲାଗୁଥଲା, ଯେପରି ଗାଡିଟିରେ ସମସ୍ତେ ବିଚାରବୁଦ୍ଧି ସମ୍ପର୍ଣ୍ଣ, ରାମବାବୁଙ୍କ ବ୍ଯତୀତ, କାରଣ ସେ ଏକ ନିପଟ ମଫସଲ ଗାଁଆର ଦଶ ବାର ବର୍ଷର ପିଲା ପରି ବଲବଲ କରି ବାହାରକୁ ଚାହିଁ କଣ ସବୁ ଗୁଣୁଗୁଣୁ ହୋଇ କହିଚାଲୁଥିଲେ। ଆଗକୁ କିଛି ରୋମାଞ୍ଚ ବାକି ନାହିଁ ଜାଣି, ଝିଅ ଆଖି ବନ୍ଦ କରି ଟିକେ ଶୋଇବାକୁ ଚେଷ୍ଟାକଲା। କିନ୍ତୁ ପୁଣି ଶୁଭିଲା ସେହି କର୍ଣ୍ଣକଟୁ ଆଦେଶ
-- ଆରେ ପୁଅ, ରହ ଟିକେ। ଗାଡି ଠିଆ କଲୁ, ମୁଁ ଟିକେ ଦେଖି ଦେଇ ଆସେ। ଆମ ଗାଁଆର ଭାଗବତ ଟୁଙ୍ଗୀ ଏଇ ଜାଗାରେ ଥିଲା। ତା ପରେ ଆମର ସାହି ଆରମ୍ଭ ହେବ। ଯାହାହେଉ ଆମେ ଠିକ୍ ରାସ୍ତାରେ ଆସିଛେ। ପିଲାଦିନେ ସବୁ ସଂନ୍ଧ୍ଯାରେ ଆମେ ଭାଗବତ ଟୁଙ୍ଗୀରେ ବହୁତ ସମୟ ବସୁଥିଲୁ। ଭାଗବତ ପଢା ଶୁଣିବା ସହିତ, ନାନା ରକମର ଗପ ମଧ୍ଯ ଶୁଣୁଥିଲୁ ଗାଁଆର ପୁରୁଖା ବୁଢାଲୋକ ମାନଙ୍କ ପାଖରୁ। ମର୍ଫି କମ୍ପାନୀର ବଡ ରେଡିଓ ଥିଲା ଆମ ଟୁଙ୍ଗୀରେ। ଖବର ଠାରୁ ଆରମ୍ଭ କରି ଗୀତ ଶୁଣିବା ପାଇଁ ଗାଁଆଟା ଯାକର ଲୋକ ଭିଡ ଜମଉଥିଲେ। କିନ୍ତୁ ସେ ଟୁଙ୍ଗୀର ଅସ୍ତିତ୍ବ ବି ନାହିଁ। ହଉ ଛାଡ ! ସାହି ଭତରକୁ ଗାଡି ନେଇଚାଲ। ବେଶୀ ସମୟ ରହିବାନି, ଖାଲି ମୁହଁ ଟିକେ ମାରି ଦେଇ ଫେରିଯିବା।
ପୁଅ ମନେମନେ ଭୀଷଣ ହସୁଥିଲା ବାପାଙ୍କର ଦୁରାବସ୍ଥା ଦେଖି। ବାପା କଣ ଏତିକି ଜାଣି ପାରୁନାହାନ୍ତି ଯେ ,ଦୁନିଆ କେତେ ଜଲଦି ବଦଳି ଯାଉଛି। ତିନି ବର୍ଷ ତଳେ ସହରର ରୂପ ଯାହା ଥିଲା ଏବେ ନାହିଁ। ଯଦି ଏତେ ବର୍ଷ ପରେ ବାପା ନିଜ ଗାଁଆକୁ ସେଇ ପିଲାଦିନ ରୂପରେ ଖୋଜିବେ ପାଇବେ କୁଆଡୁ! ମନର ଭାବନା ମନରେ ଚାପି ସେ ଗାଡି ଚଲେଇବାରେ ମନଦେଲା।
ରାମବାବୁ ଦେଖି ବିଶ୍ବାସ କରି ପାରୁ ନ ଥିଲେ ସାହିର ଅବସ୍ଥା। ହାତଗଣତି କେତେଟି ଘର ଛାଡିଦେଲେ, ବାକି ସବୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛନ୍ତି। କାହା ଦୁଆର ଆଗରେ ଗାଈ ବନ୍ଧା ହେବାର ଦେଖିଲେନି ବୋଲି ଟିକେ ବିରକ୍ତ ହେଲେ। ପିଲାଦିନେ ସେ ଦେଖିଥିଲେ, ସମସ୍ତଙ୍କ ଘର ଆଗରେ ଗାଈ ଗୁହାଳ ଓ ଗୋଟେ ଦୁଇଟା ଶଗଡ ନିହାତି ରହୁଥିଲା। କିନ୍ତୁ ଏବେ କଣ ପାଇଁ ନାହିଁ, ତା’ର କାରଣ କିଏ ବତାଇ ପାରିବ ସେ ବିଷୟରେ ଭାବୁଥିଲେ। କଣ ଭାବୁଥିଲେ ସେ ବିଷୟରେ କିଞ୍ଚିତ୍ ସୂଚନା ନ ଦେଇ ପୁଅ କୁ କହିଲେ-- ହେଇ ଦେଖ୍, ମୋ ଆଖି ଉପରକୁ ଗୋଟେ କଟା ଦାଗ ଦିଶୁନି? ଶଗଡ ଉପରେ ବସି ଖେଳିଲା ବେଳକୁ ତଳେ କଚାଡି ହୋଇ ପଡିଥିଲି ମୁଁ। ମୁଣ୍ଡରେ ଦଶଟା ଷ୍ଟିଚ୍ ପଡିଥିଲା। କହିଲା ବେଳକୁ ମନ ଭିତର ଟା ରୋମାଞ୍ଚିତ ହୋଇ ଉଠୁଥୁଲା ତାଙ୍କର।
ରାଧା ଓ ପିଲା ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥିଲା। ରାମବାବୁ ତାଙ୍କର ମାନସିକ ସନ୍ତୁଳନ ହରାଇ ଦେଇ ନାହାଁନ୍ତି ତ? କାଇଁ ଏମିତି ଖାପଛଡା ବ୍ଯବହାର ଆଗରୁ କେବେ ଦେଖେଇ ନ ଥିଲେ। ଗାଡିର କାଚ ତଳୁକୁ ଖସାଇ ରାମ ଖୋଜିଚାଲିଥାନ୍ତି ସରଖୁଡୀଙ୍କ ଘରର ଅସ୍ତିତ୍ବ।
- - ଆରେ ପୁଅ ଟିକେ ଭଲରେ ଦେଖ୍, ସରଖୁଡୀଙ୍କ ଘର ପାଖରେ ଗୋଟେ ବଡ କୃଷ୍ଣଚୂଡା ଗଛ ଥିଲା। ପିଲା ଦିନେ କେତେ ସେ ଗଛ ମୂଳେ ଖେଳିଛି ତାର ହିସାବ ନାହିଁ। ନାଲି ରଙ୍ଗର ଫୁଲରେ ସଜେଇ ହୋଇ ଗଛଟିର ରୂପ ରକ୍ତିମ ଆକାଶ ପରି ଦିଶେ। ସରଖୁଡୀ କିଏ ଜାଣି ପାରିଲୁ ତ ! ଆରେ ମୁଁ ତାଙ୍କ କଥା ସବୁ ବେଳେ କୁହେ, ଭୁଲି ଗଲୁନା କଣ?
ପୁଅ ସାଙ୍ଗେସାଙ୍ଗେ କହିଲା-- ହଁ ବାପା, ମୋର ମନେ ଅଛି, ଆଉ କହିବା ଦରକାର ନାହିଁ।
ଅସଲ କଥାଟା ହେଲା – ସରଖୁଡୀଙ୍କ ବାବଦରେ ରାମବାବୁ ପିଲା ମାନଙ୍କୁ ଏତେ ଥର ସେହି ସମାନ କଥା କହିଛନ୍ତି ଯେ ,ସେମାନଙ୍କ ମନରେ ଅଧିକା କିଛି ଶୁଣିବାର ଆଗ୍ରହ ବା ଧର୍ଯ୍ଯ ନ ଥିଲା।
ସେତିକି ବେଳେ ରାମବାବୁ ଦେଖିଲେ ଆଗରୁ ଜଣେ ବୃଦ୍ଧା ବାଡି ଧରି ଚାଲିଚାଲି ବଡ କଷ୍ଟରେ ଆସୁଛି। ଗାଡିରୁ ତଳକୁ ଓହ୍ଲେଇ ପଚାରିଲେ-- ମାଉସୀ, ଦନେଇ ବାବୁଙ୍କ ଘରଟା କୁଆଡେ ଟିକେ କହିବେ କି ? ସେପଟରୁ ବୃଦ୍ଧାଙ୍କ ଆଖି ଦୁଇଟି ନିଆଁରଡ ପରି ଜଳି ଉଠିଲା। ଚିତ୍କାର କରି କହିଲେ-- ତୁମ ମାନଙ୍କୁ ମରଣ ହେଉନି ଯାହା। ସାରା ଗାଁଆଟାକୁ ଛାରଖାର କରିଦେଲା ପରେ, ପୁଣି କଣ ନେବା ପାଇଁ ଆସିଛ। ଚାଲିଯାଅ ଏଠୁ। କେତେ ଜଣଙ୍କୁ କହିବି ମୋ ଗିରସ୍ତ କେତେ ବର୍ଷ ହେଲାଣି ଆରପାରି କୁ ଚାଲି ଗଲେଣି। ଆମ ଘର ନେଲ, ଜମି ନେଲ ତେବେ କ୍ଷତିପୂରଣ ଟଙ୍କା ଟା ଦଉନ କଣ ପାଇଁ? ମୁଁ ମରିଗଲା ପରେ ସବୁ ଟଙ୍କା ନିଜେ ଗିଳି ଦେବାକୁ ବସିଛ ବୋଧେ। ଏତିକି କହି ସେ ବାଡିଟି ଉଞ୍ଚାଇଲା ବାଡେଇବା ଉଦ୍ଦେଶ୍ଯରେ।
ରାମବାବୁଙ୍କ ସର୍ବାଙ୍ଗ ଥରି ଉଠିଲା, ସେ ନିଜ ଆଖିକୁ ବିଶ୍ବାସ କରିପାରୁ ନ ଥିଲେ। ଅତି କଷ୍ଟରେ କହିିଲେ-- ସରଖୁଡୀ ତୁମେ?? ଚମ୍ପାଫୂଲ ପରି ରଙ୍ଗ ବିଶିଷ୍ଟ ସରଖୁଡୀ ଙ୍କର ଏ କି ଅବସ୍ଥା? କି ବିଭତ୍ସ ଦିଶୁଛି ତାଙ୍କର ରୂପ। କୁଆଡେ ଗଲା ସେ ନାଲିଶାଢୀ, ହସିଲା ମୁହଁ ଓ ସ୍ନେହବୋଳା କଥା। ଅତୀତରେ ସେ ଦେଖିଥିବା ସରଖୁଡୀ ଓ ବର୍ତ୍ତମାନ ତାଙ୍କ ସାମନା ରେ ଛିଡା ହୋଇଥିବା କୁଞ୍ଚିତଚର୍ମ ଧାରୀ ବୃଦ୍ଧାଙ୍କ ମଧ୍ଯରେ ଚିନାଏ ମାତ୍ର ସାମଞସ୍ଯ ଥିଲା ପରି ମନେ ହେଉନି। ତେବେ କଣ ସମୟ, ସରଖୁଡୀଙ୍କୁ ବି ଛାଡିଲାନି ! ଓଃ.. ତେବେ ସେଦିନ ର ରକ୍ତିମ କୃଷ୍ଣଚୂଡା ଫୁଲ ର ରଙ୍ଗ, କାଳ ପ୍ରଭାବରେ ବିବର୍ଣ୍ଣ ହୋଇଯାଇଛି।
ଥତମତ ହୋଇ ସାହାସ ସଞ୍ଚୟ କରି କହିଲେ--- ଖୁଡୀ ମୋତେ କଣ ଚିହ୍ନି ପାରୁନ? ମୁଁ ପରା ତୁମର ରାମୁ। ତୁମ କଥା ମାନି ମୁଁ ପାଠ ପଢି ବଡ ହାକିମ ହୋଇଯାଇଛି। ଏବେ ଜାଣି ପାରିଲ ତ ?
ଧରିଥିବା ବାଡିରେ ପାହାରେ କଷିଦେଇ ବୃଦ୍ଧା କହିଲେ--- କିଏ ସେ ରାମୁ, ମୁଁ ଜାଣିନି। ତୋ ହାକିମଗିରି ରଖ୍ ତୋ ପାଖର। ତୋତେ ସରକାର ପଠେଇଛି ମୁଁ ଜାଣିଛି । ରାସ୍ତା କରିବ ବୋଲି ଆମ ଗାଁଆ, ଘର, ଝାଟିମାଟି ସବୁ ଉଜାଡି ଦେଲ, ଯାହାକୁ ପଇସା ଦେଲ ସେ ଗାଁଆ ଛାଡି ସହର ଚାଲିଗଲା। ମୋ ଗିରସ୍ତ ମଲା, ପିଲା ଗୁଡା ମଦ ପିଇ ଚୋରି କରି ଜେଲ ଗଲେ। ମୁଁ ମରିଗଲେ କାମ ସରିବ। ଗାଁଆ ମରିଗଲା, ମୁଁ ବି ମରିଯିବି। ତୁ ଏବେ ଖୁସି ତ? କହୁନୁ ତୁ ଖୁସି ତ? ପୋଡାମୁହାଁ ମରଣ ହେଉନି ତୋତେ, ତୋ ବଉଁଶ ବୁଡୁନି ଯାହା।
ମୁଣ୍ଡ ଗୋଳମାଳ ହୋଇଯାଉଥିଲା ରାମବାବୁଙ୍କର। ପାଦ ତଳୁ ମାଟି ଖସି ଯାଉଥିଲା। ମାନସପଟ୍ଟରେ ଦୃଶ୍ଯ ସବୁ ଝାପସା ଦିଶିବାକୁ ଆରମ୍ଭ କଲା। ଅତୀତ, ବର୍ତ୍ତମାନ ଓ ଭବିଷ୍ଯତ ସବୁ ମିଶି ଏକାକାର ହୋଇ ମୁଣ୍ଡ ଭିତରେ ତାଣ୍ଡବ କରିବା ଆରମ୍ଭ କରିଦେଲେ। “ଓଃ... କଣ ସବୁ ହୋଇଗଲା” କହି ଭୂଇଁରେ କଚାଡି ହୋଇ ସେ ପଡିଗଲେ। ପୁଅ ବଡ କଷ୍ଟରେ ଉଠେଇ ତାଙ୍କୁ ଘରକୁ ଆଣିଲା। ଡାକ୍ତର ଦେଖି କହିଲେ ଭୟଙ୍କର ମାନସିକ ଆଘାତ ହେତୁ ରାମବାବୁଙ୍କ ଦେହର ଅବସ୍ଥା ଗମ୍ଭୀର ଅଛି।
ତା ପରଦିନ ସକାଳୁ ଆଲମାରୀ ଖୋଲି ସବୁ ଜିନିଷ ଇତଃସ୍ତତଃ ପକେଇ ରାମବାବୁ ପାଗଳଙ୍କ ପରି ଖୋଜି ଚାଲିଥିଲେ ନିଜ ଗାଁଆ ଓ ପିଲାଦିନକୁ। କେବଳ ଆଲମାରୀ କାହିଁକି ; ଖଟତଳ, ଛାତ ଉପର, ରୋଷେଇଘର ଠାରୁ ଆରମ୍ଭ କରି ଠାକୁର ଘର ସବୁ ଯାଗାରେ ଖୋଜି ଚାଲିଥିଲେ।
ରାଧା ଓ ପିଲା ମାନଙ୍କୁ ପଚାରି ଚାଲିଥିଲେ ଅନବରତ-- ଆରେ କାହିଁକି ସବୁ ଏମିତି ମୂର୍ତ୍ତି ପରି ବସି ରହିଛ। ଟିକେ ଖୋଜିି ଦିଅ ମୋ ପିଲାଦିନ କୁ। ଟିକେ ଦୟା କର ମୋ ଉପରେ, ମୋ ଗାଁଆ ମୋତେ ଫେରେଇ ଦିଅ। ତୁମକୁ ହାତ ଯୋଡୁଛି ପରା, ଟିକେ ଭଲରେ ଖୋଜ, ସରଖୁଡୀ ଙ୍କ ପାାଇଁ ଏତେ କୃଷ୍ଣଚୂଡା ଫୁୁୁଲ ରଖିଥିଲି, କିିିଏ ଚୋରି କରି ନେଲା। କିଏ ନେଇଗଲା ମୋ ସରଖୁଡୀ ଓ କୃଷ୍ଣଚୂଡାର ରଙ୍ଗ ।
ଲୁହ ଛଳଛଳ ଆଖିରେ ରାମବାବୁଙ୍କୁ ଆମ୍ବୁଲାନସ୍ ଭିତରକୁ ନେଲା ବେଳକୁ ରାଧା କାନ୍ଦିକାନ୍ଦି କହୁଥାନ୍ତି-- ସବୁ ତ ଠିକ୍ ଚାଲିଥିଲା। କିନ୍ତୁ ତାଙ୍କ ପିଲାଦିନ ସ୍ମୃତି ଓ ଗାଁଆ ମୋ ସଂସାର କୁ ଉଜାଡି ଦେଲା।
ରାମବାବୁ ପିଲାଦିନେ ପିନ୍ଧୁଥିବା ଗୋଟିଏ ଗାରପକା ସାର୍ଟକୁ ଛାତିରେ ଜାବୁଡି ଧରି କହୁଥାଆନ୍ତି--- ତୋତେ ଆଉ ଯମା ଯିବାକୁ ଦେବିନି। ଏତେ ଦିନପରେ ବଡ କଷ୍ଟରେ ମିଳିଛୁ ; ତୋତେ ଆଉ ଛାଡିବିନି। ଆରେ କିଏ କୁଆଡେ ଅଛ, ଆମ ଗଛରୁ ଦୁଇଟା କୃଷ୍ଣଚୁଡା ଫୁଲ ଆଣନ୍ତନି !! ମୁଁ ଟିିକେ ସରଖୁୁଡୀଙ୍କୁ ଦେଇଆସନ୍ତି। ହେଇ, ମୁଁ ସାର୍ଟ ପିନ୍ଧି ବାହାରିଲି।

*****
No comments:
Post a Comment