Saturday, March 25, 2017

ପି ଏଲ୍ ଭି ଗାଥା

ପି ଏଲ୍ ଭି ଗାଥା
                   ଅରବିନ୍ଦ ରଥ

ସେବା ମନୋଭାବ ମନରେ ନେଇ
କେତେ ବାଟ ଆମେ ଆସିଛୁ ଧାଇଁ,
ହୋଇବୁ ପିଏଲଭି କରିବୁ କାମ,
ଲକ୍ଷ୍ୟ ଆମ ଦୂର ନାହିଁ ବିଶ୍ରାମ ।।

ଆଇନ ସେବାର ମହତ ବାର୍ତ୍ତା,
ଦୁଃଖିଜନଙ୍କର ମରମ ବ୍ଯଥା
ଦୂରେଇବୁ ଆମେ ନେଲୁ ଶପଥ,
କୁସୁମିତ ହେବ ଦୁର୍ଗମ ପଥ ।।

ଅନ୍ଧକାର ଜାଣ ଯିବ ଦୂରେଇ
ଜ୍ଞାନର ସୁରୁଜ ଉଠିବ ଉଇଁ,
ଅନ୍ଧବିଶ୍ବାସର ପାଚେରୀ ଭାଙ୍ଗି
କୁସଂସ୍କାର ସବୁ ଦେବୁରେ ଫିଙ୍ଗି।।

ଅନ୍ୟାୟ ତୀରରେ କ୍ଷତାକ୍ତ ହୋଇ
ରହିବେ କେହି ଭଉଣୀ ଭାଇ,
ତାଙ୍କ ପାଇଁ ସଦା ଜାଗ୍ରତ ଆମେ
ଭରି ଦେବୁ କ୍ଷତ ନ୍ଯାୟ ମଲମେ।।

ମାଗଣା ଆଇନ ସେବା ବ୍ଯବସ୍ଥା
ତତ୍ପର ରହିଛି ସଦା ସର୍ବଦା,
ଦରଖାସ୍ତ ଟିଏ ଦେଲେ ବଢାଇ,
ନ୍ଯାୟସେବା ଦିଆ ଯିବ ଯୋଗାଇ ।।

ତଫସିଲ ଭୁକ୍ତ ଜାତିର ଲୋକ
ମହିଳା, ଶିଶୁ ଶ୍ରମିକ ଯାକ,
ଦଙ୍ଗାଗ୍ରସ୍ତ ଜନ ଆଉ ଭିକ୍ଷୁକ
ବନ୍ଦୀ ଗଣ ସହ ଗରିବ ଲୋକ ।।

ତୁମ ପାଇଁ ଅଛି ନାନା ସୁବିଧା
ନ୍ଯାୟ ପାଇବାରେ ହେବନି ବାଧା,
ମାଗଣା ଓକିଲ ମିଳିବ ଜାଣ
ପଇସା ଦେବାର ନାହିଁ କାରଣ,
ତୁମରି ନିମନ୍ତେ ପ୍ରତି ଟି ଜିଲ୍ଲାରେ
ଆଇନ ସେବାର ପ୍ରାଧିକରଣ।।

ସେକ୍ରେଟେରୀ ଜଣେ ବିଚାରପତି
କରିବେ ସୁବିଧା ଯତ୍ନରେ ଅତି,
ଓକିଲ ପାଉଣା କେଶ୍ ଖର୍ଚ୍ଚ
ସବୁ ଜାଣ ଅଟେ ତାଙ୍କ ଦାୟୀତ୍ବ।।

ସେବା ଆମ ଧର୍ମ ସେବା ହିଁ କର୍ମ
କାର୍ଯ୍ଯକ୍ଷେତ୍ର ଆମ ସହର ଗ୍ରାମ,
ଡାକ୍ତରଖାନାରେ ରହୁ ସଜାଗ
ରୋଗୀଙ୍କ ସୁରକ୍ଷା କର୍ତ୍ତବ୍ଯ ଆଗ।।

କାରାଗାର ଯାଇ ବନ୍ଦୀଙ୍କୁ ଭେଟି
ସମସ୍ଯା ତାଙ୍କର ବୁଝୁରେ ନିତି,
ଆବଶ୍ଯକ ସ୍ଥଳେ ଆଇନସେବା
ଯୋଗାଇ ଦେଉଛୁ ସଦା ସର୍ବଦା।।

ନ୍ଯାୟ ବ୍ଯବସ୍ଥାର ଚଳନ୍ତି ଆଖି
ଘୁରି ବୁଲୁ ଆମେ ଯେମନ୍ତ ପକ୍ଷୀ,
ଅର୍ଥ ଲାଳସାକୁ କରିଛୁ ତ୍ଯାଗ
ସଙ୍ଗୀତେ ଆମର ସେବାର ରାଗ।।

ଆସ ଆସ ବନ୍ଧୁ ଆସ ହେ ସଖି
ମିଶାଇବା ହାତ ଶପଥ ରଖି,
ଆଇନ ସେବାର ନେଇ ସନ୍ଦେଶ
ଗଢିବା ଆସ ହେ ନୂତନ ଦେଶ ।।
        *************