ଅରବିନ୍ଦ
ରଥ
ସେଦିନ
ବୋଧେ
ଏହି
ଘଟଣା
ଟି
ଘଟି
ନ ଥିଲେ
ମଧୁପୁର
ଗ୍ରାମଟି
ସମ୍ପୁର୍ଣ୍ଣ
ଅନ୍ଧକାରରେ
ବୁଡି
ରହି
ଥାନ୍ତା।
ମଧୁପୁର
ଗ୍ରାମର
ଗ୍ରାମବାସୀ
ମାନେ
ହେଲେ
ପ୍ରାୟ
ଚଷା,ଚମାର
ଓ ତେଲି
ଜାତିର।
ତେଣୁ
ସେମାନେ
ପାଠ
ପଢିବାକୁ
କୌଣସି
ପ୍ରକାରେ
ମଧ୍ଯ
ଈଛୁକ
ନଥିଲେ।
କୌଣସି
ମତେ
ଦି
ଗଣ୍ଡା
ଦି
ଓଳି
ପାଇଁ
ଯୋଗାଡ
କରିଦେଲେ
କାମ
ଶେଷ।
କଣ
ବା
ପ୍ରକାରେ
ସେ
ପାଠ
ପଢିବା
ଜଞାଳ
ଭିତରକୁ
ଯିବା।
ଏହା
ଭାବି
ଗାଁ
ଲୋକେ
ପାଠ
ପଢୁ
ନ
ଥିଲେ।
ସେ
ଗାଁ
ଭିତରେ
ଚକ୍ରପାଣି
ମହାରଣା
ଥିଲାବାଲା
ଲୋକ।
ଭଲ
ଦି
ବଖରା
ଘର
ସାଙ୍ଗକୁ
ଗାଈ
ବଳଦ
ବି
ଥିଲେ।
ତେଣୁ
ଭଲ
ଚାଷବାସ
କରି
ତା
ପରିବାର
ଚଳି
ଯାଏ
ସୁରୁଖୁରୁରେ।ତା
ଘର
ଲୋକ
ଅଭାବ
କଣ
ଜାଣି
ନାହାନ୍ତି।
ତା
ପୁଅ
ଭୁଷୁଣ୍ଡା
ଗଜା
ଭେଣ୍ଡିଆ
ଟାଏ
ସବୁ
କାମ
କୁ
ତିଆର।
ପରିଶ୍ରମୀ
ପିଲା
ଟା।
ମାତ୍ର
ବଦମାସୀରେ
ସେମିତି
ଆଗୁଆ।
ସଦାବେଳେ
ଦୁଷ୍ଟ
ବୁଦ୍ଧି
ତା
ମୁଣ୍ଡରେ
ଚେଙ୍ଗ
ମାଛ
ପରି
ଡେଉଁ
ଥାଏ।
ସହର
ରେ
ଥିବା
ତା
ପିଉସି
ପୁଅ
ଠୁ
ଜଣିଲା
ଯେ
ପାଠ
ପଢିଲେ
ମଣିଷ
ମୁଣ୍ଡ
ଉଠେଇ
ଦଶ
ଜଣଙ୍କ
ଭିତରେ
ସିଂହ
ପୁଅ
ପରି
ଚାଲି
ପାରିବ।
ପୁଣି
ତା
ପିଉସା
ଜଣେ
ନାମୀଦାମୀ
ଓକିଲ।
ଭୁଷୁଣ୍ଡାର
ପିଉସା
ଚକ୍ରପାଣି
ଙ୍କୁ
ଗୋଟେ
ବୁଦ୍ଧିଦେଲେ।
ସେ
କହିଲେ
– ଭାଇନା
ତୁମ
ପାଖରେ
ତ
ନିହାତି
ଦଶ
ପନ୍ଦର
ଲକ୍ଷ
ଟଙ୍କା
ଥିବ।
ସେହି
ପଇସାରେ
କଣ
ପାଇଁ
ସୁଧ
ବେପାର
ଆରମ୍ଭ
କରି
ଦେଉନ।
ଲୋକ
ଗୁଡାକୁ
ଧାର
କରଜ
ଦେଇ, ଭଲରେ
ସୁଧ
କଷି
ଲଣ୍ଡା
କରିଦେଲେ
ବି
କିହି
କିଛି
କହିବାର
ନାହିଁ।
ଗାଁଆ
ରେ
କିହି
ଏମିତି
ବୁଦ୍ଧିଆ
ଲୋକ
ନାହାନ୍ତି
ଯେ
ପ୍ରତିବାଦ
କରିବ।
କାଲି
ଠାରୁ
ଭୁଷୁଣ୍ଡା
କୁ
କାମରେ
ଲଗାଇ
ଦିଅ।
ସେ
ପ୍ରଚାର
କରୁ
ଯେ
ଆଉ
ଧାର
ପଇସା
ଆଣିବାକୁ
ସହର
ଯିବା
ଦରକାର
ନାହିଁ।
ସହର
ଠୁ
କମ
ସୁଧରେ
ତୁମେ
ଧାର
ଦେବ।
ଯାଜନା
ଅନୁସାରେ
ତା
ପରଦିନ
ଠାରୁ
କାମା
ଆରମ୍ଭ
ହେଇଗଲା।
ଗାଁଆ
ସାରା
ଲୋକ
ଧାର
ନେବାପାଇଁ
ଚକ୍ରପାଣି
ଘର
ଆଗରେ
ହାଜର
ହୋଇଗଲେ।
ଭୁଷଣ୍ଡାର
ଆଉ
ଗୋଟେ
ଭାଇ
ପ୍ରତାପ
ମୁନିମ
କାମ
ଆରମ୍ଭ
କଲା
ବାପା
ର
ସୁଧଦିଆ
ଅଫିସ
ରେ।
ତା
କାମ
ହେଲା
ପଇସା
ପତ୍ରର
ହିସାବ
ରଖିବା
ଓ
ଲୋକଙ୍କ
ଠୁ
ପଇସା
ଫେରେଇ
ଆଣିବାର
ବ୍ଯବସ୍ଥା
କରିବା।
ପ୍ରତାପ
ଟି
ଅତି
ମାତ୍ରାରେ
ଭୁଷପଣ୍ଡିତ
ଶ୍ରେଣୀର।
ମେଟ୍ରିକ
ପରିକ୍ଷାରେ
ପାଶ
କଲା
ପାଞ୍ଚ
ଥରରେ।
ବେକାର
ହେଇ
ବୁଲୁଥିଲା।
ବାପ
ତାକୁ
କାମ
ରେ
ଲଗେଇ
ଦେଲା
।ଲୋକଙ୍କ
ରକ୍ତ
ଶୋଷିବା
ଏବେ
ଚକ୍ରପାଣି
ଓ ତା
ପୁଅ
ମାନଙ୍କର
ସବୁଠାରୁ
ବଡ
କାମ
ଥିଲା।
ଦିନ
କୁ
ଦିନ
ସୁଧରେ
ପଇସା
ନେବା
ଲୋକଙ୍କ
ସଂଖ୍ଯା
ବଢି
ଚାଲିଲା।
ତା
ସାଙ୍ଗକୁ
ବଦମାସି
ବି
ବଢିଲା
ଚକ୍ରପାଣିର।
ନାନା
ଫନ୍ଦି
ଫିକର
କରି
ଲୋକଙ୍କୁ
ଶୋଷିବାର
ସବୁ
ଉପାୟ
କରି
ଚାଲିଲା।
ହିସାବ
ଖାତା
ରେ
ହଜାର
ପାଖରେ
ଆଉ
ଗୋଟିଏ
ଶୂନ
ବସେଇ
ଲୋକ
ମାନଙ୍କ
ଠୁ
ନେଇ
ଯାଉ
ଥିଲା
ଟିପ
ଚିହ୍ନ।
କିଏ
ବା
ଜାଣିବ
ସେ
କଣ
କରୁଛି।
ସବୁ
ଲୋକ
ତ ଗଣ୍ଡ
ମୁର୍ଖ।
ଏମିତି
ଉପାୟରେ
ବହୁତ
ପଇସା
କମେଇଲା।
ବର୍ଷ
ଦୁଇ
ଟାରେ
ଠିଆ
କଲା
ତିନି
ମହଲା
କୋଠା।
ଚାରି
ଚକିଆ
ଗାଡି, ଚାକର
ବାକର
ସବୁ
କିଛି।
କାଳେ
କିଏ
ସନ୍ଦେହ
କରିବ
ସେଥି
ପାଇଁ
କହୁଥିଲା, ସହରରେ
ନୂଆ
ବ୍ଯବସାୟ
ଆରମ୍ଭ
କରିଛି
ଓ
ସେଇଥିରୁ
ହେଉଛି
ଲକ୍ଷ୍ମୀ
ବର୍ଷା।
ଗାଁ
ଲୋକଙ୍କ
ଠୁ
ପଇସା
ଶୋଷିଶୋଷି
ସେ
ହୋଇଗଲା
ଲକ୍ଷପତି, ମାତ୍ର
ଗାଁ
ଲୋକେ
ଅଜାଣତରେ
କାଙ୍ଗଳ
ହେବାକୁ
ଲାଗିଲେ।
କେତେ
ଲୋକ
ଧାର
ପଇସା
ଶୁଝି
ନ ପାରି
ବନ୍ଧା
ପକେଇ
ଥିବା
ଘରଦ୍ବାର, ଜମିଜମା
ଟେକି
ଦେଲେ
ଚକ୍ରପାଣି
ହାତକୁ।
ସେଇ
ଗାଁଆର
ମାଧିଆ
ନିଜ
ପୁଅର
ପାଠ
ପଢିବାକୁ
ପନ୍ଦର
ହଜାର
ଟଙ୍କା
କରଜ
ନେଇ
ଥିଲା।
ମାଧିଆ
ର ପୁଅ
କୁନୁ
ସହରରେ
ଥିବା
କଲେଜରେ
ପାଠ
ପଢୁ
ଥିଲା।
ଦିନେ
ମାଧିଆ
ଓ ତା
ପୁଅ
ସୁଧ
ଦେବା
ପାଇଁ
ପ୍ରତାପ
ପାଖକୁ
ଯାଇଥିଲେ।
ପ୍ରତାପ
ଟିକେ
ଚଢା
ଗଳାରେ
କହିଲା--- କଣ
କିରେ
ମାଧିଆ
ପନ୍ଦର
ଲକ୍ଷ
ଟଙ୍କା
ଧାର
ନେଲୁ।
କେବେ
ଶୁଝିବୁ
ସବୁ
ପଇସା
ନା
ବନ୍ଧା
ପକେଇ
ଥିବା
ଜମିରେ
ମୁ
ନିଜେ
ଚାଷ
ଆରମ୍ଭ
କରିଦେବି।
ପ୍ରତାପ
କଥା
ଶୁଣି
ମାଧିଆ
ର
ମୁଣ୍ଡ
ବୁଲେଇ
ଦେଲା।
କହିଲା---- ବାବୁ
ମୁଁ
ତ
ପନ୍ଦର
ହଜାର
ନେଇଥିଲି।
ତୁମେ
କଣ
ପନ୍ଦର
ଲକ୍ଷ
କହିଲଣି।
ଦେଖ
ତୁମେ
ବୋଧେ
ଭୁଲ
ରେ
ଲେଖି
ଦେଇ
ଥିବ।
ପ୍ରତାପ
ଚିହିଁକି
ଉଠିଲା।
--- ଶଳା
ବେଶି
ପାଠ
ଦେଖଉଛୁ
ନାହିଁ।
ତୋ
ପୁଅ
କୁ
କହ ଏ
ଖାତା
ଦେଖି
କହୁ
ତୁ
ଟିପ
ମାରି
ପନ୍ଦର
ଲକ୍ଷ
ନେଇଛୁ
କି
ନାହିଁ।
ପଇସା
ନେଲା
ବେଳକୁ
କୁକୁର
ପରି
ଦଉଡି
ଆସୁଛ, ଆଉ
ଶୁଝିବା
କଥା
କହିଲେ
ଆମେ
ଖରାପ।
ଭଲରେ
କହ
କେବେ
ପଇସା
ଫେରେଇବୁ
ନ ହେଲେ
ଜାଣିବୁ
ମୁଁ
କିଏ।
ମାଧିଆର
ପୁଅ
ହିସାବ
ଖାତା
ଦେଖିଲା।
ସତ
କୁ
ସତ
ଲେଖା
ଯାଇଛି
ପନ୍ଦର
ଲକ୍ଷ, ଆଉ
ଲେଖା
ତଳେ
ମାଧିଆ
ର ଟିପ
ଚିହ୍ନ।
ମନ
ଦୁଃଖରେ
ବାପା
କୁ
ଧରି
ଘରକୁ
ଫେରିଲା।
ମାଧିଆ
କୁ
କହିଲା--- ବାପା
ସେ
ଆମକୁ
ଠକି
ଦେଇଛି।
ତୁମେ
ଲେଖା
ପଢା
ଜାଣିନ
ବୋଲି
ସେ
ଯାହା
ଲେଖିଲା
ସେଇଥିରେ
ଟିପ
ଚିହ୍ନ
ମାରିି
ଦେଇ
ଆସିଛ।
ମାଧିଆ
କାନ୍ଦି
ପକେଇଲା।
କଣ
କରିବ
ଭାବି
ମୁଣ୍ଡରେ
ହାତ
ଦେଇ
ବସିଲା।
କହିଲା
---ପୁ୍ଅରେ
ଆମେ
ଗରୀବ
ଲୋକ।
ସେଇ
ଜମି
ଖଣ୍ଡିକୁ
ଛାଡିଦେଲେ
ଆଉ
କିଛି
ନାହିଁ।
ଯଦି
ଜମିକୁ
ପ୍ରତାପ
ଜବରଦସ୍ତି
ନେଡ
ଯିବା
ଆମେ
ଦାଣ୍ଡର
ଭିକାରି
ହୋଇ
ଯିବା।
କୁନୁ
କିନ୍ତୁ
ମନେ
ମନେ
ଭାବୁ
ଥାଏ
କଣ
କରି
ଏ
ଅନ୍ଯାୟୀ
ଲୋକ
ମାନଙ୍କୁ
ଜେଲ
ରେ
ପୁରେଇବ।
ତା
ପର
ଦିନ
ସହରକୁ
ଗଲା
ପରେ
କୁନୁ
ନିଜ
କଲେଜର
ସାର୍
ମାନଙ୍କୁ
ଏ କଥା
କହିଲା।
ସେମାନେ
କହିଲେ
---କୁନୁ,
ବ୍ଯସ୍ତ
ହେବାର
କିଛି
ନାହିଁ।
ଏମିତି
ଠକ
ମାନଙ୍କୁ
ଧରିବା
ପାଇଁ
ଦୁର୍ନୀତି
ନିବାରଣ
ବିଭାଗ
ଅଛି।
ସେମାନଙ୍କ
ପାଖକୁ
ଚାଲ
ଯିବା
। ସବୁ
ସମାଧାନ
ସେଇଠାରେ
ହେବ।
କୁନୁ
ଦୁର୍ନୀତି
ନିବାରଣ
ଅଫିସରେ
ସବୁ
କଥା
କହିଲା।
ଅଫିସର
କହିଲେ
ସବୁ
ଅଭିଯୋଗକୁ
ଏକ
କାଗଜରେ
ଲେଖି
ଦସ୍ତଖତ
ସହ
ଦେବା
ପାଇଁ।
କୁନୁ
ସେହିପରି
କଲା।
ଏଥର
ଅଫିସର
କହିଲେ--- ପୁଅ
ଜମା
ବ୍ଯସ୍ତ
ହୁଅନି।
ଏବେ
ଏ ଘଟଣା
ର
ତଦନ୍ତ
ମୁଁ
ନିଜେ
କରିବି।
ଦୋଷୀ
କୁ
ଦଣ୍ଡ
ମିଳିବ।
ସେହି
ଦିନ
ଅଫିସର
ଜଣକ
ଏକ
ନିପଟ
ମଫସଲିଆ
ଲୋକର
ବେଶ
ଧାରଣ
କରି
ଅଫିସ
ଗାଡିରେ
ତାଙ୍କ
କର୍ମଚାରୀ
ଓ କୁନୁ
କୁ
ବସେଇ
ବାହାରିଲେ
ମଧୁପୁର।
କୁନୁ
କଣ
ହେଉଛି
କିଛି
ଜାନି
ପାରୁନ
ଥାଏ।
ଗାଡି
ଟି
ଠିଆ
ହେଲା
କିଛି
ଦୂରରେ
ଓ
ଅଫିସର
ଜଣକ
ସେଇ
ବେଶଭୁଷା
ଧରି
ଚାଲିଲେ
ପ୍ରତାପ
ପାଖକୁ।
ଦେଖିଲେ
ବହୁତ
ଲୋକ
ପ୍ରତାପ
ପାଖରେ
ଅଛନ୍ତି
ଓ
ସମସ୍ତଙ୍କୁ
ସେ
ଅସଭ୍ଯ
ଭଷାରେ
ଶୋଧୁଛି।
ଅଫିସର
ଜଣକ
ପ୍ରତାପକୁ
ମୁଣ୍ଡିଆଟେ
ମାରି
କହିଲେ
---- ଆଜ୍ଞା
ମୋର
ଟିକେ
କରଜ
ଦରକାର।
ବଳଦ
ହଳେ
କିଣିବି।
ଟଙ୍କା
ପନ୍ଦର
ହଜାର
ହେଇଗଲେ
ଚଳିଯିବ।
ପ୍ରତାପ
ଫିଙ୍ଗିଲା
ପରି
କହିଲା
ଆବେ
ତୁ
ଶଳା
କିଏ।
ତୋତେ
ତ ଆମ
ଗାଁଆ
ରେ
ଆଜି
ନୂଆ
ଦେଖୁଛି।
ଅଫିସର
ଅଭିନୟ
କରି
କହିଲେ
--ହଁ
ବାବୁ
ନୂଆ
ଆସିଛି।
ଏବେ
ଏଇ
ଗାଁଆରେ
ରହିବି।
ଦୟାକରି
କରଜ
ଟିକେ
ମିଳିଗଲେ
ହଳେ
ବଳଦ
କିଣି
ଚାଷବାଷ
ଆରମ୍ଭ
କରିଦେବି।
ପ୍ରତାପ
କହିଲା
ଆରେ
ସେ
କଥା
ଠିକ
ଯେ
ତୁ
ଶଳା
ଟା
ଭିକାରୀ
ପରି
ଦିଶୁଛୁ।
କଣ
ବନ୍ଧା
ପକେଇ
କରଜ
ନେବୁ।
ଅଫିସର
ସାଙ୍ଗରେ
ସୁନା
ଚେନ
ଟିଏ
ଆଣିଥିଲେ।
ସେଇ
ଚେନକୁ
ଦେଖେଇଲେ
ଓ
କହିଲେ
---ବାବୁ
ଏଇ
ଚେନ୍
ଟି
ମୋଝିଅ
ବାହାଘର
ପାଇଁ
ଆଣିଥିଲି।
ଏଇଟିକୁ
ବନ୍ଧା
ପକେଇବି।
ପ୍ରତାପ
ପଚାରିଲା
ଲେଖା
ପଢା
ଜାଣିଛୁ
କି
ନାହିଁ।
ଅଫିସର
କହିଲେ
ନାଇଁ
ବାବୁ
ଜୀବନରେ
କେବେ
ସ୍କୁଲ
ବାରଣ୍ଡା
ମାଡିନି।
ଆମର
ପାଠ
କଣ
ହେବ।
ପ୍ରତାପ
ଗୁଣୁଗୁଣୁ
ହେଇ
କହିଲା
ଆରେ
ଆମେ
ତ ତୁମ
ପରି
ଲୋକ
ଦିନ
ରାତି
ଖୋଜୁଛୁ।
କଣ
ସବୁ
ଲେଖାଲେଖି
କରି
କହିଲା
--ହଉ
ଆସେ, ଟିପ
ଚିହ୍ନ
ଦେଇ
ପଇସା
ନେଇ
ଯା।
ଅଫିସର
ପଚାରିଲେ
ବାବୁ
କଣ
ଲେଖା
ଯାଇଛି
ଏଥିରେ।
ପ୍ରତାପ
ରାଗିଗଲା
।
କହିଲା
ଶଳା
ଟିପ
ଦେଇ
ଜଲଦି
ପଇସା
ନେଇ
ପଳା
ଏଠୁ, ନୋହିଲେ
ଠେଙ୍ଗା
ପାହାର
ଖାଇବୁ।
ପାଠ
ର “ପ”
ଅକ୍ଷର
ଜାଣିନୁ---କହିଲା
ନା
କଣ
ଲେଖା
ଯାଇଛି।
ଖୁମ୍ବ
ଆଳୁ
ଲେଖା
ହେଇଛି।
ଅଫିସର
ଲେଖା
ଉପରେ
ଥରେ
ଆଖି
ବୁଲେଇଲେ
କେହି
ନ
ଜାଣିଲା
ପରି।
ସେଥିଲେ
ଲେଖା
ଥିଲା
ମୁଁ
କରଜ
ସୁତ୍ରରେ
୧୫,୦୦,୦୦୦(
ପନ୍ଦର
ଲକ୍ଷ
ଟଙ୍କା) ନେଉଛି।
ମୋ
ସୁନା
ଚେନ
କୁ
ବନ୍ଧା
ପକେଇ।
ଯଦି
ବର୍ଷେ
ଭିତରେ
ନ ଶୁଝି
ପାରିଲି
ଏ
ବନ୍ଧକ
ଚେନ
କୁ
ପ୍ରତାପ
ମହାରଣା
ରଖିବେ
ଓ ମୁଁ
ତାଙ୍କ
ଘରେ
ଗୋତି
ଶ୍ରମିକ
ଭାବେ
କାମ
କରିବି
ମୋ
ଜୀବନ
ଥିବା
ଯାଏ।
ଲେଖା
ପଢି
ଅଫିସର
ଜଣକ
ହସିଲେ।
ପ୍ରତାପ
କହିଲା
ଶଳା
ହସୁଛୁ
କଣ
ବେ।
ପାଗଳ
ଟା
ନା
କଣ।
ଅଫିସର
ନିଜ
ମୁଣ୍ଡ
କୁଣ୍ଡେଇ
ତାଙ୍କ
କର୍ମଚାରୀ
ମାନଙ୍କୁ
ଇସାରା
ଦେଲେ।
ସେମାନେ
ଝପଟି
ଆସିଲେ।
ଠେକୁଆ
ଉପରେ
ବାଘ
ଲମ୍ଫ
ଦେଲା
ପରି
ମାଡି
ବସିଲେ
ପ୍ରତାପକୁ।
ହାତରେ
ହାତକଡି
ପକେଇ
ବେକିଆ
ମାରିମାରି
ନେଲେ।
କଣ
ହେଉଛି
ଜାଣିବା
ପାଇଁ
ଲୋକଙ୍କର
ଗହଳି
ମାଡି
ଆସିଲା।
ସବୁ
ସତ
କଥା
ଜାଣି
ମୁଣ୍ଡରେ
ହାତ
ଦେଲେ।
ଏତେ
ଦିନ
ହେଲା
ଠକାମୀରେ
ପଡିକାଙ୍ଗାଳ
ହେବାର
କାରଣ
ଜାଣିବା
ପରେ
ପ୍ରତାପ
ପ୍ରତି
ଲୋକଙ୍କ
କ୍ରୋଧର
ସୀମା
ନ
ଥିଲା।
ଏସବୁ
ପଛରେ
କୁନୁ
ର
ଭୂମିକା
ଜାଣିବା
ପରେ
ଗାଁ
ଲୋକେ
ତାକୁ
ମୁଣ୍ଡରେ
ବସେଇଲେ।
କହିବା
ବାହୁଲ୍ଯ
ଯେ
ପ୍ରତାପର
ଘରେ
ଚଢଉ
କରି
ସବୁ
ଜିନିଷ
ଜବତ
କରାଗଲା।
ଗାଁ
ଲୋକଙ୍କର
ପଟ୍ଟା
ଓ ଜମିର
କାଗଜପତ୍ର
ସବୁ
ଲୋକଙ୍କୁ
ଫେରାଗଲା।
ପ୍ରତାପ
ପଛକୁ
ଭୁଷୁଣ୍ଡା
ଓ
ଚକ୍ରପାଣି
ବି
ଜେଲ
ହାଜତରେ
ଚକି
ପେଶିଲେ।
ତିନି
ଜଣଙ୍କ
ନାମରେ
ଦୁର୍ନୀତି
ନିବାରଣ
ଆଇନ
ଅନୁସାରେ
କେଶ୍
ହେଲା।
ଘର ,
ବାଡି
ସବୁ
ଜବତ
ହେଲା
। ଏବେ
ଚକ୍ରପାଣି
ର ଘରେ
ଗାଁ
ର
ସ୍କୁଲ୍
ଚାଲିଛି।
କୁନୁ
ଗାଁ
ଲୋକଙ୍କୁ
କହିଲା
ଏତେ
ଘଟଣା
ଘଟିଲା
ପରେ
ବି
ଶିକ୍ଷିତ
ନହେଲେ
କେହି
ଉଦ୍ଧାର
କରି
ପାରିବେ
ନାହିଁ।
ଏବେ
ସବୁ
ଲୋକେ
ନିଜକୁ
ସାକ୍ଷର
କରିବାରେ
ବ୍ଯସ୍ତ।
ଭାଗବତ
ଟୁଙ୍ଗିରେ
ଲୋକେ
କଥା
ହେଉଛନ୍ତି
, ଚକ୍ରପାଣି,
ପ୍ରତାପ
ଓ
ଭୁଷୁଣ୍ଡା
ଉଇ
ପରି
ସବୁ
କିଛି
ଖାଇ
ଚାଲିଥିଲେ।
ଆମ
କୁନୁ
ଟା
ଆସିଲା
ଯେ
କିରାସିନି
ପକେଇ
ଉଇ
ମାନଙ୍କୁ
ମାରିଦେଲା।
******************************
No comments:
Post a Comment